ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି ପଶ୍ଚିମବଙ୍ଗ କୋଲକାତାର ଆର୍ଜି କର ମେଡିକାଲ କଲେଜ ଅଧ୍ୟକ୍ଷ। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗ ପରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ବଂର ଏହାକୁ ଆତ୍ମହତ୍ୟା ରୂପ ଦିଆଯାଇଥିଲା । ଏହାକୁ ନେଇ ଭାରତର ବିଭିନ୍ନ ମେଡିକାଲ କଲେଜରେ ଆନ୍ଦୋଳନ ତେଜିବାରେ ଲାଗିଛି। ନ୍ୟୟ ଦାବିରେ ଜୁନିୟର ଡାକ୍ତରଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ ଆନ୍ଦୋଳନକୁ ଓହ୍ଲାଇ ନ୍ୟାୟ ଦାବି କରିଛନ୍ତି। ଏହାରି ଭିତରେ ଉକ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ ସନ୍ଦିପ ଘୋଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପ୍ରଥମେ ଆର.ଜି କର ମେଡିକାଲ କଲେଜର ଡାକ୍ତରମାନେ ବିରୋଧ ଆରମ୍ଭ କରିଥିଲେ। ପ୍ରଥମେ କଲେଜ ପକ୍ଷରୁ ଆତ୍ମହତ୍ୟା କୁହାଯାଇଥିଲା । କିନ୍ତୁ ପରେ ହତ୍ୟା ନେଇ ସ୍ପଷ୍ଟ କରାଯାଇଥିଲା ।ସେପଟେ ପୁଲିସ ଏହି ମାମଲାରେ ତଦନ୍ତ ପୂରା କରି ନେଇଛି। ସଂଜୟ ରାୟ ନାମକ ଅଭିଯୁକ୍ତକୁ ପୁଲିସ ଗିରଫ ମଧ୍ୟ କରିସାରିଛି। ପୋଷ୍ଟମର୍ଟମର ଅନ୍ତିମ ରିପୋର୍ଟକୁ କେବଳ ପୁଲିସ ଅପେକ୍ଷା କରିଛି। ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ ହେବ।
ପଶ୍ଚିମବଙ୍ଗ ସରକାରଙ୍କ ଅଧିନରେ ଥିବା ଏହି ହସ୍ପିଟାଲରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ଜଣେ ସିଭିକ୍ ଭଲ୍ୟୁଣ୍ଟାର ଭାବେ କାମ କରୁଥିଲା। ସେହି କାରଣରୁ ହସ୍ପିଟାଲ ଭିତରକୁ ତା’ର ଅବାଧ ପ୍ରବେଶ ଥିଲା। ସଞ୍ଜୟ ୪ ଥର ବିବାହ କରିଥିବା ବେଳେ ତା’ର ବ୍ୟବହାରରେ ଅତିଷ୍ଠ ହୋଇ ତିନି ଜଣ ପତ୍ନୀ ତାକୁ ଛାଡ଼ପତ୍ର ଦେଇଛନ୍ତି। ଘଟଣା ଦିନ ସଂଜୟ ଅଶ୍ଳୀଳ ଫିଲ୍ମ ଦେଖିବା ପରେ ଏଭଳି ପିଶାଚିକ କାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇଛି। ଅପରପକ୍ଷେ ଏହି ଘଟଣାରେ ପଶ୍ଚିମବଙ୍ଗ ସରକାର ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟଙ୍କୁ ପଦରୁ ହଟାଇଦେଇଛନ୍ତି। ଏଥିସହ ଫିଜିଓଲଜି ପ୍ରଫେସର ଡକ୍ଟର ବୁଲବୁଲ ମୁଖପାଧ୍ୟାୟଙ୍କୁ ନୂଆ ସୁପରିଟେଣ୍ଡେଣ୍ଟ କମ୍ ଭାଇସ୍-ପ୍ରିନ୍ସିପାଲ ଭାବେ ନିଯୁକ୍ତ କରିଛନ୍ତି।
କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ 31 ବର୍ଷିୟ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତ ଡାକ୍ତର ନୁହଁନ୍ତି । ସଞ୍ଜୟ ରାୟ ଡାକ୍ତରଖାନା କର୍ମଚାରୀ ବି ନୁହଁନ୍ତି କିନ୍ତୁ କ୍ୟାମ୍ପସକୁ ସେ ବାରମ୍ବାର ଯାଉଥିଲେ । ସେ ପୋଲିସ ବିଭାଗରେ ନାଗରିକ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରୁଥିଲେ। ସିଭିକ୍ ସ୍ବେଚ୍ଛାସେବୀମାନେ ଟ୍ରାଫିକ୍ ପରିଚାଳନା ଏବଂ ବିପର୍ଯ୍ୟୟ ମୁକାବିଲା ସହିତ ବିଭିନ୍ନ ପ୍ରକାରର କାର୍ଯ୍ୟରେ ପୋଲିସକୁ ସାହାଯ୍ୟ କରିବାକୁ ନିୟୋଜିତ ଅଛନ୍ତି । ମାସକୁ ପ୍ରାୟ, 12,000 ଟଙ୍କା ସେମାନଙ୍କୁ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି ।
ସଞ୍ଜୟ 2019 ରେ ସ୍ବେଚ୍ଛାସେବୀ ଭାବରେ କୋଲକାତା ପୋଲିସର ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀରେ ଯୋଗ ଦେଇଥିଲେ କିନ୍ତୁ ପରେ ପୋଲିସ କଲ୍ୟାଣ କକ୍ଷକୁ ସ୍ଥାନାନ୍ତର ହୋଇଥିଲେ। ଏହା ପରେ ସେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୋଲିସ ଆଉଟପୋଷ୍ଟକୁ ଯାଇ ସମସ୍ତ ବିଭାଗରେ ପ୍ରବେଶ କରିଥିଲେ। ରିପୋର୍ଟ ଅନୁଯାୟୀ, ରୟ ରାଜ୍ୟ ପରିଚାଳିତ ଡାକ୍ତରଖାନାର ଏକ ରାକେଟର ଅଂଶ ଥିଲା ଯେଉଁଥିରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆଡମିଶନ ସୁନିଶ୍ଚିତ କରାଯାଇଥିଲା। ସରକାରୀ ଡାକ୍ତରଖାନାରେ ଶଯ୍ୟା ନ ପାଇଲେ ନିକଟସ୍ଥ ନର୍ସିଂହୋମରେ ବେଡ ପାଇବା ପାଇଁ ସେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଚାର୍ଜ କରୁଥିଲା ।
ଗତ ସପ୍ତାହରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍ରେ ୩୧ ବର୍ଷ ବୟସ୍କା ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ସେ ନିର୍ମମ ଭାବେ ତାଙ୍କୁ ହତ୍ୟା କରିଥିଲା । ଏବେ ଡାକ୍ତରମାନେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି ।