କୋଲକତାର ଆର.ଜି କର ମେଡ଼ିକାଲ କଲେଜରେ ଜଣେ ମହିଳା ଡ଼ାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ଡ଼ାକ୍ତରଙ୍କ ପ୍ରଦର୍ଶନ ଜାରି କରିଛି । ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟର ପୁଲିସ ବାହିନୀଙ୍କୁ ପ୍ରତି ଦୁଇ ଘଣ୍ଟାରେ ପରିସ୍ଥିତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି । ରାଜ୍ୟ ପୋଲିସ ବାହିନୀକୁ ପଠାଯାଇଥିବା ବାର୍ତାରେ ଗୃହ ମନ୍ତ୍ରଣାଳୟ କହିଛି ଯେ ବିରୋଧିକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯିବା ଉଚିତ । ଏହା ବ୍ୟତୀତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ଏକ କମିଟି ଗଠନ କରିବାକୁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଗୃହ ମନ୍ତ୍ରଣାଳୟ ରାଜ୍ୟ ପୁଲିସ ବାହିନୀଙ୍କୁ ଫ୍ୟାକ୍ସ ଏବଂ ହ୍ବାଟସ ଆପ ନମ୍ବର ଏବଂ ଇେମଲ ମଧ୍ୟ ପ୍ରଦାନ କରିଛି ଯେଉଁଥିରେ ପ୍ରତି ଦୁଇ ଘଣ୍ଟାରେ ପରିସ୍ଥିତି ରିପୋର୍ଟ ପଠାଯିବ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏହା ନିଶ୍ଚିତ କରିବ ଯେ ଗୁରୁତ୍ବପୂଣ୍ଣ ପ୍ରସଙ୍ଗ ସହ ଜଡ଼ିତ ରିପୋର୍ଟ ଠିକ ସମୟରେ ପହଞ୍ଚିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଲକତା ବଳାତ୍କାର ମାମଲରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି । ଏଭଳି ଗମ୍ଭୀର ପରିସ୍ଥିତିରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।