Monday, May 19, 2025
No Result
View All Result
Odisha 365

Latest News

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଭାରତରେ ଡାକ୍ତରଙ୍କ ଅସନ୍ତୋଷ

Ramesh Parida by Ramesh Parida
Aug 15, 2024, 07:47 pm GMT+0530
FacebookTwitterWhatsAppTelegram

ଭୁବନେଶ୍ବର: କୋଲକାତାର ଏକ ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଏନେଇ ନ୍ୟାୟ ଦାବି କରୁଛନ୍ତି ଜୁନିୟର ଡାକ୍ତର ।  ‌ଦେଶରେ ଜାରି ଥିବା ଆନ୍ଦୋଳନ ଗୋଟିଏ ରାଜ୍ୟରୁ ଅନେକ ରାଜ୍ୟକୁ ଡେଉଁଛି । ବିଶେଷ କରି କୋଲକତା ଘଟଣାକୁ ଡାକ୍ତରମାନେ ନିନ୍ଦା କରିବା ସହ ନ୍ୟାୟ ଦାବି କରୁଛନ୍ତି । ଏହି ଘଟଣାକୁ ନେଇ କଟକ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍‌ପିଟାଲର ଜୁନିୟର ଡାକ୍ତର ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନିନ୍ଦା କରି ଜୁନିଅର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜରୁରୀ କାଳୀନ ସେବାକୁ ବାଦ୍ ଦେଲେ ଅନ୍ୟ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ଯୋଗ ନଦେବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି। ୭୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ସଂଘ। ଏହାକୁ ସବୁଆଡ଼ୁ ସମର୍ଥନ କରୁଛନ୍ତି ଡାକ୍ତର ସଂଘ ।

ସେପଟେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଗୁଣ୍ଡାମାନେ ପଶି ଭଙ୍ଗାରୁଜା କରିଛନ୍ତି । ଏହାକୁ ନେଇ ରାଜନୀତି ଜୋର ଧରିଛି । ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଡାକ୍ତର ।  ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟରସ ଆସୋସିଏସନ ଇଣ୍ଡିଆ (ଫୋର୍ଡା) କହିଛି ଯେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଘଟଣା ପରେ ଆମେ ଆମର ସହକର୍ମୀ ଏବଂ ଡାକ୍ତରୀ ସମୁଦାୟ ସହିତ ଅଛୁ । ତାଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ ।

ଗତ ୮ ତାରିଖରେ କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଯାହାକୁ ନେଇ କୋଲକତାରେ  ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତରମାନେ ଆନ୍ଦୋଳନ କରି ନ୍ୟାୟ ଦାବି କରିଥିଲେ । ପ୍ରଥମେ ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ନିଜେ ସୁପରିଟେଣ୍ଡେଣ୍ଟ ଏଭଳି କହିଥିଲେ । ପରେ  ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ପ୍ରାଥମିକ ତଦନ୍ତ ପରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରିଛି। ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଛି ଯେ, ମୃତଦେହରୁ ପର୍ଯ୍ୟାପ୍ତ ପରିମାଣର ସେମେନ ମିଳିଛି । ତେଣୁ ଏଥିରେ ଅନ୍ୟ କିଛି ଲୋକ ସାମିଲ ଥାଇପାରନ୍ତି । ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଶଙ୍କା ପ୍ରକାଶ ପାଇଛି। ପୀଡ଼ିତାଙ୍କୁ ତଣ୍ଟି ଚିପି ହତ୍ୟା କରାଯିବା ପୂର୍ବରୁ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା। ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ସେପଟେ ଦୁଷ୍କର୍ମ ଘଟଣାରେ ମମତା ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ଏବଂ କଂଗ୍ରେସ ନେତା । ମମତାଙ୍କୁ  ଅଧୀର ରଞ୍ଜନ ଚୌଧୁରୀ ଟାର୍ଗେଟ କରି  କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବେଙ୍ଗଲ ପୁଲିସ ସିବିଆଇକୁ ସାହାଯ୍ୟ କରିବ ନାହିଁ ବୋଲି ତାଙ୍କର ଆଶଙ୍କା ରହିଛି। ମହିଳା ହୋଇ ମଧ୍ୟ ମହିଳା ଆନ୍ଦୋଳନକୁ ମୁଖ୍ୟମନ୍ତ୍ରୀ ଭୟ କରୁଛନ୍ତି । ବିଜେପିର ମହିଳା ଟିମ ମଧ୍ୟ ରାଜ୍ୟରେ ଆନ୍ଦୋଳନ କରି ନ୍ୟାୟ ଦାବି କରୁଛି । ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେଇ ମମତା ସରକାର ତାଙ୍କ ପରିବାକୁ ଚୁପ କରାଇବାକୁ ଚାହୁଁଥିବା ବିଜେପି କହିଛି । ଘଟଣାର ତଦନ୍ତ ଦାବି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଟିଏମସି ନେତା କହୁଛନ୍ତି ।

ତେଣୁ ଏଭଳି ଘୃଣ୍ୟ କାର୍ଯ୍ୟ କରିଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଡାକ୍ତରମାନେ ଦାବି କରୁଛନ୍ତି । ବିଶେଷ କରି ମେଡିକାଲ କଲେଜକୁ  ସୁରକ୍ଷା ଯୋଗାଇଦେବା ଦାବି ହେଉଛି ।

Tags: INDIAKolkata doctorKolkata doctor rape-murder casenewsTOP NEWS
ShareTweetSendShare

RelatedNews

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍
Opinion

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ
Latest News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ
ଜାତୀୟ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?
Latest News

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ସାରା ବିଶ୍ବ ଭ୍ରମଣ କରି ପାକିସ୍ତାନର ଅସଲ ଚେହେରା ଓ ତାର ଆତଙ୍କୀ କାର୍ଯ୍ଯକଳାପ କଥା କହିବେ ସାଂସଦ

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.