ଭାରତ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଏତଙ୍କ ଏକ ବିବାଦୀୟ ମନ୍ତବ୍ୟ ଏବେ ସାମ୍ନାକୁ ଆସିଛି । ଯାହା ଦେଶର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି । ସେ ସିଧା ସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଭରା ଚେତାବନୀ ଦେଇଛନ୍ତି ।
ଟିକାଏତ କହିଛନ୍ତି ଯେ ମୋଦୀ ସରକାର ଉପଯୁକ୍ତ ପଦେକ୍ଷପ ନ ନିଅନ୍ତି ତେବେ ବାଂଲାଦେଶ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଏକ ଟିଭି ଚ୍ୟାନେଲରେ ଦେଇଥିବା ଏକ ସାକ୍ଷାତକାରେ ଟିକାଏତ କହିଥିଲେ ଆମେ ବାଂଲାଦେଶ ଭଳି ଖୁବ ଶୀଘ୍ର ମୋଦୀ ସରକାରଙ୍କୁ ଶେଷ କରିବୁ । ଯେଉଁ ଦିନ ଆମେ ଟ୍ରାକ୍ଟର ନେଇ ଲାଲ କିଲ୍ଲାକୁ ଯାଇଥିଲୁ । ଯଦି ସେଦିନ ଆମେ ଏହାକୁ ସଂସଦ ଆଡ଼କୁ ନେଇଥାନ୍ତୁ ତେବେ ଆମେ ସେହି ଦିନ କାମ ଶେଷ ହୋଇ ଯାଇଥାନ୍ତା ।
ବାଂଲେଦେଶରେ ହିଂସା ପରେ ଭାରତୀୟ ରାଜନୀତିରେ ଅଶାନ୍ତ ଦେଖାଦେଇଛି ବୋଲି ରାକେଶ ଟିକାଏତ କହିଛନ୍ତି । ବାଂଲେଦେଶର ପରିସ୍ଥିତି ସମ୍ପର୍କରେ ସେ କହିଛନ୍ତି । 15 ବର୍ଷ ଧରି ବାଂଲାଦେଶରେ କେବଳ ଜଣେ ବ୍ୟକ୍ତି କ୍ଷମତାରେ ଥିଲେ ଏବଂ ବିରୋଧୀଦଳ ନେତାମାନେ ଜେଲରେ ଥିଲେ । ଭାରତରେ ମଧ୍ୟ ସମାନ ଘଟଣା ଘଟୁଛି । ରାଜନେତାଙ୍କୁ ଜେଲରେ ରଖାଯାଇଛି । ଯେକୌଣସି ସମୟରେ ଜନସାଧାରଣଙ୍କ କ୍ରାଧ ନିଆଁରେ ରୂପ ନେଇପାରେ ।
ସେତେବେଳେ ଏକ ବଡ଼ ଭୁଲ କରାଯାଇଥିଲା । କିନ୍ତୁ ବର୍ତମାନ ସମ୍ପୂଣ୍ଣ ପ୍ରସ୍ତୁତି ଚାଲିଛି । ଆମେ କୌଣସି ପରିସ୍ଥିତିରେ ସାମ୍ନା କରିବାକୁ ପ୍ରସ୍ତୁତ । ରାକେଶଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ୟୁଜରମାନେ ଏହି ଭିଡ଼ିଓ ସେୟାର କରୁଛନ୍ତି ଏବଂ ରାକେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।