ଭୁବନେଶ୍ବର: ଶେଷରେ ଓ୍ବାଇ ବି ଖୁରାନିଆଙ୍କୁ ନୂତନ ପୁଲିସ ଡିଜି ଭାବେ ନୂଆ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସାକ୍ଷାତ ପରେ ସେ ପୋଲିସ ଡିଜି ହେବେ ବୋଲି ଚର୍ଚା ହେଉଥିଲା । ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶାର ନୂଆ ପୁଲିସ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ଆଗରେ ଆଇନ କାନୁନ ସ୍ଥିତି ସୁଧାରିବା ମୁଖ୍ୟ ସମସ୍ୟା ରହିବ । ନୂଆ ସରକାରଙ୍କ ଆଇନ କୁନନକୁ ନେଇ ଯେଉଁ ଆଶା ରଖିଛନ୍ତି ତାହା କେତେଦୂର ପୂରଣ କରୁଛନ୍ତି ଓ୍ବାଇ ବି ଖୁରାନିଆ ତାହା ଉପରେ ସମସ୍ତଙ୍କ ନଜର ରହିବ । ଓଡିଶା ଭଳି ରାଜ୍ୟରେ ଆଇନଶୃଙ୍ଖଳା,ନକ୍ସଲ ସମସ୍ୟା ବି ବଡ ଚ୍ୟାଲେଞ୍ଜ ରହିଛି । ଗଞ୍ଜେଇ, ବ୍ରାଉନସୁଗାର ଭଳି ନିଶା ଚୋରାଚାଲାଣ, ସାଇବର କ୍ରାଇମ ବି ଦିନକୁ ଦିନ ବଢିବାରେ ଲାଗିଛି ।
ନିକଟରେ ନିତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ କରିବା ସମୟରେ ସେ ଶ୍ରୀ ଖୁରାନିଆଙ୍କ ସହ ଭେଟି ଆଲୋଚନା କରିଥିଲେ। ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରୁ ଯେଉଁ ଅଧିକାରୀମାନେ ବାହାରକୁ ଡେପୁଟେସନରେ ଯାଇଛନ୍ତି ସେମାନଙ୍କ ସହିତ ସେ ବୈଠକ କରିଛନ୍ତି। ଏହି ବୈଠକରେ ବାହାର ରାଜ୍ୟରେ ନିଯୁକ୍ତ ଓଡ଼ିଆ ଅଧିକାରୀମାନ(ଆଇଏଏସ, ଆଇପିଏସ)ଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଓଡ଼ିଶାର ବିକାଶ ଲାଗି ଓଡ଼ିଆ ଅଧିକାରୀମାନଙ୍କ ଗୁରୁତ୍ଵକୁ ଦୃଷ୍ଟିରେ ରଖି ଟିମ୍ ଓଡ଼ିଶା ଗଠନ କରି କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ନିତି ଆୟୋଗ ବୈଠକ ପରେ ଖୁରାନିଆଙ୍କୁ କେନ୍ଦ୍ର ସରକାର ଓଡ଼ିଶାକୁ ପଠାଇଥିଲେ ।
କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଓ୍ବାଇବି ଖୁରାନିଆ ଓଡିଶାରେ ବିଭିନ୍ନ ଦାୟିତ୍ବରେ ଦକ୍ଷତା ବି ଦେଖାଇଛନ୍ତି । ଶ୍ରୀ ଖୁରାନିଆ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଦାୟିତ୍ବ ନେଇ ଚର୍ଚ୍ଚାରେ ଥିଲେ । ସେ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସପି ଭାବେ ଦୃଢ଼ତାର ସହ କାର୍ଯ୍ୟ କରିଛନ୍ତି। ଏ