କୋଲକାତା ଟ୍ରେନି ଡାକ୍ତରଙ୍କୁ କିପରି ଦୁଷ୍କର୍ମ ଓ ହତ୍ୟା କରିଥିଲା ଅଭିଯୁକ୍ତ । ମଦ ପିଇ ରାତିରେ ମେଡିକାଲ କଲେଜରେ ପଶିଥଲା ଅତ୍ୟାଚାରୀ । ଜଣେ ରୋଗୀଙ୍କର ଆଟେଣ୍ଡାଟଙ୍କ ସହ ମଦ ପିଇଥିଲା । ମହିଳା ଡାକ୍ତର ରେଷ୍ଟ ନେଉଥିବା ରୁମକୁ ଯାଇ ରେପ କରିବା ସହ ହତ୍ୟା କରିଥିଲା । ଏହି ମାମଲାକୁ ନେଇ ସାରା ଦେଶର ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମେଡିକାଲରେ ସୁରକ୍ଷା ସହ ନ୍ୟାୟ ଦାବିରେ ଦେଶସାରା ଡାକ୍ତରଙ୍କ ପ୍ରତିବାଦ ଚାଲୁରହିଛି। ଘରୋଇ, ଆବାସିକ ହସ୍ପିଟାଲର ଶହଶହ ଡାକ୍ତର କାମ ଛାଡି ଧାରଣାରେ ବସିଛନ୍ତି । ଗତ ସପ୍ତାହରେ ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ବୀଭତ୍ସ ହତ୍ୟା କରାଯାଇଥିବା ଘଟଣାକୁ ବିରୋଧ କରାଯାଉଛି । ପ୍ରଥମେ ଏହି ଘଟଣାକୁ ପଶ୍ଚିମବଂଗ ସରକାର ଚପାଇ ଦେବାକୁ ଚାହିଁଥିଲେ । ସାରା ଦେଶରେ ବନ୍ଦ ଡାକରା ଦେଇଥିଲା ଜୁନିୟର ଡାକ୍ତର ସଂଘ । ଶହଶହ ଡାକ୍ତର ଆନ୍ଦୋଳନରେ ବସିଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ଫେଡେରେସନ ଅଫ ଅଲ ଇଣ୍ଡିଆ ରେସିଡେଣ୍ଟ ଡକ୍ଟର ଆସୋସିଏସନ ସହ ସରକାରୀ ହସ୍ପିଟାଲ,ଏମ୍ସ ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ତଦନ୍ତ ପାଇଁ ଦାବି କରୁଛନ୍ତି। ଏହାସହ ମୃତ ଡାକ୍ତରଙ୍କ ପରିବାରକୁ ଅନୁକମ୍ପା ସାହାଯ୍ୟ ରାଶି ଦିଆଯିବା ଓ ସବୁ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସେମାନେ ଦାବି କରୁଛନ୍ତି। ମାମଲାରେ କୋଲକାତାର ମେଡିକାଲ କଲେଜ ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି। କଲେଜ ସୁପରିଟେଣ୍ଡଙ୍କୁ ହଟାଇ ଦିଆଯାଇଛି । ଏହି ମାମଲାରେ ଜେରା ପାଇଁ ୩ ଜଣ ଡାକ୍ତରଙ୍କୁ ସମନ ମଧ୍ୟ ପଠାଇଛି କୋଲାକାତା ପୁଲିସ ।