ଭୁବନେଶ୍ବର: ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି । ବିଜେଡି ସରକାର ସମୟରେ କିଛି ହତ୍ୟାକାଣ୍ଡ ଘଟିଥିଲା ଯାହାର ତଦନ୍ତ ଅଧାରେ ରହିଥିଲା । ଦୋଷୀ ଦଣ୍ଡ ପାଇନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ବିଜେଡି ସରକାର ସମୟରେ ରାଜ୍ୟରେ ହୋଇଥିବା ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ ହେବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କେବଳ ପୂର୍ବତନ ମନ୍ତ୍ରୀ ନବ ଦାସ, ମମିତା ମେହେର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଘଟଣା ନୁହେଁ, ବରଂ ସମସ୍ତ ହାଇପ୍ରୋଫାଲ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରାଯିବ। ଯେଉଁ ହତ୍ୟାକାଣ୍ଡ ଘଟଣାରେ ଆଜି ପର୍ଯ୍ୟନ୍ତ ନିଷ୍କର୍ସ ବାହାରି ପାରିନି, ତାର ନିଷ୍କର୍ସ ବାହାରିବା ଯାଏଁ ପଦକ୍ଷେପ ନିଆଯିବ।