ଭୁବନେଶ୍ବର: ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଶୈବାଳୟରେ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି । ରାଜ୍ୟର ଅଧିକାଂଶ ଶୈବପୀଠରେ କାଉଡ଼ିଆମାନେ ମହାଦେବଙ୍କ ମନ୍ଦିରରେ ଭିଡ଼ ଜମାଇଛନ୍ତି । ପରିଲକ୍ଷିତ ହେଉଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସମୟରୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶ୍ରଦ୍ଧାଳୁମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିଛନ୍ତି। ରାଜଧାନୀରେ ଲିଙ୍ଗରାଜ ମନ୍ଦିରରେ ଜଳଲାଗି କରୁଛନ୍ତି ଭକ୍ତ। ତେଣେ ପୁରୀର ଲୋକନାଥ ମନ୍ଦିର ଓ ନୟାଗଡ଼ର ଲଡ଼ୁବାବାରେ ମଧ୍ୟ କାଉଡିଆଙ୍କ ଗହଳି ପରିଲକ୍ଷିତ ହୋଇଛି।
ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ ଏବଂ ଲିଙ୍ଗରାଜ ମନ୍ଦିର ଓ ଢେଙ୍କାନାଳର କପିଳାସଠାରେ ଭିଡ ଲାଗିରହିଛି । କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।