ଧାରା 370 ହଟିବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଘୋଷଣା ହୋଇଛି । ଏଥର କିଏ ମୁଖ୍ୟମନ୍ତ୍ରୀ ହେବେ କେଉଁ ଦଳ ସରକାର ଗଢ଼ିବ ତାକୁ ନେଇ ଆଲୋଚନା ହେଉଛି । 3 ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ଅକ୍ଟୋବର 4 ରେ ଫଳାଫଳ ଘୋଷଣା କରାଯିବ। ତେବେ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ବିଧାନସଭା ଆସନ ସଂଖ୍ୟା 90 କୁ ବୃଦ୍ଧି ପାଇଛି। ଜାମ୍ମୁରେ 43 ଟି ଏବଂ କାଶ୍ମୀରରେ 47 ଟି ଆସନ ରଖାଯାଇଛି। ପାକିସ୍ତାନ ଅଧିକୃତ କାଶ୍ମୀର ପାଇଁ 24 ଟି ସିଟ୍ ସଂରକ୍ଷିତ କରାଯାଇଛି। ତେବେ ଏଠାରେ ନିର୍ବାଚନ ହେବ ନାହିଁ। ମୋଟ 114 ଟି ଆସନ ମଧ୍ୟରୁ କେବଳ 90 ଟିରେ ନିର୍ବାଚନ ଅନୁଷ୍ଠିତ ହେବ।
ଜମ୍ମୁକଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଜମ୍ମୁ-କଶ୍ମୀରରେ ତିନିଟି ପର୍ଯ୍ୟାୟରେ ଏବଂ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଅକ୍ଟୋବର ୪ ରେ ଉଭୟ ରାଜ୍ୟରେ ଭୋଟ୍ ଗଣନା କରାଯିବ। ଜମ୍ମୁକଶ୍ମୀରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ରେ ଜମ୍ମୁକାଶ୍ମୀରରେ ମତଦାନ ହେବ। ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଜମ୍ମୁକଶ୍ମୀରର ଭୋଟର ତାଲିକା ଅଗଷ୍ଟ ୨୦ରେ ଆସିବ।
ଗତଥର ନିର୍ବାଚନରେ ପିଡିପି 28 ଟି ସିଟ୍ ରେ ବିଜୟୀ ହୋଇଥିବା ବେଳେ ବିଜେପି: 25 ଟି ସିଟ୍ ରେ ବିଜୟୀ ହୋଇଥିଲା । ନାସନାଲ କନଫରେନସ 15 ଟି ସିଟ୍ ରେ ବିଜୟଲାଭ କରିଥିବା ବେଳେ କଂଗ୍ରେସ 12 ଟି ସିଟ୍ ରେ ବିଜୟୀ ହୋଇଥିଲା । ପିସି 2 ଟି ସିଟ୍ , ସିପିଆଇଏମ 1 ସିଟ୍ , ପିଡିଏଫ 1 ସିଟ୍ , ସ୍ୱାଧୀନ: 3 ଟି ଆସନରେ ବିଜୟୀ ହୋଇଥିଲେ ।
ଚଳିତ ବର୍ଷ କେନ୍ଦ୍ର ସରକାର ନିର୍ବାଚନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଥିବା କହିଛନ୍ତି । ନିର୍ବାଚନ ଆୟୋଗ ସଫଳତାର ସହ ନିର୍ବାଚନ କରିବାକୁ ଆଶାବାଦୀ ଅଛନ୍ତି । ତେବେ ନିର୍ବାଚନ ଆୟୋଗ 10 ବର୍ଷ ପରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ଯାଉଛନ୍ତି । ଶେଷ ଥର ପାଇଁ 2014 ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବିଜେପି କେବଳ ଜମ୍ମୁରେ ଆଧିପତ୍ୟ ବିସ୍ତାର କରୁଥିଲା । ହିନ୍ଦୁମାନେ ବିଜେପିକୁ ସମର୍ଥନ କରୁଥିଲେ । କାଶ୍ମୀରରେ ପିଡିପି ଏବଂ ଏନସିପି ଅଧିକ ଆସନ ପାଉଥିଲେ । ଏବେ କଣ ଫଳାଫଳ ହେବ ତାହା ନିର୍ବାଚନ ପରେ ଜଣାପଡିବ ।
5 ଅଗଷ୍ଟ 2019 ରେ ଧାରା 370 ହଟାଯିବା ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ବିଧାନସଭା ନିର୍ବାଚନ ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, “ସେପ୍ଟେମ୍ବର 18, ସେପ୍ଟେମ୍ବର 25 ଏବଂ ଅକ୍ଟୋବର 1 ରେ ତିନିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର 4 ରେ ଭୋଟ୍ ଗଣନା କରାଯିବ। ”
ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ବିଧାନସଭା ଆସନ ସଂଖ୍ୟା 90 କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଜାମ୍ମୁରେ 43 ଟି ଏବଂ କାଶ୍ମୀରରେ 47 ଟି ଆସନ ଅଛି। ପାକିସ୍ତାନ ଅଧିକୃତ କାଶ୍ମୀର (POK) ପାଇଁ 24 ଟି ସିଟ୍ ସଂରକ୍ଷିତ କରାଯାଇଛି।
ପୂର୍ବରୁ ଜାମ୍ମୁ କାଶ୍ମୀରରେ ମୋଟ 111 ଟି ଆସନ ଥିଲା, ସେଥିମଧ୍ୟରୁ 87 ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ 37 ଟି ଜାମ୍ମୁରେ, 46 ଟି ସିଟ୍ କାଶ୍ମୀରରେ ଏବଂ 4 ଟି ସିଟ୍ ଲଦାଖରେ ଥିଲା। ପାକିସ୍ତାନ ଦଖଲ କରିଥିବା କାଶ୍ମୀର ପାଇଁ 24 ଟି ସିଟ୍ ରଖାଯାଇଥିଲା। ଜାମ୍ମୁ ଡିଭିଜନର ସାମ୍ବା, କାଥୁଆ, ରାଜୈାରୀ, ଦୋଡା ଏବଂ ଉଦାମପୁରରେ ପ୍ରତ୍ୟେକ ନୂତନ ଆସନ ବୃଦ୍ଧି ପାଇଛି। ଏଥିସହ କାଶ୍ମୀରର କୁପୱାରା ଜିଲ୍ଲାରେ ଗୋଟିଏ ଆସନ ବୃଦ୍ଧି କରାଯାଇଛି।
ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଏଠାରେ ନିର୍ବାଚନ ପ୍ରଚାର କରିବାର ସମୟ ସ୍ୱଳ୍ପ ଏବଂ ପାଗ ମଧ୍ୟ ଅନୁକୂଳ ଅଟେ। ଜାମ୍ମୁ କାଶ୍ମୀରରେ 87.09 ଲକ୍ଷ ଭୋଟର ଅଛନ୍ତି। ଏଥିମଧ୍ୟରୁ 20 ଲକ୍ଷରୁ ଅଧିକ ଭୋଟର ଯୁବକ ଅଟନ୍ତି। ଅନ୍ତିମ ଭୋଟର ତାଲିକା ଅଗଷ୍ଟ 20 ରେ ପ୍ରକାଶ ପାଇବ। ନିର୍ବାଚନ ତାରିଖ ଘୋଷଣାକୁ ନେଇ ସବୁ ଦଳ ପ୍ରତିକ୍ରିୟା ରଖିଛନ୍ତି । ବିଳମ୍ଭରେ ହେଲେ ମଧ୍ୟ ଏହା ଭଲ ଘୋଷଣା ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି ।