ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ଭରିଲେ ନାମାଙ୍କନ । ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମମତା ମହାନ୍ତ । ତେବେ ଏହାର ଘଣ୍ଟାକ ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଭୁବନେଶ୍ବର ମଧ୍ୟ ଆସନରୁ ପ୍ରାର୍ଥୀ ଥିଲେ ଜଗନ୍ନାଥ । ତେବେ ସେ ଚଳିତ ନିର୍ବାଚନରେ ହାରିଯାଇଥିଲେ । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ ବିଜେପି ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହାନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ।
ହେଲେ ଆବଶ୍ୟକତା ପଡ଼ିଲେ ସେପ୍ଟେମ୍ବର 3ରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ଏହିଦିନ ସନ୍ଧ୍ୟା 5 ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।