କଲକାତା ଆର ଜି କର ମେଡ଼ିକାଲ କଲେଜରେ ଟ୍ରେନି ଡ଼ାକ୍ତରାଣୀଙ୍କୁ ଦିଷ୍ମର୍ମ ଓ ହତ୍ୟା ମାମଲାରେ ଉଦବେଶ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପୀଡ଼ିତାଙ୍କ ନାମ ଓ ଫଟୋ ଆଦି ଭାଇରାଲ ନେଇ ଉଦବେଶ ପ୍ରକାଶ ପାଇଛି । ନିଜ ଆଡ଼ୁ ରୁଜୁ କରିଥିବା ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଘଟଣା ଘଟିବାର ବହୁ ବିଳମ୍ବରେ ମାମଲେ ରୁଜୁ ହେବ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ । ମେଡ଼ିକାଲ ଅଧ୍ୟକ୍ଷଙ୍କ ଭୂମିକା ପୀଡ଼ିତାଙ୍କ ମୃତ୍ୟୁକୁ ଆତ୍ମହତ୍ୟାର ରୁପଦେବାକୁ କରାଯାଇଥିବା ପ୍ରୟାସ ଓ ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ କ୍ଷୋଭ ପ୍ରକାଶ କରିବା ସହ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ ।
ଏହାସହିତ ଡ଼ାକ୍ତରଙ୍କ ସୁରକ୍ଷା ନେଇ ବିରକ୍ତ ପ୍ରକାଶ କରିବା ସହ ଏହା ସାରା ଦେଶରେ ଡ଼ାକ୍ତରଙ୍କ ସୁରକ୍ଷା ବୋଲି ପ୍ରଶ୍ନ କରିଛନ୍ତି । ସାରା ଦେଶରେ ଡ଼ାକ୍ତରଙ୍କ ଆନ୍ଦାଳନ ଚାଲିଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଫଳରେ ଡ଼ାକ୍ତରଙ୍କ ଆନ୍ଦୋଳନ ବନ୍ଦ କରିବାକୁ ଅପିଲ କରିଛନ୍ତି କୋର୍ଟ । ଡ଼ାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ ନ୍ୟାସନାଲ ଟାସ୍କ ଫୋର୍ସ । ସୁପ୍ରିମକୋର୍ଟଙ୍କ ନିରିକ୍ଷଣରେ ଏହା ଗଠନ ହେବ । କୋର୍ଟଙ୍କ ଉପରେ ଭରସା ରଖିବାକୁ ଆଶ୍ବସନା ଦେଇଛନ୍ତି ସୁପ୍ରିମକୋର୍ଟ ।