ଜେଏମଏ ଛାଡିବେ କି ଚମ୍ପାଇ । ବିଜେପିରେ ମିଶିବେ କି ? ଚମ୍ପାଇକୁ ଜେଏମଏମ ଭିତରେ ସମ୍ମାନ ମିଳୁନି କି ? ଏସବୁ ପ୍ରଶ୍ନର ଉତ୍ତର ଆଉ କିଛି ସମୟ ପରେ ମିଳିଯିବ । ବିଜେପିରେ ସାମିଲ ହେବେ ଚମ୍ପାଇ ସୋରେନ । ଜେଏମଏମ ପତାକା ତାଙ୍କ ପୈତୃକ ଗାଁରୁ ହଟିଛି । ଯାହା ଚର୍ଚା ହେଉଥିଲା ତାହା ସତ ହୋଇଛି । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଜେଏମଏମ ଉପରେ ଖପ୍ପା ଅଛନ୍ତି । ତେଣୁ ସେ ଦଳ ଛାଡିବା କଳ୍ପନାଜଳ୍ପନା ଚାଲିଛି । ସେ ବିଜେପିର ସଦସ୍ୟତା ଗ୍ରହଣ କରିବା ନେଇ ରାଜନୀତି ଜୋର ଧରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ କୋଲକାତାରୁ ଦିଲ୍ଲୀ ଯିବାବେଳେ ଝାଡଖଣ୍ଡର ରାଜନୀତି ଅଧିକ ତୀବ୍ର ହୋଇଛି। ଅନୁମାନ କରାଯାଉଛି ଯେ ଚମ୍ପାଇ ସୋରେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବେ । ଆଗକୁ ନିର୍ବାଚନ ଆସୁଥିବାରୁ ଚମ୍ପାଇ ବିଜେପି ଶିବିରକୁ ଆସିଲେ ବିଜେପିର ଶକ୍ତି ବୃଦ୍ଧି ହେବ । ଏନେଇ ବିଜେପି ସହ ସେ ଆଲୋଚନା କରିଥିବା କୁହାଯାଉଛି ।
ଚମ୍ପାଇ ସୋରେନ ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଅଛନ୍ତି। ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବରିଷ୍ଠ ନେତା। ଚମ୍ପାଇ ସୋରେନ୍ ପାର୍ଟିରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି । ଯେତେବେଳେ ଇଡି ହେମନ୍ତ ସୋରେନଙ୍କ ଉପରେ କଡ଼ା ପଦକ୍ଷେପ ନେଇଥିଲା ଏବଂ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା। ହେମନ୍ତ ସୋରେନଙ୍କ ପରେ ମୁଖ୍ୟମନ୍ତ୍ରୀ ବିକଳ୍ପ ଭାବେ ଚମ୍ପାଇ ସୋରେନ ପଦ ସମ୍ଭାଳିଥିଲେ। ହେମନ୍ତ ଆସିବା ପରେ ସେ ପଦ ଛାଡିଥିଲେ । କିନ୍ତୁ ତାଙ୍କୁ ଦଳରେ ସମ୍ମାନ ମିଳୁଥିବାରୁ ସେ ଖୁସି ନାହାଁନ୍ତି । ଦଳ ତାଙ୍କ ତ୍ୟାଗକୁ ସ୍ବୀକାର କରିନାହିଁ । ତେଣୁ ସେ ବିଜେପି ସହ ମିଶିବାକୁ କଥା ଆରମ୍ଭ କରିଛନ୍ତି ।