ବିଭାଜନ ବିଭୀଷିକା ସ୍ମୃତି ଦିବସ (1)
ଡ. ସମନ୍ୱୟ ନନ୍ଦ
ଭାରତର ବିଭାଜନ ଓ ଏହା ସହିତ ସେତେବେଳେ ହୋଇଥିବା ନରସଂହାର, ମହିଳା ମାନଙ୍କ ସହ ଦୁଷ୍କର୍ମ ଓ ଅନ୍ୟାନ୍ୟ କୁକୃତ୍ୟ ଭଳି ଘଟଣା ଇତିହାସରେ ଖୁବ କମ ଦେଖିବାକୁ ମିଳେ । ଏହା ହେଉଛି ଏକ ଏପରି ଗଭୀର ଘା’ ଯାହାକୁ ଶୁଖାଇବାକୁ କେବେ ହେଲେ କୌଣସି ପ୍ରକାର ଚେଷ୍ଟା କରାଯାଇ ନାହିଁ । ବରଂ ଓଲଟା ଏହାକୁ ଲୁଚାଇବାକୁ ପ୍ରୟାସ କରାଯାଇ ଆସିଛି । ଲକ୍ଷ ଲକ୍ଷ ଲୋକ ମାନଙ୍କର ବିସ୍ଥାପନ, ନିର୍ମମ ହତ୍ୟା, ଦୁଷ୍କର୍ମର ଘଟଣା ଗୁଡିକୁ ଇତିହାସରୁ ପୋଛି ଦେବାକୁ ଚେଷ୍ଟା କରାଯାଇଛି ।
ଯେତେବେଳେ ବିଶ୍ୱର କୌଣସି ଅଂଚଳରେ ଏଭଳି ବର୍ବର ଘଟଣା ମାନ ହୁଏ ସେତେବେଳେ ସେହି ଦେଶର ଲୋକ ମାନେ ସେମାନଙ୍କର ଏହି ଇତିହାସକୁ ମନେ ରଖିଥାନ୍ତି । ଏହାର ପୀଡାକୁ ସେହି ଦେଶର ମ୍ୟୁଜିୟମ ମାନଙ୍କରେ ଦର୍ଶା ଯାଇଥାଏ କାରଣ ଆଗାମୀ ପୀଢୀ ଇତିହାସର ଏହି ଘଟଣାରୁ ଶିକ୍ଷା ଗ୍ରହଣ କରି ପାରିବ ଓ ଭବିଷ୍ୟତରେ ଏଭଳି କୌଣସି ଘଟଣାର ପୁନରାବୃତିକୁ ରୋକି ପାରିବ । କିନ୍ତୁ ଭାରତରେ ଏହାର ବିଲକୁଲ ଓଲଟା ଦେଖିବାକୁ ମିଳିଛି । ମାନବୀୟ ଇତିହାସର ଏହି ଭୟାବହ ଘଟଣାକ୍ରମକୁ ଭାରତରେ ‘ଗଙ୍ଗା ଯମୁନା ତହଜିବ’ ଓ ’ଭାଇଚାରା ’ ଭଳି ସୁନ୍ଦର ଆଳଙ୍କରିକ ଶବ୍ଦ ଜରିଆରେ ଲୁଚାଇବାକୁ ଓ ଭୁଲାଇ ଦେବାକୁ ଯୋଜନାବଦ୍ଧ ଭାବେ ଚେଷ୍ଟା କରାଯାଇଛି । କେବେ ହେଲେ ଏହି ବିଷୟକୁ ନେଇ ଆଲୋଚନା କରାଯାଇ ନାହିଁ ଯେ, ହଜାର ହଜାର ବର୍ଷ ପୁରୁଣା ଭାରତୀୟ ସଭ୍ୟତାର ଏହି ଦେଶକୁ ଭାଗ ଭାଗ କାହିଁକି କରାଗଲା ? ଯେଉଁ ମାଟିରେ କେବେ ଆମର ଋଷି ମୁନି ମାନେ ପବିତ୍ର ବେଦର ଋଚା ମାନ ରଚନା କରିଥିଲେ, ସେଠାରେ ସନାତନ ଧର୍ମ ଓ ଭାରତୀୟ ସଭ୍ୟତା ସହ ଜଡିତ ଚିହ୍ନ ଓ ପ୍ରତୀକ ଗୁଡିକୁ କାହିଁକି ନଷ୍ଟ କରି ଦିଆଗଲା ?
ଭାରତ ବିଭାଜନ ପ୍ରସଙ୍ଗରେ ତିନୋଟି ପକ୍ଷ ପ୍ରମୁଖ ଥିଲେ । ପ୍ରଥମ ପକ୍ଷ ହେଲା ଯେ ଗୋରା ଇଂରେଜ ଶାସକ, ଦ୍ୱିତୀୟ ପକ୍ଷଟି ହେଲା ମୋହମ୍ମଦ ଅଲି ଜିନ୍ନା ଓ ମୁସଲିମ ଲିଗ । ସେହିପରି ତୃତୀୟ ପକ୍ଷଟି ହେଲା କଂଗ୍ରେସ । ଗୋରା ଇଂରେଜ ମାନେ ସେମାନଙ୍କର ଦୀର୍ଘକାଳୀନ ରଣନୈତିକ ସ୍ୱାର୍ଥ ଓ ଭାରତକୁ ଦୁର୍ବଳ କରି ରଖିବାକୁ ଭାରତ ବିଭାଜନର ଏହି ଯୋଜନାକୁ କ୍ରିୟାନ୍ୱୟନ କରିବାକୁ ଚାହୁଁଥିଲେ । ମୁସଲିମ ଲିଗ ଓ ତାର ନେତା ଜିନ୍ନା ଇଂରେଜ ମାନଙ୍କର ଏହି ଷଡଯନ୍ତ୍ରରେ ସମ୍ପୂର୍ଣ ସହଯୋଗ କରିଥିଲେ କାରଣ ଗୋରା ମାନଙ୍କର ଏହି ସାମ୍ରାଜ୍ୟବାଦୀ ଯୋଜନାରେ ସେମାନେ ତାଙ୍କର ସ୍ୱାର୍ଥ ପୂରଣ ହେବ ବୋଲି ଦେଖିବାକୁ ପାଉଥିଲେ । ବ୍ରିଟେନକୁ ପାକିସ୍ତାନ ଆବଶ୍ୟକ ଥିଲା ଯାହା ଭାରତର ଚିର ଶତ୍ରୁ ହୋଇ ରହିବ ଓ ଭାରତ ସବୁବେଳେ ପାକିସ୍ତାନ ସହ ଲାଗୁଥିବ । ଏହା ଭାରତୀୟ ସଭ୍ୟତା ଓ ସଂସ୍କୃତି ବିରୁଦ୍ଧରେ ଆନ୍ତର୍ଜାତିକ ନେକ୍ସସ ଆଡକୁ ମଧ୍ୟ ସଂକେତ ପ୍ରଦାନ କରେ ।
ଭାରତକୁ ଭାଗ ଭାଗ କରିବାକୁ ଇଂରେଜ ଶାସକ ଓ ବିଶେଷ ଭାବରେ ଚର୍ଚ୍ଚିଲଙ୍କ ଯୋଜନାର କ୍ରିୟାନ୍ୱୟନ ପାଇଁ ଯେଉଁ ସ୍କ୍ରିପ୍ଟ ତିଆରି ହୋଇଥିଲା, ସେହି ସ୍କ୍ରିପ୍ଟ ଅନୁସାରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ହୋଇ ଚାଲିଲା । ମୁସଲିମ ଲିଗ ଭାରତର ବିଭାଜନ କରି ପାକିସ୍ତାନ ନିର୍ମାଣ କରିବାକୁ ଅଡି ବସିଲା ଓ ପ୍ରଥମେ ଭାରତ ବିଭାଜନକୁ ବିରୋଧ କରୁଥିବା କଂଗ୍ରେସ ଶେଷ ସମୟରେ ହାତ ଟେକି ଦେଇ ଭାରତ ବିଭାଜନ ପ୍ରସ୍ତାବକୁ ସ୍ୱୀକାର କରି ନେଲା ।
ଭାରତର ସ୍ୱାଧୀନତାର ଠିକ ପୂର୍ବରୁ ବ୍ରିଟେନରେ ଚର୍ଚ୍ଚିଲଙ୍କର ପରାଜୟ ହୋଇଥିଲା । ହେଲେ ସେତେବେଳେ ହଜାର ହଜାର ବର୍ଷର ପ୍ରାଚୀନ ସଭ୍ୟତାର ଭୂମି ଭାରତ ଉପରେ ଏକ କ୍ରୁତ୍ରିମ ଗାର ଟଣା ଯାଇ ସରିଥିଲା । ଲଂଡନରୁ ଭାରତକୁ ବିଭାଜିତ କରି ଏହାର ଗୋଟିଏ ଭାଗ ଅଲଗା କରିବାକୁ ଘୋଷଣା କରା ଗଲା ଓ ଏହାକୁ ଇସଲାମିକ ରିପବ୍ଲିକ ଅଫ ପାକିସ୍ତାନ କୁହା ଗଲା । ଭାରତର ସ୍ୱାଧୀନତା ଓ ଭାରତର ବିଭାଜନ ପୂର୍ବରୁ ମଧ୍ୟ ଭାରତରେ ଅନେକ ମାରକାଟ ଓ ନରସଂହାର ହୋଇଥିଲା । ମୁସଲିମ ଲିଗ ଦ୍ୱାରା କରାଯାଇଥିବା ଏହି ଜେହାଦୀ ଉନ୍ମାଦ ପରେ ଭାରତର ତତ୍କାଳୀନ ନେତୃତ୍ୱ କିଭଳି ଭାବେ ଏହି ଜେହାଦୀ ଶକ୍ତି ମାନଙ୍କର ଆଗରେ ନତମସ୍ତକ ହୋଇଥିଲେ ତାହାର ମଧ୍ୟ ଉଦାହରଣ ଇତିହାସର ଏହି କାଳଖଂଡରେ ଦେଖିବାକୁ ମିଳେ ।
ବିଭାଜନର ନିଷ୍ପତି ଏତେ ଅଚାନକ ଓ ଅପ୍ରତ୍ୟାଶିତ ଥିଲା ଯେ, ଏହା ସମ୍ପର୍କରେ କାହାକୁ ଭାବିବା ଓ ବିଚାର କରିବାକୁ ମଧ୍ୟ ସମୟ ନ ଥିଲା । କଂଗ୍ରେସର ନେତା ମାନେ ଶେଷ ସମୟ ପର୍ଯ୍ୟନ୍ତ ମୁସଲିମ ଲିଗର ଭାରତକୁ ଭାଗ ଭାଗ କରିବା ସମ୍ପର୍କିତ ଦାବିକୁ କୌଣସି ପରିସ୍ଥିତିରେ ସ୍ୱୀକାର କରା ଯିବ ନାହିଁ ବୋଲି ଭାରତୀୟ ମାନଙ୍କୁ ପ୍ରତିଶ୍ରୁତି ଦେଇ ଚାଲିଥିଲେ । ଗାନ୍ଧୀଜୀ ମଧ୍ୟ ଲୋକ ମାନଙ୍କୁ ପ୍ରତିଶ୍ରୁତି ଦେଇ କହୁଥିଲେ ଯେ ଦେଶର ବିଭାଜନ ମୋ ଶବ ଉପରେ ହେବ । କିନ୍ତୁ ହଠାତ ୧୯୪୭ ମସିହା ଜୁନ ମାସ ୩ ତାରିଖ ଦିନ ଭାରତର ବିଭାଜନ ହେବ ବୋଲି ଘୋଷଣା କରି ଦିଆଗଲା । କଂଗ୍ରେସର ଯେଉଁ ନେତା ମାନେ କାଲି ଯାଏ ବିଭାଜନକୁ ଆଦୌ ସ୍ୱୀକାର କରାଯିବ ନାହିଁ ବୋଲି ଡିଂଡିମ ପିଟୁଥିଲେ ସେମାନେ ହଠାତ୍ ବିଭାଜନ ପାଇଁ ରାଜି ହୋଇଗଲେ । ଦେଶର ଜନସାଧାରଣ ହତବାକ ଥିଲେ । ସେମାନେ ବୁଝି ପାରୁ ନଥିଲେ ଯେ ଯେଉଁ ନେତା ମାନଙ୍କ ଉପରେ ସେମାନେ ଏତେ ବିଶ୍ୱାସ କରୁଥିଲେ ସେମାନେ ହଠାତ କାହିଁକି ତାଙ୍କର ଏହି ବିଶ୍ୱାସରେ ବଳି ଦେଉଛନ୍ତି । ଏହି ନେତା ମାନେ ଇଂରେଜ ମାନଙ୍କର ଷଡଯନ୍ତ୍ର ଓ ମୁସଲିମ ଲିଗର ଦାବି ଆଗରେ ମୁଣ୍ଡ ନୂଆଇଁ ଦେଲେ । ୭୨ ଦିନ ମଧ୍ୟରେ ଅର୍ଥାତ ଅଗଷ୍ଟ ୧୫ ସୁଦ୍ଧା ଏହାର କ୍ରିୟାନ୍ୱୟନ କରିବାକୁ ମଧ୍ୟ ଏହି ନେତା ମାନେ ସହମତି ପ୍ରକାଶ କଲେ ।
ଅତ୍ୟନ୍ତ ଚାଲାକୀ ଓ ଧୁର୍ତତାର ସହ ଭାରତର ବିଭାଜନର ନିଷ୍ପତି ଏତେ ଶୀଘ୍ର ହେଲା ଯେ, ବିଭାଜନର ବିରୋଧରେ କୌଣସି ଜନ ଆନ୍ଦୋଳନ କରିବା ମଧ୍ୟ ସମ୍ଭବ ନ ଥଲା । ଲୋକ ମାନଙ୍କୁ ନିଜର ଜୀବନ ବଂଚାଇବା ହିଁ ସବୁଠାରୁ ବଡ କାମ ଥିଲା । କେହି ବିଭାଜନ ବିରୁଦ୍ଧରେ ଠିଆ ହେବା ସ୍ଥିତିରେ ନ ଥିଲେ । ମାନବ ଇତିହାସରେ ଘଟୁଥିବା ଏହି ଭୟଙ୍କର ସର୍ବନାଶ ଓ ବିସ୍ଥାପନର ଶୀକାର ହୋଇଥିବା ଲୋକ ମାନଙ୍କ ଠାରୁ ପ୍ରତିରୋଧର ଆଶା କରିବା ମଧ୍ୟ ଉଚିତ ନଥିଲା ।
୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଯେତେବେଳେ ଦିଲ୍ଲୀ ସମେତ ସାରା ଦେଶ ସ୍ୱାଧୀନତାର ଉତ୍ସବ ପାଳନ କରୁଥିଲା ଠିକ ସେହି ସମୟରେ ହଜାର ହଜାର ଲୋକ ସମୂହରେ ଲାହୋର, ମୁଲତାନ, ଲାୟଲପୁର, ସିଆଲକୋଟ ଭଳି ସହରରୁ ଭାରତ ଆଡକୁ ଅଗ୍ରସର ହେଉଥିଲେ । ତାଙ୍କ ପାଇଁ ଏହି ସ୍ୱାଧୀନତା ଉତ୍ସବର କୌଣସି ମହତ୍ୱ ନ ଥିଲା । ସେମାନେ ନିଜର ପୂର୍ବପୁରୁଷଙ୍କ ଭିଟା ମାଟିକୁ ଛାଡି ନିଜର ଧନ ସମ୍ପତି, ଘର- ଦ୍ୱାର ଦ୍ୱାରା ଛାଡି ଆସିବାକୁ ବାଧ୍ୟ ହୋଇଥିଲେ । ପ୍ରତ୍ୟେକ କ୍ଷଣରେ ତାଙ୍କ ପାଇଁ ମୃତ୍ୟୁର ଭୟ ଥିଲା । ରାସ୍ତାରେ ତାଙ୍କ ସହ କଣ ହେବ ତାହା ମଧ୍ୟ ତାଙ୍କୁ ଜଣା ନ ଥିଲା । ବିଭିନ୍ନ ଗାଁ, ସାହି ଓ ସହର ଗୁଡିକ ଧୂ ଧୂ ହୋଇ ଜଳୁଥିଲା । ଯେଉଁ ଆଡକୁ ଆଖି ଯାଉଥିଲା ସେଠାରେ କେବଳ କୁଢ କୁଢ ଶବ ପଡିଥିବା ଦେଖା ଯାଉଥିଲା । ଅଗଣିତ ହିନ୍ଦୁ ମହିଳାଙ୍କ ଅପହରଣ ଓ ସେମାନଙ୍କର ଦୁଷ୍କର୍ମ ହେଉଥିଲା । ମହିଳା ମାନଙ୍କୁ ଲୁଟର ମାଲ ଭାବେ ନିଲାମ କରାଯାଉଥିଲା । ସଧବା ମାନେ ବିଧବା ହେଉଥିଲେ । ପିଲା ମାନେ ଅନାଥ ହେଉଥିଲେ । ମାନବିକତା ଲଜ୍ଜିତ ହେଉଥିଲା ।
ରେଳ ଗାଡିରେ ଯାତ୍ରା କରିବା ସୁରକ୍ଷିତ ନ ଥିଲା । ସେମାନଙ୍କୁ ଅନେକ ସ୍ଥାନରେ ରୋକି ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଜିହାଦୀ ମାନେ ଆକ୍ରମଣ କରି ନରସଂହାର କରୁଥିଲେ । ଯାତ୍ରୀ ମାନଙ୍କ ସ୍ଥାନରେ ଶବରେ ଭର୍ତି ହୋଇଥିବା ଟ୍ରେନର ବଗିକୁ ଏପଟକୁ ପଠା ଯାଉଥିଲା । ଅଧିକାଂଶ ସ୍ଥାନରେ ଆକ୍ରମଣ କରୁଥିବା ଲୋକ ମାନେ କେହି ବାହାରର ନ ଥିଲେ । ସେମାନେ ତାଙ୍କର ପରିଚିତ ଥିଲେ, ଯାହାଙ୍କ ସହିତ ସେମାନେ ଏକାଠି ରହି ଆସୁଥିଲେ । ହେଲେ ଯେତେବେଳେ ତାଙ୍କୁ ସୁଯୋଗ ମିଳିଲା ସେତେବେଳେ ସେମାନେ ପିଠିରେ ଛୁରା ମାରି ଦେଲେ । ଏହି ବିଭାଜନ ଫଳରେ ଭାରତ ବର୍ଷର କୋଟି କୋଟି ନିଷ୍ଠାବାନ ଲୋକ ହଠାତ ଧର୍ମାନ୍ଧ ହିନ୍ଦୁ ବିରୋଧୀ ରାଜ୍ୟର ଆଧିପତ୍ୟରେ ଚାଲିଗଲେ । ସିନ୍ଧୁ ନଦୀ ତାର ସନ୍ତାନ ମାନଙ୍କ ପାଇଁ ପର ହୋଇଗଲା । ଯେଉଁ ଠାରେ ମୁନି ଋଷି ମାନେ ବସି ବେଦ ରଚନା କରିଥିଲେ ସେହି ସ୍ଥାନ ତାଙ୍କର ଶତ୍ରୁ ମାନଙ୍କୁ ଦେଇ ଦିଆଗଲା । ବିଭାଜନ ପରେ ଯେଉଁ ନରସଂହାର ହେଲା ସେଥିରେ ଲକ୍ଷ ଲକ୍ଷ ନିର୍ଦୋଷ ଲୋକ ପ୍ରାଣ ହରାଇଲେ । ମନ୍ଦିର, ତୀର୍ଥ ସ୍ଥାନ ଆଦି ଅପବିତ୍ର କରି ଦିଆଗଲା ।
ଭାରତର ବିଭାଜନକୁ ଅନୁମୋଦନ କରିବା ପରେ କଂଗ୍ରେସର ତତ୍କାଳୀନ ନେତା ମାନେ ଦିଲ୍ଲୀରେ ରାଜନୀତିରେ ବ୍ୟସ୍ତ ହୋଇ ଗଲେ । ହଜାର ହଜାର ଲୋକଙ୍କୁ ସେହି ଭୂମିରେ ସେମାନଙ୍କର ସ୍ଥିତିରେ ଛାଡି ଦିଆଗଲା ଯାହାକୁ ପାକିସ୍ତାନ କୁହା ଗଲା । ତାଙ୍କର ସହାୟତା କରିବାକୁ କେହି ନ ଥିଲେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଭୂମିକା
ଏଭଳି ଭୟଙ୍କର ପରିସ୍ଥିତିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯୁବକ ମାନଙ୍କୁ ଏକଜୁଟ କରି ହଜାର ହଜାର ସଂଖ୍ୟାରେ ହିନ୍ଦୁ ମାନଙ୍କୁ ମୁସଲିମ ଲିଗର ଗୁଣ୍ଡା ମାନଙ୍କ ଠାରୁ ରକ୍ଷା କରିଥିଲା । ହଜାର ହଜାର ଲୋକଙ୍କୁ ମୁସଲମାନ ବହୁଳ ଅଂଚଳରୁ ରକ୍ଷା କରି ସୁରକ୍ଷିତ ଆଣି ପହଂଚାଇବାରେ ସ୍ୱୟଂସେବକ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏପରି କଂଗ୍ରେସର ସ୍ଥାନୀୟ ପଦାଧିକାରୀ ମଧ୍ୟ ନିଜର ଜୀବନ ବଂଚାଇବା ପାଇଁ ସ୍ୱୟଂସେବକ ମାନଙ୍କ ଉପରେ ଆଶ୍ରିତ ଥିଲେ ।
ପାକିସ୍ତାନ ନାମରେ ନାମିତ ହୋଇଥିବା ଭାରତର ଉକ୍ତ ଭୂଭାଗରୁ ଆସିଥିବା ଲୋକ ମାନଙ୍କର କହିବା ଅନୁଯାୟୀ ଯଦି ସେତେବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନ ଥାନ୍ତା ତେବେ ମୃତକଙ୍କ ସଂଖ୍ୟା ଏହା ଠାରୁ ଢେର ଅଧିକ ହୋଇଥାନ୍ତା । ଖୁବ କମ ଲୋକ ସେଠାରୁ ନିଜର ଜୀବନ ବଂଚାଇ ଏଠାକୁ ଆସି ପାରିଥାନ୍ତେ ।
ବିଭାଜନର ବିଭୀଷିକାକୁ ନେଇ ପଂଜାବ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏ.ଏନ ବାଲି ଏକ ପ୍ରସିଦ୍ଧ ପୁସ୍ତକ ‘ନାଓ ଇଟ କାନ ବି ଟୋଲ୍ଡ’ ରଚନା କରିଛନ୍ତି । ଏହି ପୁସ୍ତକରେ ସେ ଲେଖିଛନ୍ତି, “କଂଗ୍ରେସର ବଡ ନେତା ମାନେ ସାଧାରଣ ଲୋକ ମାନଙ୍କୁ ଅହିଂସା ମାର୍ଗରେ ଚାଲିବାକୁ ପରାମର୍ଶ ଦେଇଥିଲେ । ସେମାନଙ୍କୁ ଭଗବାନଙ୍କ ଉପରେ ଭରସା ରଖିବାକୁ ମଧ୍ୟ କୁହା ଯାଇଥିଲା । କିନ୍ତୁ ସଂକଟରେ ଫସି ରହିଥିବା ଏହି ଲୋକ ମାନେ ବୁଝି ସାରିଥିଲେ ଯେ, ଏହା କେବଳ ଆଦର୍ଶ ସମୟର କଥା ଓ ଏହା କେବଳ ସୁରକ୍ଷିତ ଦୂର୍ଗରେ ହିଁ ଲାଗୁ ହୋଇ ପାରିବ । ଏଭଳି କଠିନ ପରିସ୍ଥିତିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସାଧାରଣ ଲୋକ ମାନଙ୍କର ସୁରକ୍ଷାର ଦାୟିତ୍ୱ ନେଇଥିଲା । ସେମାନେ ପ୍ରତ୍ୟେକ ସହର, ପ୍ରତ୍ୟେକ ସାହି- ଗଳିରେ ହିନ୍ଦୁ-ଶିଖ ମହିଳା ଓ ଛୋଟ ଛୋଟ ପିଲା ମାନଙ୍କୁ ସୁରକ୍ଷିତ ବାହାର କରିଥିଲେ । ତାଙ୍କର ଖାଇବା – ପିଇବା ଚିକିତ୍ସା ଓ ବସ୍ତ୍ରର ବ୍ୟବସ୍ଥା କରିଥିଲେ । ସେମାନେ ଅସ୍ତ୍ର ଶସ୍ତ୍ର ଧରି ତାଙ୍କର ସୁରକ୍ଷା ମଧ୍ୟ କରୁଥିଲେ । ”
ଏହି ପୁସ୍ତକରେ ପ୍ରଫେସର ବାଲି ଆଗକୁ ଆହୁରି ଲେଖିଛନ୍ତି, “ ପଶ୍ଚିମ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ ଆଜି ଭାରତର ଯେଉଁ ଠାରେ ମଧ୍ୟ ରହନ୍ତୁ ନା କାହିଁକି, ସେମାନେ ଏହା ହିଁ କହିବେ ଯେ, ଯେତେବେଳେ ସମସ୍ତେ ସେମାନଙ୍କର ହାତ ଛାଡି ଦେଇଥିଲେ ସେହି ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହିଁ ସେମାନଙ୍କ ସାଥିରେ ଠିଆ ହୋଇଥିଲା । ”
ସ୍ୱାଧୀନତା ପରେ ସୁନିୟୋଜିତ ପ୍ରଚାର ଜରିଆରେ ଏଭଳି ଧାରଣା ତିଆରି କରିବାକୁ ଚେଷ୍ଟା କରାଯାଇ ଆସିଛି । ଏହା ହେଲା ଯେ ଦେଶର ବିଭାଜନକୁ ଦେଶର ଜନସାଧାରଣ ଅତ୍ୟନ୍ତ ପ୍ରସନ୍ନତାର ସହ ସ୍ୱୀକାର କରି ନେଇଥିଲେ ଓ ସେହି ସମୟରେ ହିନ୍ଦୁ ସମାଜ ଉପରେ ଯେଉଁ ଦାନବୀ ଅତ୍ୟାଚାର ହୋଇଥିଲା, ତାହା ନୂଆ ରାଷ୍ଟ୍ରର ଜନ୍ମର ପ୍ରସବ ପୀଡା ଥିଲା । ହଜାର- ହଜାର ବର୍ଷର ପୁରୁଣା ସଭ୍ୟତାର ପୁଣ୍ୟ ଭୂମି କୁ ବିଭାଜନକୁ କେବେ ବେଲେ ସୈଦ୍ଧାନ୍ତିକ ଭାବେ ସ୍ୱୀକାର କରାଯାଇ ପାରିବ ନାହିଁ ।
୧୯୪୭ ମସିହା ଅଗଷ୍ଟ ମାସ ୫ ତାରିଖ ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତତ୍କାଳୀନ ସରସଂଘଚାଳକ ଶ୍ରୀଗୁରୁଜୀ କରାଚୀ ଠାରେ ଥିଲେ । ସେତେବେଳେ ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ, “ଆମ ମାତୃଭୂମି ଉପରେ ବିପଦ ଆସିଛି । ଭାରତର ବିଭାଜନ ଏକ ପାପ ଓ ଏଥି ପାଇଁ ଯେଉଁ ମାନେ ଉତ୍ତରଦାୟୀ ସେମାନଙ୍କୁ ଭାବୀ ପୀଢୀ ମାନେ କେବେ ହେଲେ କ୍ଷମା କରିବେ ନାହିଁ । ଏହି ବିଭାଜନ ହେଉଛି ଅପ୍ରାକୃତିକ । ଏହାକୁ ଦିନେ ନା ଦିନେ ବଦଳାଇବାକୁ ପଡିବ । “
ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନର ଆବଶ୍ୟକତା
ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନର ଆବଶ୍ୟକତା କଣ ରହିଛି ? ଏଭଳି କିଛି ଲୋକ ପ୍ରଶ୍ନ କରିଥାନ୍ତି । ଏଭଳି ପ୍ରଶ୍ନ କରୁଥିବା ଲୋକ ମାନଙ୍କ ମଧ୍ୟରୁ କିଛି ଧୂର୍ତ ଶ୍ରେଣୀର ହୋଇଥାନ୍ତି ଓ କିଛି ଇତିହାସର ମହତ୍ୱ ବୁଝୁ ନ ଥିବା କାରଣରୁ ଏଭଳି ପ୍ରଶ୍ନ କରିଥାନ୍ତି । ଇତିହାସକୁ ପାଶୋରି ଦେବା ଓ ଇତିହାସରେ ଘଟିଥିବା ଘଟଣାବଳୀରୁ ଯେଉଁ ସମାଜ ଶିକ୍ଷା ଗ୍ରହଣ କରି ନ ଥାଏ ସେହି ସମାଜକୁ କାଳାନ୍ତରରେ ତାର ପୁଣି ଥରେ ଦୁଷ୍ପରିଣାମ ଭୋଗିବାକୁ ପଡିଥାଏ । ତେଣୁ ବିଭାଜନର ବିଭୀଷିକାର ସ୍ମୃତିକୁ ମନେ ପକାଇ ଭବିଷ୍ୟତରେ କିଭଳି ଯେ କୌଣସି ପ୍ରକାରରେ ଏଭଳି ଘଟଣାର ପୁନରାବୃତି ନ ହେବ ସେ ସମ୍ପର୍କରେ ସଚେତନ କରାଇବାକୁ ଏହା ଅତ୍ୟନ୍ତ ଜରୁରୀ ।
ବିଭାଜନ ବିଭୀଷିକା ସ୍ମୃତି ଦିବସ ସମ୍ପର୍କରେ ଅଧ୍ୟୟନ କରିବା ଓ ଏହାକୁ ପାଳନ କରିବା ଭାରତର ମୁସଲମାନ ଯୁବ ପୀଢି ପାଇଁ ମଧ୍ୟ ଖିୁବ ଉପଯୋଗୀ । କାରଣ ଏହା ଦ୍ୱାରା ସେମାନେ ଜାଣି ପାରିବେ ଯେ ସେମାନଙ୍କର ପୂର୍ବ ପୁରୁଷ ମାନେ ଦେଶର ବିଭାଜନ କରାଇବାରେ କେମିତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓ ବିଭାଜନ ସମୟରେ କେତେ ଘୃଣ୍ୟ ଓ ବର୍ବର ଦୁଷ୍କୃତ୍ୟ କରିଥିଲେ । ଏହି ଦୁଷ୍କୃତ୍ୟର ପ୍ରତିକ୍ରିୟା ସ୍ୱରୂପ ଅନେକ ମୁସଲମାନଙ୍କୁ ମଧ୍ୟ ଜୀବନ ହରାଇବାକୁ ପଡିଥିଲା । ଏହି ବିଷୟକୁ ଅଧ୍ୟୟନ କରିବା ଓ ସ୍ମୃତି ଦିବସ ପାଳନ କରିବା ଦ୍ୱାରା ସେମାନଙ୍କୁ ପ୍ରେରଣା ମିଳିବ ଯେ, ଆଗାମୀ ସୁଖୀ ଓ ଶାନ୍ତିମୟ ଜୀବନ ପାଇଁ ସେହି ସମୟର ମୁସଲମାନ ମାନଙ୍କ ଦ୍ୱାରା କରାଯାଇଥିବା ଘୃଣ୍ୟ ଦୁଷ୍କୃତ୍ୟକୁ ନିନ୍ଦା କରି ତାକୁ ସମ୍ପୂର୍ଣ ରୁପେ ତ୍ୟାଗ କରିବା ଆବଶ୍ୟକ ଓ ସେହି ତ୍ରୁଟି ଗୁଡିକୁ ପୁଣି ଥରେ ନ ଦୋହରାଇବା ଜରୁରୀ ।
ତେବେ ବର୍ତମାନ ପ୍ରଶ୍ନ ଉଠେ ଯେ ଭାରତ ବିଭାଜନର ବିଭୀଷିକାକୁ ଆମେ କଣ ଶିକ୍ଷା ଗ୍ରହଣ କରିବା ଉଚିତ । ଆଉ ଥରେ ସେପରି ସ୍ଥିତି ଉତ୍ପନ୍ନ ନ ହେବାକୁ ଦେବା ହେଉଛି ଏହି ପ୍ରସଙ୍ଗରେ ଶିକ୍ଷା । ତେବେ ଯଦି ଆମେ ସ୍ଥିତି ଉପରେ ଦୃଷ୍ଟି ପକାଇବା ତେବେ ଦେଖିବା ତେବେ ପାଇବା ଯେ ସେହି ସମାନ ପାତ୍ର ମାନେ ନାହାନ୍ତି । ଅନ୍ୟ ମାନେ ସେହି ପାତ୍ରର ଭୂମିକାରେ ଅଛନ୍ତି । ଏବେ ସେକୁଲାର ରାଜନୀତି ନାମରେ ଇସଲାମୀ ବିଛିନ୍ନତାବାଦକୁ ପ୍ରୋତ୍ସାହନ, ମୁସଲମାନ ତୁଷ୍ଟିକରଣ, ମୁସଲମାନ ମାନଙ୍କର ଅଲଗା ପରିଚୟ ସୃଷ୍ଟି କରିବା ଆଦି କାମ ଜାରୀ ରହିଛି । ବିଭିନ୍ନ ରାଜନୈତିକ ଦଳ ଭୋଟ ହାସଲ କରିବାକୁ ଏହାକୁ କରୁଛନ୍ତି । ବନ୍ଦେ ମାତରମକୁ ବିରୋଧ ହେଉ, ହିଜାବ ପିନ୍ଧି ପଢିବାକୁ ଯିବା ଦାବି କରିବା ହେଉ ବା ନିଜର ଅଲଗା ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିବା ହେଉ, ଏହି ସବୁ ପ୍ରୟାସ ଆଜି ମଧ୍ୟ ଚାଲିଛି । ସେକୁଲାରିଜମ ନାମରେ କିଛି ରାଜନୈତିକ ଦଳ ସେମାନଙ୍କୁ ସମର୍ଥନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ଭାରତର ମୂଳ ମୁସଲମାନ ମାନଙ୍କ ମଧ୍ୟରେ ପେଟ୍ରୋ ଡଲାର ଜରିଆରେ କରା ଯାଇଥିବା ଇନଡକ୍ଟ୍ରିନେସନକୁ ରୋକିବାକୁ କଠୋର ପଦକ୍ଷେପ ନେବାକୁ ପଡିବ । ଇସଲାମୀ ଶାସନର ସ୍ୱପ୍ନ ଦେଖୁଥିବା ସଂସ୍ଥା- ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋରତମ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଏହା ହିଁ ବିଭାଜନ ବିଭୀଷିକା ଦିବସରୁ ଉଚିତ ଶିକ୍ଷା ହେବ ।
ଭାରତ ପୁଣି ଥରେ ଅଖଂଡ ହେବ – ମହର୍ଷି ଅରବିନ୍ଦ
“ଯେତେ ବିଳମ୍ବ ହେଉ ନା କାହିଁକି, ପାକିସ୍ତାନର ବିଘଟନ ଓ ଏହାର ଭାରତର ବିଲୟ ହେବା ସୁନିଶ୍ଚିତ । ଏହା ହେଉଛି ଇଶ୍ୱରଙ୍କ ଇଚ୍ଛା । ଭାରତ ପୁଣି ଥରେ ଅଖଂଡ ହେବ ଓ ମୁଁ ଏହାକୁ ସ୍ପଷ୍ଟ ରୂପେ ଦେଖୁଛି । ” – ମହର୍ଷି ଅରବିନ୍ଦ
———–
ଭାରତର ବିଭାଜନ ହେଉଛି ଅଭୂତପୂର୍ବ ମାନବ ବିସ୍ଥାପନ ଓ ବାଧ୍ୟବାଧକତାରେ ପଳାୟନର ହୃଦୟ ବିଦାରକ କାହାଣୀ । ଏହା ଏକ ଏପରି କାହାଣୀ ଯେଉଁ ଥିରେ ଲକ୍ଷ ଲକ୍ଷ ଅଜଣା ଲୋକଙ୍କ ମଧ୍ୟରେ ସମ୍ପୂର୍ଣ ବିପରୀତ ବାତାବରଣରେ ନୂଆ ସ୍ଥାନକୁ ଯିବାକୁ ପଡିଥିଲା । ଫେଥ୍ ଓ ରିଲିଜିୟନ ଆଧାରରେ ଏହା ହିଂସାତ୍ମକ ବିଭାଜନର କାହାଣୀ ହେବା ସହିତ ଏହା ଏକ ଭିନ୍ନ ପ୍ରକାରର କାହାଣୀ ମଧ୍ୟ ଯେଉଁଥିରେ କିପରି ଏକ ଜୀବନ ଶୈଳୀ ଓ ବର୍ଷ ବର୍ଷ ପୁରୁଣା ସହ ଅସ୍ତିତ୍ୱର ଯୁଗ ହଠାତ ନାଟକୀୟ ଭାବେ ସମାପ୍ତ ହୋଇ ଯାଇଥିଲା ।
ପଶ୍ଟିମ ପାକିସ୍ତାନ ହୋଇ ଯାଇ ଥିବା ଉକ୍ତ ଅଂଚଳରୁ ପାଖାପାଖି ୬୦ ଲକ୍ଷ ଅଣ ମୁସଲମାନ (ହିନ୍ଦୁ ଓ ଶିଖ)ଙ୍କୁ ସେମାନଙ୍କର ଭିଟାମାଟି ଛାଡିବାକୁ ପଡିଥିଲା । ସେହିପରି ପରବର୍ତୀ ସମୟରେ ପୂର୍ବ ପାକିସ୍ତାନରେ ପରିଣତ ହୋଇଥିବା ବଙ୍ଗ ଅଂଚଳରୁ ପାଖାପାଖି ୨୦ ଲକ୍ଷ ହିନ୍ଦୁ ଶରଣାର୍ଥୀ ଭାବେ ପଶ୍ଚିମ ବଙ୍ଗ ଆସିଥେô୍ଲ । ଏହା ପରେ ଆଉ ୨୦ ଲକ୍ଷ ହିନ୍ଦୁ ପଶ୍ଚିମ ପାକିସ୍ତାନ ଛାଡି ପଶ୍ଚିମ ବଙ୍ଗ ଆସିଥିଲେ ।
ଏହି ବିଭାଜନର ବିଭୀଷିକାରେ ମୃତ୍ୟୁବରଣ କରିଥିବା ଲୋକ ମାନଙ୍କ ସଂଖ୍ୟା ୫ ଲକ୍ଷ ବୋଲି ଯଦିଓ ସରକାରୀ ଭାବେ କୁହା ଯାଏ ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଦଶ ଲକ୍ଷରୁ କମ ନୁହେ୍ଁ । ଦିଲ୍ଲୀରେ ବସିଥିବା କିଛି ନେତା ଏହି ଲୋକ ମାନଙ୍କର ଭାଗ୍ୟର ନିର୍ଧାରଣ କରି ସେମାନଙ୍କୁ ମରିବାକୁ ଛାଡି ଦେଇଥିଲେ ।
——–
ଭାରତ ବିଭାଜନ ପ୍ରଶ୍ନକୁ ନେଇ ଡ. ଆମ୍ବେଦକରଙ୍କ ବିଚାର
ଭାରତର ବିଭାଜନ ଓ ପାକିସ୍ତାନ ନିର୍ମାଣର ପ୍ରଶ୍ନକୁ ନେଇ ଡ. ଭୀମରାଓ ରାମଜୀ ଆମ୍ବେଦକର ନିଜର ପୁସ୍ତକ ଥଟ୍ସ ଅନ ପାକିସ୍ତାନ ରେ ମୁସଲିମ ମନୋବିଜ୍ଞାନର ଅଧ୍ୟୟନ କରି ଲେଖିଛନ୍ତି, \”ମୁସଲମାନ ମାନଙ୍କ ପାଇଁ ହିନ୍ଦୁ ହେଉଛି କାଫିର ଏବଂ କାଫିର ସମ୍ମାନର ଯୋଗ୍ୟ ନୁହେଁ । ………. ଯେଉଁ ଦେଶରେ କାଫିର ମାନଙ୍କର ଶାସନ ରହିଛି ତାହା ହେଉଛି ଦାରୁଲ ହରବ । ଏଭଳି ସ୍ଥିତିରେ ମୁସଲମାନ ମାନେ ହିନ୍ଦୁ ସରକାରଙ୍କର ଶାସନକୁ ସ୍ୱୀକାର କରିବେ ନାହିଁ । \”
ଆମ୍ବେଦକରଙ୍କ ମତ ଥିଲା ଯେ, ମୁସଲମାନ ମାନେ ମାନସିକ ଭାବେ ନିଜକୁ ଭାରତର ଶାସକ ବୋଲି ମାନନ୍ତି । ସେମାନେ ମନେ କରନ୍ତି ଯେ, ଭାରତ ଉପରେ ମୁସଲମାନ ମାନଙ୍କର ଶାସନ ଥିଲା ଓ ଇଂରେଜ ମାନେ ତାଙ୍କ ଠାରୁ ଶାସନ ଛଡାଇ ନେଇଥିଲେ । ତେଣୁ ଇଂରେଜ ମାନେ ଭାରତ ଛାଡିବା ପରେ ସ୍ୱାଭବିକ ଭାବେ ଭାରତ ଉପରେ ମୁସଲମାନ ମାନଙ୍କର ଶାସନ ହେବା ଦରକାର । କିନ୍ତୁ ଭାରତରେ ୨୩ ପ୍ରତିଶତ ମୁସଲମାନ ଜନସଂଖ୍ୟା ପାଇଁ ବର୍ତମାନ ପରିସ୍ଥିତିରେ ଏହା ସମ୍ଭବ ହେବ ନାହିଁ । ତେଣୁ ମୁସଲମାନ ମାନେ ଚାହୁଁଥିଲେ ଯେ ଦେଶକୁ କାଟି ତାଙ୍କ ପାଇଁ ଏକ ନୂଆ ଦେଶ ତିଆରି କରି ଦିଆଯାଉ ଅଥବା ନୂଆ ସମ୍ବିଧାନରେ ମୁସଲମାନ ମାନଙ୍କୁ ହିନ୍ଦୁ ମାନଙ୍କ ସହ ସମାନ ପ୍ରତିନିଧିତ୍ୱ ଦିଆଯାଉ ଯାହା ଫଳରେ ସେମାନେ ସନ୍ତୁଷ୍ଟ ହୋଇ ପାରିବେ । ସେହି ସମୟରେ ବୋଧ ହୁଏ ଆମ୍ବେଡକର ବୋଧ ହୁଏ ଏକମାତ୍ର ରାଜନେତା ଥିଲେ ଯିଏ ଭାରତର ମୁସଲମାନ ମାନଙ୍କର ମନୋସ୍ତତ୍ୱକୁ ଏକେ ସ୍ପଷ୍ଟ ଭାବେ ଲେଖିବାର ସାହସ କରି ପାରିଥିଲେ । ୧୯୪୬ ମସିହା ଡ଼ିସେମ୍ବର ୧୭ ତାରିଖ ଦିନ ଆମ୍ବେଦକର ସମ୍ବିଧାନ ସଭାରେ ନିଜର ଐତିହାସିକ ଭାଷଣରେ କହିଥିଲେ, \”ଜାତି- ପନ୍ଥର ଭିନ୍ନତା ସତ୍ୱେ କୌଣସି ନା କୌଣସି ରୂପରେ ଆମେ ଏକ ହେବା,ଏଥିରେ ମୋତେ ଆଦୌ ସନ୍ଦେହ ନାହିଁ । ମୋତେ ତିଳେ ହେଲେ ସନ୍ଦେହ ନାହିଁ ଯେ ଯଦିଓ ମୁସଲିମ ଲିଗ ଭାରତର ବିଭାଜନ ପାଇଁ ଆନ୍ଦୋଳନ କରିଥିଲା, ହେଲେ ଦିନେ ନା ଦିନେ ମୁସଲମାନ ମାନଙ୍କୁସଦବୁଦ୍ଧି ଆସିବ ଓ ସେମାନେ ବୁଝିବେ ଯେ ତାଙ୍କ ପାଇଁ ଅଖଂଡ ଭାରତ ହିଁ କଲ୍ୟାଣକାରୀ । \”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟ
“ଦେଶର ବିଭାଜନର ପୀଡାକୁ କେବେ ହେଲେ ପାଶୋରି ଦିଆଯାଇ ପାରିବ ନାହିଁ । ଘୃଣା ଓ ହିଂସା କାରଣରୁ ଆମର ଲକ୍ଷ ଲକ୍ଷ ଭାଇ ଭଉଣୀ ମାନଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା ଓ ନିଜର ଜୀବନ ହରାଇବାକୁ ପଡିଥିଲା । ସେହି ଲୋକ ମାନଙ୍କର ସଂଘର୍ଷ ଓ ବଳିଦାନର ସ୍ମୃତିରେ ଅଗଷ୍ଟ ୧୪ ତାରିଖ ଦିନକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ”
ଅଗଷ୍ଟ ୧୪, ୨୦୨୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟ