ନୂଆଦିଲ୍ଲୀ: ଭାରତର 78ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଏକ ଦେଶ, ଏକ ନିର୍ବାଚନ” ପ୍ରସ୍ତାବକୁ ଏକ ଶକ୍ତିଶାଳୀ ପ୍ରସ୍ତାବ ବୋଲି କହିଛନ୍ତି । ସମସ୍ତ ରାଜନୈତିକ ଦଳମାନେ ବସି ଏହା ଉପରେ ଏକାଠି କାମ କରିବାକୁ ସେ ପୁଣି ଆହ୍ବାନ ଦେଇଛନ୍ତି । ଏହା ଏକ ବିକାଶର ସ୍ପପ୍ନ । ଏହି ସ୍ବପ୍ନ ସାକାର କରିବା ପାଇଁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଭଳି ଦେଶରେ ବାରମ୍ବାର ନିର୍ବାଚନ ଉନ୍ନତିରେ ବାଧା ସୃଷ୍ଟି କରୁଛି ଏବଂ ଅଧିକ ଅର୍ଥ ଖର୍ଚ ହେଉଥିବା କହିଛନ୍ତି ମୋଦି । ଏହାକୁ ଦୂର କରିବା ପାଇଁ ଏକାଥରକେ ଦେଶରେ ନିର୍ବାଚନ ଆବଶ୍ୟକ। ଏହି ପ୍ରସ୍ତାବ ଉପରେ ଦେଶବ୍ୟାପୀ ଆଲୋଚନା ହେଉଛି । ଅନେକ ରାଜ୍ୟ ସରକାର ଏହା ଉପରେ ଏକମତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ପ୍ରତିବର୍ଷ ହେଉଛି । ବାରମ୍ବାର ନିର୍ବାଚନ ଯୋଗୁ ଅନେକ କାର୍ଯ୍ୟ ବନ୍ଦ କରିବାକୁ ପଡ଼ୁଛି । ସେ କହିଛନ୍ତି, ରାଜନୈତିକ ଦଳ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଷୟରେ ଆଲୋଚନା କରିଛନ୍ତି। ଏକ କମିଟି ଗଠନ ହୋଇଛି ଏହା ମଧ୍ୟ ରିପୋର୍ଟ ପ୍ରଦାନ କରିଛି । ଦେଶର ଲୋକ, ରାଜନୈତିକ ଦଳ ଏବଂ ଯେଉଁମାନେ ସମ୍ବିଧାନ ବୁଝନ୍ତି ସେମାନେ ଏକ ଦେଶ, ଏକ ନିର୍ବାଚନ ହୃଦୟଙ୍ଗମ କରି ଏହାକୁ ଲାଗୁ କରିବାକୁ ଆଗେଇ ଆସିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି। ଆଜି ବିକାଶ ଯୋଜନାଗୁଡିକ ନିର୍ବାଚନ ସହିତ ଜଡିତ ଥିବା ଦେଖାଯାଉଛି। କାରଣ ପ୍ରତି ତିନି ରୁ ଛଅ ମାସରେ ଦେଶର କୌଣସି ସ୍ଥାନରେ ନିର୍ବାଚନ ଚାଲିଛି ଯେଉଁଠି ପାଇଁ ବିକାଶ କାମ ରୋକିବାକୁ ପଡ଼ୁଛି ।
ସେ କହିଛନ୍ତି ଏନେଇ ଅନେକ ଥର ଆଲୋଚନା ହୋଇଛି। ସମସ୍ତଙ୍କୁ ଏକାଠି ହୋଇ ଏହାକୁ ନିର୍ବାଚନକୁ ସଫଳ କରିବାକୁ ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଦେଶକୁ ଏକାଠି ହେବାକୁ ପଡ଼ିବ। ଏଠାରେ ସୂଚନାଯୋଗ୍ୟ ଏକ ନିର୍ବାଚନ” ପ୍ରସ୍ତାବକୁ କେତେକ ରାଜ୍ୟ ସରକାର ସମର୍ଥନ କରିଛନ୍ତି, ବିଶେଷକରି ସେଗୁଡିକ ଯେଉଁଠାରେ ଭାରତୀୟ ଜନତା ପାର୍ଟି (BJP) ସରକାର ରହିଛି। ଏହା ମଧ୍ୟରେ ଆସାମ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଓ ଗୁଜରାଟ ଏହି ପ୍ରସ୍ତାବକୁ ସମର୍ଥନ କରୁଛି। ଏହା ସହିତ, କେବଳ BJP ଦ୍ୱାରା ଶାସିତ ରାଜ୍ୟ ନୁହେଁ, କିଛି ଅନ୍ୟ ଦଳ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।