ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ଦସ୍ବବ ଦୁଇଟି ବ୍ରୋଞ୍ଚେ ମେଡ଼ାଲ ଆଣି ପୁରା ଦେଶ ଗୌରବ ଆଣଥିବା ହକି ତାରକା ଓଡ଼ିଶାରେ ପହଞ୍ଚିଛନ୍ତି । ତାଙ୍କ ସ୍ବାଗତ କରିବାକୁ ଭୁବନେଶ୍ବର ବିମାନବନ୍ଦରରେ ବ୍ୟାପକ ଆୟୋଜନ ହୋଇଥିବାବେଳେ ତାଙ୍କୁ ପାଛୋଟି ପାଇଁ ପହଞ୍ଚିଥିଲେ ଏକାମ୍ର ବିଧାୟକ ବାବୁ ସିଂ । ପୂର୍ବ ପରି ଚଳିତ ଅଲିମ୍ପିକ୍ସରେ ହକି ପ୍ରତି ତାଙ୍କର ଅବଦାନ ପ୍ରଶଂସନୀୟ । ପଡ଼ିଆରେ ତାଙ୍କ ଡ଼ିଫେନ୍ସ କୌଶଳ ହେଉ ବା ପ୍ରତିପକ୍ଷ ଖେଳାଳିଙ୍କୁ ଅଟକାଇବା ହେଉ ସବୁଥିରେ ତାଙ୍କର କୌଶଳକୁ ନେଇ ଚର୍ଚ୍ଚା । ଅମିତ ରୋହିଦାସଙ୍କ ଖେଳ କୌଶଳ ଭବିଷ୍ୟତ ପିଢିଙ୍କ ପାଇଁ ବେଶ ପ୍ରେସାହଦାୟୀ ହେବ ବୋଲି ମତ ପ୍ରକାଶ କରିଛନ୍ତି ।