ଅମଲାତନ୍ତ୍ର ନୁଯୁକ୍ତିରେ ୟୁପିଏସସିରେ ଲାଟେରାଲ ଏଣ୍ଟ୍ରି ନେଇ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି । ଏପରିସ୍ଥଳେ କେନ୍ଦ୍ର ସରକାର ୟୁପିଏସସି ଲାଟେରାଲ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି । ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ଅମଲାତନ୍ତ୍ର ନିଯୁକ୍ତିରେ ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ସଂରକ୍ଷଣ ସ୍ଥାନ ଛଡ଼ାଇ ନିଆଯାଇଛି । ବର୍ତମାନ କାର୍ମିକ ମନ୍ତ୍ରଣାଳୟ ୟୁପିଏସସି ଅଧ୍ୟକ୍ଷକୁ ଏକ ଚିଠି ଲେଖିଛି ।
ଏନଇ ରାଜନୈତିକ ଉତ୍ତେଜନା ମଧ୍ୟୀରେ କର୍ମଚାରୀ ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଡ଼କ୍ଟର ଜିତେନ୍ଦ୍ର ସିଂ କେନ୍ଦ୍ର ଜନସେବା ଆୟୋଗକୁ ଏକ ଚିଠି ଲେଖିଛନ୍ତି । ଚିଠିରେ ମନ୍ତ୍ରୀ ଲାଟେରାଲ ଏଣ୍ଟ୍ରି ଆଧାରରେ କରାଯାଇଥିବା ନିଯୁକ୍ତି ପ୍ରତ୍ୟାହାର କରିବାକୁ କେନ୍ଦ୍ର ଜନସେବା ଆୟୋଗକୁ କହିଛନ୍ତି । ଚିଠିରେ କୁହାଯାଇଛି ଯେ ଲାଟେରାଲ ଏଣ୍ଟ୍ରି ଆଧାରରେ କରାଯାଇଥିବା ନିଯୁକ୍ତିରେ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହାକୁ ପ୍ରତ୍ୟାହାର କରାଯିବା ଉଚିତ ।
ଚିଠିରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପଦବୀରେ ଏଭଳି ନିଯୁକ୍ତି ପାଇଁ ସମ୍ବିଧାନରେ ସଂରକ୍ଷିତ ସାମାଜିକ ନ୍ୟାୟ ଏବଂ ସଂରକ୍ଷଣ ଉପରେ ଗୁରୁତ୍ବ ଦେବାକୁ ଚାହୁଁଛନ୍ତି । ତେଣୁ ଏହି ବିଜ୍ଞାପନ ପ୍ରତ୍ୟାହାର କରାଯିବା ଉଚିତ । କେନ୍ଦ୍ର କହିଛି ଯେ ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ସେବାରେ ସମୋନଙ୍କର ଉପଯୁକ୍ତ ପ୍ରତିନିଧିତ୍ବ ନିଶ୍ଚିତ କରିବା ଆବଶ୍ୟକ ।