କୋଲକତାରେ ଟ୍ରେନି ଡ଼ାକ୍ତରଙ୍କୁ ଦୁଷ୍ମର୍ମ ଓ ପରେ ହତ୍ୟା ଘଟଣା ପ୍ରତିବାଦରେ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡ଼ାକରା ଦେଇଛି ଭାରତୀୟ ମେଡ଼ିକାଲ ସଂଘ । ଆଜି ସକାଳ 6 ଟା ଅର୍ଥାତ 24 ଘଣ୍ଟା ଧରି ଚାଲିବ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ । ଦେଶର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଧର୍ମଘଟ ଡ଼ାକରା ଦିଆଯାଇଛି । ଏଥିସହିତ ଓପିଡ଼ି ଓ ଡ଼ାକ୍ତରଖାନାରେ ନିୟମିତ ଅସ୍ତ୍ରୋପଚାର ବନ୍ଦ କରିବାକୁ ଦାବି କରାଯାଇଛି । ଏମରଜେନ୍ସି ବ୍ୟତୀତ ଅନ୍ୟ କୌଣସି ଅସ୍ତ୍ରୋପଚାର ହୋଇପାରିବ ନାହିଁ । ହସ୍ପିଟାଲଗୁଡ଼ିକ ସେଫ ଜୋନ ଭାବେ ଘୋଷଣା ସହ ବିମାନବନ୍ଦର ଭଳି ସୁରକ୍ଷା ଯାଞ୍ଚର ପ୍ରୋଟୋକଲ ପାଳନ କରିବାକୁ ଅପିଲ କରାଯାଇଛି । ଏହାସହ ହସ୍ପିଟାଲରେ ରୋସିଡ଼େଣ୍ଟ ଡ଼ାକ୍ତରଙ୍କ କାର୍ଯ୍ୟ ସମୟ ନିର୍ଦ୍ଧାରଣ କରିବାକୁ ମଧ୍ୟ ଦାବି ହୋଇଛି । ଆଇଏମଏର କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଡ଼ାକ୍ତର ବିନୟ ଅଗ୍ରଓ୍ବାଲ କହିଛନ୍ତି ଯେ ଡ଼ାକ୍ତରମାନେ କେବେ ବି ଧର୍ମଘଟ କରିବାକୁ ଚାହୁଁନାହାନ୍ତି ।କିନ୍ତୁ ଯଦି ଡ଼ାକ୍ତରଙ୍କ ଉପରେ ହିଂସା ଓ ମହିଳା ଡ଼ାକ୍ତରଙ୍କୁ ଦୁଷ୍ମର୍ମ ଭଳି ଘଟଣା ଘଟେ । ତେବେ ଚୁପ ବସିବୁ ନାହିଁ ।