ଦୀର୍ଘ 32 ବର୍ଷ ପରେ ଆଜମେରର କୁଖ୍ୟାତ ଗଣଦୁଷ୍ମର୍ମ ମାମଲାର ରାୟ ଆସିଛି । ଏହି ମାମଲାରେ କୋର୍ଟ 6 ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ସେମାନଙ୍କୁ 5 ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ପୋକ୍ସୋ ସ୍ପେଶାଲ କୋର୍ଟ ନମ୍ବର 2ରେ ଏହି ରାୟ ଦେଇଛନ୍ତି । 1992 ମସିହାରେ ଅନେକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ତାହା ସାରାଦେଶରେ ଚର୍ଚା ସୃଷ୍ଟି କରିଥିଲେ । ଆପତ୍ତିଜନକ ଫଟୋ ଉଠାଇ ସ୍କୁଲ ଛାତ୍ରୀମାନଙ୍କୁ ବ୍ଲାକମେଲ କରି ଦୁଷ୍ମର୍ମ କରାଯାଇଥିଲା । ସମସ୍ତ 6 ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏହି ମାମଲା 1992 ମସିହରେ ହୋଇଥିବା ବେଳେ ଏଥିରେ 18 ଜଣ ଅଭିଯୁକ୍ତ ଥିବା ବେବଳେ ଏର୍ଯ୍ୟନ୍ତ 9 ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଜଣେ ଆତ୍ମହତ୍ୟା କରିଥିବା ବେଳେ ଜଣେ ଫେରାର ଅଛନ୍ତି । ରାଜସ୍ଥାନର ଅଜମେରରେ 100ରୁ ଅଧିକ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଗଣଦୁଷ୍ମର୍ମ ଓ ବ୍ଲାକମେଲ କରାଯାଇଛି । ଧାର୍ମିକ ପର୍ଯ୍ୟଟନ ଏବଂ ଗଙ୍ଗା ଜାମୁନି ସଂସ୍କୃତି ପାଇଁ ଜଣାଶୁଣା ଆଜମେରର ପ୍ରତିଷ୍ଠା 1990 – 1992 ମଧ୍ୟରେ ଘଟିଥିବା ଏହି ଘଟଣା ଯୋଗୁଁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଘଟଣା ସଂସ୍କୃତି ମର୍ଯ୍ୟାଦାର ଅବନତିକୁ ପଦାରେ ପକାଇବା ସହ ପୁଲିସ ଓ ଆଇନରେ ଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଛି ।