ଭୁବନେଶ୍ବର: ବିଜେପି ସରକାର ଆସିବା ପରେ ବିଧାନସଭାରେ ସରକାରଙ୍କୁ ଘରିବାକୁ ବିଜେଡି , କଂଗ୍ରେସ ରଣନୀତି ପ୍ରସ୍ତୁତ । ଆଜିଠୁ ବିଧାନସଭା ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବା ବେଳେ ସଦସ୍ୟମାନେ ହୋହଲ୍ଲା କରିଥିବା ଦେଖିବାକୁ ମିଳିଥିଲା । ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଛି । କଂଗ୍ରେସ ଛାତ୍ରନିର୍ବାଚନକୁ ନେଇ ଆଲୋଚନା କରିବାକୁ ଅଡ଼ିବସିବାରୁ ଗୃହକୁ ବାଚସ୍ପତି ମୁଲତବି ରଖିଥିଲେ । ସେହିପରି ଆଳୁ ସଂକଟକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଆଇନକାନୁନ ପରିସ୍ଥିତି, ପୋଲାଭରମ ପ୍ରକଳ୍ପ ସହ ଭୂତ ରାସନ କାର୍ଡ଼ ଧାରୀଙ୍କୁ ନେଇ ବିରୋଧୀମାନେ ସରକାରଙ୍କୁ ପ୍ରଶ୍ନ କରିବେ ବୋଲି କହିଛନ୍ତି । ଚାଉଳ ଦୁର୍ନୀତିର କେବେ ଖୁଲାସା ହେବ । ସେ ନେଇ ଗୃହରେ ପ୍ରଶ୍ନ କରିବ ଦଳ । ଏହାସହ ସ୍କୁଲରେ ଶିକ୍ଷକ ନୁଯୁକ୍ତି ପୁରୁଣା ପେନସନ ଲାଗୁ ଆଇନ ଶୃଙ୍ଖଳା ପ୍ରସଙ୍ଗ ବି ଉଠାଇବ କଂଗ୍ରେସ । ଏନେଇ ବିଧାୟକ ଦଳ ବୈଠକରେ ଆଲୋଚନା କରାଯାଇଛି ।