ନୂଆଦିଲ୍ଲୀ: ଆରଜି କର ମେଡିକାଲ୍ର ପୂର୍ବତନ ପ୍ରିନ୍ସିପାଲ୍ଙ୍କ କାହିଁକି ମିଛ କହିଲେ? ସେ ମିଛ କହିଲେ ନା ତାଙ୍କୁ ମିଛ କହିବାକୁ କିଏ ଚାପ ପକାଇଥିଲେ? ହତ୍ୟାକୁ ଆତ୍ମହତ୍ୟା କାହିଁକି କୁହାଗଲା? ପରିବାର ଲୋକଙ୍କୁ ବିଳମ୍ଭରେ କାହିଁକି ସୂଚନା ଦିଆଗଲା । ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ତଦନ୍ତ କରୁଛି ସିବିଆଇ ।
ସିବିଆଇ ଅଧିକାରୀମାନେ ଆରଜି କର ଡାକ୍ତରଖାନାର ପୂର୍ବତନ ପ୍ରିନ୍ସିପାଲ ଡକ୍ଟର ସନ୍ଦୀପ ଘୋଷଙ୍କର ମିଥ୍ୟା ଚିହ୍ନଟ ପରୀକ୍ଷା ପାଇଁ ଚାହୁଁଛନ୍ତି । ଲାଏ ଡିଟେକ୍ଟର ଟେଷ୍ଟ୍ କରି ତଦନ୍ତକୁ ଆଗେଇବାକୁ ଚାହୁଁଛନ୍ତି ତଦନ୍ତକାରୀ ଟିମ୍ । ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାକୁ ନେଇ କୋଲକାତାରେ ପ୍ରବଳ ବିରୋଧ ପରେ ସେ ଇସ୍ତଫା ଦେଇଛନ୍ତି । ତେବେ ତାଙ୍କର ଭୁଲ ଅକ୍ଷମଣୀୟ ବୋଲି କୁହାଯାଉଛି ।
ସିଏସ୍ଏଫ୍ କର୍ମକର୍ତ୍ତାଙ୍କ ଏକ ଟିମ୍ କୋଲକାତାର ଆରଜି କାର୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ପହଞ୍ଚିଛନ୍ତି। ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ଡାକ୍ତରମାନେ ଧର୍ମଘଟ କରିବା ନେଇ ସୁପ୍ରିମକୋର୍ଟ ଦୁଷ୍କର୍ମ ଓ ହତ୍ୟା ଘଟିଥିବା ସ୍ଥାନରେ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଏହି ମାମଲାରେ ଅଧ୍ୟକ୍ଷ ମିଛ କହୁଥିବା ଜଣାପଡିଥିଲା । ତେଣୁ ତାଙ୍କର ପଲିଗ୍ରାଫ୍ ପରୀକ୍ଷା କରିବାର ବିକଳ୍ପ ଉପରେ ବିଚାର କରୁଛି ତଦନ୍ତକାରୀ ଟିମ୍ । ଆଗାମୀ ଦିନରେ ଏହି ମାମଲାର ସବୁ ଷଡ଼ଯନ୍ତ୍ର ଉପରୁ ପରଦା ହଟିବା ନେଇ ସଂଭାବନା ରହିଛି । ବିଶେଷ କରି ମମତାଙ୍କ ସରକାର କଣ ପାଇଁ ମାମଲାକୁ ଚପାଉଥିଲେ ଏବଂ ତାଙ୍କ ଲୋକଙ୍କୁ ସୁରକ୍ଷା ଦେଉଥିଲେ ତାହାର ମଧ୍ୟ କାରଣ ଜଣାପଡିବ । ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହେଉଥିବାରୁ ମେଡିକାଲରେ ମହିଳା ଡାକ୍ତର ସୁରକ୍ଷା ଜରୁରୀ ହୋଇପଡ଼ିଛି ।