ଆଜିଠାରୁ ବିଧାନସଭାର ନୂଆ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଖାଦେଇଛି ବିବାଦ । ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡ଼ି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି । ଦୁଇ ବିରୋଧୀ ଦଳର ବର୍ଜନ ପରେ ଏବେ ବିଜେପିର ବିଧାୟକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଚାଲିବ ଏକପ୍ରକାର ନିଶ୍ଚିତ ହୋଇଛି । ପ୍ରଥମ ଦିନ ତଥା ଉଦଘାଟନୀ ଦିବସରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିକୁ ସାମିଲ ହେବା ନେଇ କାର୍ଯ୍ୟ ସ୍ଥିର ହୋଇଥିଲା । ଯାହା ପରେ ପୂରା କାର୍ଯ୍ୟକ୍ରମକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଥିଲା ବିଜେଡ଼ି । ତେବେ ସଂଶୋଧନ ପରେ ଅତିଥି ତାଲିକାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ବାଦ ଦିଆଯାଇଥିଲା । ଏହାସତ୍ତ୍ବେ ମଧ୍ୟ ପ୍ରଶିକ୍ଷଣ ଶିବିରରୁ ନିଜକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ । ଅନ୍ୟପଟେ ଶାସକ ଦଳ ବିଧାୟକଙ୍କ ଯୁକ୍ତି ଏହା କୌଣସି ରାଜନୈତିକ କିମ୍ବା ଦଳୀୟ କାର୍ଯ୍ୟକ୍ରମ ନୁହିଁ ।