କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଳାୟ ଓଡ଼ିଶାରେ 2024-25 ଆର୍ଥିକ ବର୍ଷ ପାଇଁ ନୂତନ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ 8923 କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତ କରିଛନ୍ତି । ଯୋଜନାରେ ଗୋଟିଏ ନୂଆ ସେତୁ ଓ 5 ଟି ସଡ଼କ ନିର୍ମାଣ ହେବ । ସୂଚନା ଅନୁସାରେ ଜାତୀୟ ରାଜପଥ 49 ର କନକତୋରା ଝାରସୁଗୁଡ଼ା ସେକସନରେ ଇବ ନବୀ ଉପରେ ଛଅ ଲେନ ବିଶିଷ୍ଟ ନୂତନ ସେତୁ ପାଇଁ 100 କୋଟି ଖର୍ଚ କରାଯିବ । ବଅଁରପାଳ ଠାରୁ ବହ୍ଲରଛକ ଏବଂ ବହ୍ଳରଛକ ଠାରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ 17 କିମି ରାସ୍ତାକୁ 977 କୋଟି ଖର୍ଚ କରାଯାଇ ଚାରିଥାକିଆ କରାଯିବ । ଭୁବନେଶ୍ବର କ୍ୟାପିଟାଲ ରିଜନ ରଙ୍ଗ ରୋଡ଼ ଯୋଜନାରେ ରାମେଶ୍ବରରୁ ଗୋବିନ୍ଦଗଡ଼ ମଧ୍ୟରେ 41 କିମି , ଗୋବିନ୍ଦପୁର ବିଲିପଡ଼ା ମଧ୍ୟରେ 30 କିମି ଏବଂ କୁଶପଙ୍ଗିରୁ ଟାଙ୍ଗି ମଧ୍ୟରେ 40 କିମି 6 ଲେନ ବିଷ୍ବିଷ୍ଟ ସଡ଼କ ପାଇଁ ମନ୍ତ୍ରାଳୟ ଅନୁମୋଦନ ଦେଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ରାମେଶ୍ବର ଗୋବିନ୍ଦପୁର ପାଇଁ 2274 କୋଟି ଟଙ୍କା ଗୋବିନ୍ଦପୁର ବିଲିପଡ଼ା ପାଇଁ 1895 କୋଟି ଟଙ୍କା ଏବଂ କୁଶପିଙ୍ଗ – ଟାଙ୍ଗି ପାଇଁ 2227 କୋଟି ଟଙ୍କା ଖର୍ଚ୍ଛ କରାଯିବ ।
ଏହା ବାଦ 35 କିମି ସମ୍ବଲପୁର ରିଙ୍ଗ ରୋଡ଼ 1450 କୋଟି ଟଙ୍କା ବ୍ୟୟରେ 4 ଲେନ ବିଶିଷ୍ଟ ହେବ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ସଡ଼କ ଭିତ୍ତିଭୂମିର ସାମଗ୍ରିକ ଉନ୍ନତୀକରଣ ଓ ବିକାଶ ପାଇଁ ଗତ 13 ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ର ନୀତିନ ଗଡ଼କାରୀଙ୍କୁ 75 ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ । ଏହା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟରେ ଛଅଟି ପ୍ରକଳ୍ପ ନିର୍ମାଣ ବାବଦରେ 8923 କୋଟି ବ୍ୟୟ ଅଟକଳକୁ ଅନୁମୋଦନ ପାଇଁ ତତ୍ପରତା ପ୍ରକାଶ କରିଛି।