ରତ୍ନଭଣ୍ଡାରରୁ ବାକ୍ସ ଓ ଆଲମିରା ସ୍ଥାନାନ୍ତର ପାଇଁ ସରକାରୀ ଅନୁମତି ମିଳିସାରିଛି । ଖୁବ ଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ ହେବ । ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ଜିପିଆରଏସ ସର୍ଭେ ସହ ଅତ୍ୟାଧୁନିକ ବୌଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଶ୍ରୀମନ୍ଦିର ଭକ୍ତଙ୍କ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ଲଗାଯିବ ଏ.ଆଇ କ୍ୟାମେରା । ଏହାଦ୍ବାରା ଦର୍ଶନ ବ୍ୟବସ୍ଥା ଗୃଙ୍ଖଳିତ ହେବ । ପୁରୀରେ ରଥ ସମ୍ନାନ 2024 କାର୍ଯ୍ୟକ୍ରମରେ ଯୋଗ ଅବସରରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।