Wednesday, May 14, 2025
No Result
View All Result
Odisha 365

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁ ଦୁଷ୍କର୍ମର ଶିକାର

ବଡ଼ ଡାକ୍ତରଖାନାରେ ମହିଳାଙ୍କୁ ଚିକିତ୍ସା କରିବା ନାମରେ ଦୁଷ୍କର୍ମ ତଦନ୍ତ ହେବା ଜରୁରୀ

Ramesh Parida by Ramesh Parida
Aug 14, 2024, 06:24 pm GMT+0530
FacebookTwitterWhatsAppTelegram

କଟକ: କଟକ ବଡ଼ ମେଡିକାଲରେ ଯାହା ଘଟିଛି ତାହା ବର୍ଣ୍ଣନା କରିବା କଷ୍ଟକର । ଅନେକ ସମୟରେ ଏହି ମେଡିକାଲକୁ ନେଇ ଅନେକ ଅଭିଯୋଗ ହୋଇଛି । ଏଠାକାର ଡାକ୍ତର ଗରିବ ରୋଗୀମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ସଦାବେଳେ ହୁଏ । ରୋଗୀଙ୍କ ପରିବାରକୁ ଲୁଣ୍ଠନ କରିବା, ଲାଂଚ ମାଗିବା, ପ୍ରାଇଭେଟ କ୍ଲିନିକ୍ କୁ ରୋଗୀଙ୍କୁ ପଠାଇବା ଅଭିଯୋଗ ହୋଇଛି । କିନ୍ତୁ  ଏସ୍‌ସିବି ମେଡିକାଲ କଲେଜ ପରିସରରେ ଜଣେ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁ ଦୁଷ୍କର୍ମ କରିବା ଭଳି ଅଭିଯୋଗ ସବୁ ଅଭିଯୋଗକୁ ପଛରେ ପକାଇଛି ।  ଏଭଳି ଜଘନ୍ୟକାଣ୍ଡ ଘଟାଇଛନ୍ତି ମେଡିକାଲ କଲେଜ ହୃଦ୍‌ରୋଗ ବିଭାଗର ଜଣେ ସିନିଅର୍ ରେସିଡେଣ୍ଟ୍‌ ଡାକ୍ତର। ବିଭାଗରେ ଡିଏମ୍ କରୁଥିବା ମଧ୍ୟପ୍ରଦେଶ ରାଜ୍ୟ ଭୋପାଳର ବାସିନ୍ଦା ଡାକ୍ତର ଦିଲବର୍ ସିଂହ ଠାକୁରଏଭଳି କାମ କରିଛନ୍ତି ।  ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଦୁଇ ପୀଡ଼ିତା ମହିଳା ଏବେ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କଟକ ବଡ଼ଡାକ୍ତରଖାନା ହୃଦ୍‌ରୋଗ ବିଭାଗକୁ ଗତ ରବିବାର ଦିନ ପ୍ରାୟ ୧୦ଟା ବେଳେ ଜଣେ ପିଜି ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଇଁଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ଉଭୟ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସେଦିନ ଛୁଟି ଥିବାରୁ ବିଭାଗ ଏକପ୍ରକାର ଖାଲିଥିଲା। ତେଣୁ  ଡାକ୍ତର ଦିଲବର ସିଂହ ଠାକୁର ଷଡ଼ଯନ୍ତ୍ର କରି ସେମାନଙ୍କୁ ‌ଇକୋ ରୁମ୍‌କୁ ନେଇ ଯାଇଥିଲେ। ଅନ୍ୟ କୌଣସି କର୍ମଚାରୀ ସେଠାରେ ନଥିବା ବେଳେ ଦିଲବର ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିଲେ। କିନ୍ତୁ ଏହି ପରୀକ୍ଷା ପରେ ସେମାନେ ଛାତି ଓ ଯୌନାଙ୍ଗରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତର ଉଭୟଙ୍କ ଯୌନାଙ୍ଗରେ ପରୀକ୍ଷା ସମୟରେ ବାରମ୍ବାର କିଛି କରିଥିବା ସେମାନେ ଅନୁଭବ କରିଥିଲେ। ୪୪ ଓ ୫୦ ବର୍ଷୀୟା ଏହି ଦୁଇ ମହିଳା ଘଟଣା ସଂପର୍କରେ ଡାକ୍ତରୀ ପଢୁଥିବା ପୁଅକୁ ପ୍ରଥମେ ଜଣାଇଥିଲେ। ଏହା ପରେ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ।

ଡାକ୍ତରୀ ଛାତ୍ର ଜଣକ ତାଙ୍କ ମା’ ଓ ମାଇଁଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ୧୧ ତାରିଖରେ ଅଭିଯୋଗ କରିଥିଲେ। ପୁଲିସ ଏହି ଅଭିଯୋଗ ଆଧାରରେ ସେହି ଦିନ ବିଏନ୍‌ଏସ୍‌ (ଭାରତୀୟ ନ୍ୟାୟ ସଂହିତା)ର ଧାରା ୬୪(୨)(ଇ)ରେ ଏକ ମାମଲା (କେସ୍ ନଂ ୨୦୧) ରୁଜୁ କରିଥିଲା। ପୁଲିସ ଉଭୟ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହିତ ବଡ଼ ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା କରିଥିଲା। ଏବେ ବି ଉଭୟ ପୀଡ଼ିତା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅଭିଯୁକ୍ତ ଡାକ୍ତର ଦିଲବର ସିଂହକୁ ଗିରଫ କରାଯାଇ ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ହାଜର କରାଯାଇ ଚୌଦ୍ବାର ସର୍କଲ ଜେଲକୁ ଚାଲାଣ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

କଟକ କମିସନରେଟ୍ ପୁଲିସ ଡିସିପି ଦାୟିତ୍ବରେ ଥିବା ଡିଆଇଜି ପ୍ରକାଶ. ଆରଙ୍କ ସୂଚନା ଅନୁଯାୟୀ, ଦୁଇ ପୀଡ଼ିତାଙ୍କୁ ଦୁଷ୍କର୍ମ ଘଟଣାରେ ଗୋଟିଏ ମାମଲା ରୁଜୁ ହୋଇ ଅଭିଯୁକ୍ତ ଡାକ୍ତରକୁ ଗିରଫ କରାଯାଇଛି। ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ଆଧାରରେ ଆଉ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି। ତେବେ କଥା ହେଉଛି ଅଭିଯୁକ୍ତ ଡାକ୍ତର ଏପରି ପ୍ରଥମ ଥର କରିଛନ୍ତି ନା ତା ପୂର୍ବରୁ ଆଉ କାହାକୁ ଏପରି କରିଛନ୍ତି ତାହାର ତଦନ୍ତ କରିବାର ଆବଶ୍ୟକତା ରହିଛି । ଡାକ୍ତର ଭାବେ ସେ କେବଳ ଏପରି କରିଛନ୍ତି ନା ତାଙ୍କ ସହ ଆଉ କେଉଁ ଡାକ୍ତର ଅଛନ୍ତି ଏହା ମଧ୍ୟ ତଦନ୍ତ ପରିସରଭୂକ୍ତ ହେବା ଆବଶ୍ୟକ । କଟକ ଭଳି ବଡ଼ ମେଡିକାଲରେ ରୋଗୀମାନେ ଯେଉଁ ସବୁ ଅଭିଯୋଗ କରନ୍ତି ତାହା ଉପରେ କେବେ ତଦନ୍ତ ହୁଏନି । କିନ୍ତୁ ଯେହେତୁ ପୀଡ଼ିତାମାନେ ଡାକ୍ତର ପଢ଼ୁଥିବା ଛାତ୍ରଙ୍କ ପରିବାରର ଲୋକ ତେଣୁ ଏହା ଏବେ ସାମନାକୁ ଆସିଛି । ଦୋଷୀଙ୍କୁ ଦଣ୍ଡ ଦେବା ସହ ଏହି ମାମଲାର ତଦନ୍ତ ହେବା ଜରୁରୀ ଏବଂ ସତ୍ୟ ପଦାକୁ ଆସିବା ଦରକାର ।

ShareTweetSendShare

RelatedNews

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ
Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.