ସମସ୍ତ ଜାତୀୟ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲେ କେନ୍ଦ୍ର ସରକାର । ଏବେ ଥିବା ବ୍ୟବସ୍ଥା ତୁଳନାରେ 25 ପ୍ରତିଶତ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । କୋଲକତା ଆରଜି କର ହସ୍ପିଟାଲ ଘଟଣା ପରେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ନିକଟରେ ଆଇଏମଏ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହାପରେ କେନ୍ଦ୍ର ସରକାର ଅଧିନରେ ଥିବା ହସ୍ପିଟାଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି ।
ଏହାପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ମହିଳାଙ୍କୁ ହସ୍ପିଟାଲରେ ନାଇଟ ଡ଼୍ୟୁଟି ନପାଇବାକୁ ନିବେଦନ କରିଛନ୍ତି । ସରକାର ଅନୁରୋଧ କରିଛନ୍ତି ଯେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ରାତିରେ ନିୟୋଜିତ ହେଲେ ଏକରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ରାତିରେ ଡ଼ାକ୍ତରଖାନାର କୌଣସି ସ୍ଥାନକୁ ଗଲେ ତାଙ୍କ ସହ ଜଣେ ଗାର୍ଡ଼ ରହିବେ । ନାଇଟ ଡ଼୍ୟୁଟିରେ ଆସୁଥିବା ମହିଳାଙ୍କୁ ହସ୍ପିଟାଲ ତରଫରୁ ବ୍ୟବସ୍ଥା କରାଯାଇ ଅଣାଯିବ । ହସ୍ପିଟାଲ ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନିରନ୍ତର ନଜର ରଖାଯିବ । ଡ଼ାକ୍ତରଖାନାକୁ ଆସୁଥିବା ବ୍ୟବସ୍ଥା ମଧ୍ୟ ପରୀକ୍ଷା କରାଯିବ ଉଚିତ । ପ୍ରବେଶ ପ୍ରସ୍ଥାନ ଦ୍ବାର କରିଡ଼ର ଅନ୍ଧାର ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଲଗାଯିବ । ଏକ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯିବ । ଜରୁରୀକାଳୀନ ପରିସ୍ଥିତି ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଏହି ଠାରୁ ସାହାର୍ଯ୍ୟ କରାଯିବ ।