Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେଉ

Ramesh Parida by Ramesh Parida
Aug 12, 2024, 12:35 pm GMT+0530
FacebookTwitterWhatsAppTelegram

ଗତ କିଛି ଦିନ ହେଲା ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଛି । ସେମାନଙ୍କ ପରିବାର ଉପରେ ଟାର୍ଗେଟ ହେଉଛି । ମହିଳା ଶିଶୁଙ୍କୁ ଟାର୍ଗେଟ କରି ନିର୍ଯ୍ୟାତନା ଦିଆଯାଉଛି  ।  ହିନ୍ଦୁ ମନ୍ଦିର ଓ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଉଛି ।  ହିନ୍ଦୁ ଛାତ୍ରଛାତ୍ରୀମାନଙ୍କୁ ମାଡ଼ ମରାଯାଉଛି। ଏସବୁ ତୁରନ୍ତ ବନ୍ଦହେବା ସହ ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଶ୍ରୀ ପଣ୍ଡା କହିଛନ୍ତି ଯେ ଏନେଇ ଭାରତ ସରକାର କାମ ଆରମ୍ଭ କରିଛନ୍ତି । ସେଠାରେ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ଏଥିପାଇଁ ସଜାଗ ଅଛନ୍ତି ଓ ପଦକ୍ଷେପ ନେଉଛନ୍ତି ।  ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ସାରା ବିଶ୍ବରେ ହିନ୍ଦୁମାନେ ରାସ୍ତାକୁ ଓହ୍ଲାଇ ବିଦ୍ରୋହ କରିବା ଆରମ୍ଭ କରିଛନ୍ତି ।  ହଜାର ହଜାର ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ  ଏବେ ବାଂଲାଦେଶରେ ମଧ୍ୟ ନିଜର ଅଧିକାର ଓ ସୁରକ୍ଷା ପାଇଁ ଆନ୍ଦୋଳନକୁ ବାହାରିଛନ୍ତି। ରାଜଧାନୀ ଢାକା ସମେତ ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଭାରତ ସମେତ ବିଦେଶରେ ମଧ୍ୟ ଏହା ବିରୋଧରେ ଉଠିଛି ସ୍ବର। ସେପେଟେ ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ମଧ୍ୟ ଏଭଳି ହିଂସା ନ କରିବା ପାଇଁ ଭାବପ୍ରବଣ ଅପିଲ କରିଛନ୍ତି । କହିଛନ୍ତି ଆମେ ଏକାଠି ଲଢ଼ିଛେ ଏବଂ ଏକାଠି ରହିବା । କିନ୍ତୁ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଅନ୍ତରୀଣ ସରକାର କିଛି କଡ଼ା ପଦକ୍ଷେପ ନେଇପାରୁନଥିବା ରାଜନୀତି ସମୀକ୍ଷକମାନେ ମତ ରଖୁଛନ୍ତି ।

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବାକୁ ଦାବି କରିଛନ୍ତି ଶ୍ରୀ ପଣ୍ଡା । ସେ କହିଛନ୍ତି ନିଜର ସୁରକ୍ଷା ପାଇଁ ଢାକାରେ ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଓ ସାମାଜିକ କାର୍ଯ୍ୟକର୍ତ୍ତା । ସେମାନେ ହାତରେ ପୋଷ୍ଟର ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସଂଖ୍ୟାଲଘୁ ସଂପ୍ରଦାୟକୁ ସୁରକ୍ଷା ଯୋଗାଇ ଦେବାକୁ ଅନ୍ତରୀଣ ସରକାରଙ୍କ ନିକଟରେ ଦାବି କରିଥିବା ଦେଖିବାକୁ ମିଳିଛି। ବାଂଲାଦେଶର ରାଜଧାନୀ ଢାକା ଓ ଦେଶର ଦ୍ୱିତୀୟ ବୃହତ୍ତମ ସହର ଚିଟଗାଓଁରେ ବିଶାଳ ରାଲି କରାଯାଇଛି। ହିନ୍ଦୁମାନଙ୍କୁ ଟାର୍ଗେଟ କରି ଯେଉଁଭଳି ହିଂସା ଚାଲିଛି ତାହା ମାନବତା ବିରୋଧରେ ବଡ଼ ଅପରାଧ । ଏହି ହିଂସାକାଣ୍ଡକୁ ପ୍ରୋତ୍ସାହିତ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କହିଛନ୍ତି । ସଂଖ୍ୟାଲଘୁ ହିନ୍ଦୁ, ଖ୍ରୀଷ୍ଟିଆନ୍ ଓ ବୌଦ୍ଧଙ୍କୁ ସୁରକ୍ଷା ଦେବାକୁ ସେ ଛାତ୍ରଛାତ୍ରୀଙ୍କୁ ଅପିଲ୍ କରିଥିଲେ । କହିଥିଲେ ଯଦି ତୁମେ ଦେଶକୁ ବଞ୍ଚାଇଛ, ତୁମେ କିଛି ପରିବାରକୁ କାହିଁକି ବଞ୍ଚାଇ ପାରିବ ନାହିଁ? ସେମାନେ ଆମର ଭାଇ। ଆମେ ଏକାଠି ଲଢ଼ିଛେ ଏବଂ ଏକାଠି ରହିବା ବୋଲି କହିଥିଲେ ମହମ୍ମଦ ୟୁନୁସ । ଆମେରିକା, ଇଂଲଣ୍ଡ ସହ ଆଫ୍ରିକୀୟ ଦେଶ ଆଦି ବିଦେଶରୁ ମଧ୍ୟ ଶୁଭିଛି ପ୍ରତିବାଦର ସ୍ବର । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା ଓ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବିରେ କାନାଡା ଓ ଟରଣ୍ଟୋରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ହଜାର ହଜାର ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧର ଧର୍ମାବଲମ୍ବୀ ସାମିଲ ହୋଇ ପ୍ରତିବାଦ କରୁଛନ୍ତି ।  ବାଂଲାଦେଶରେ ଶେଖ ହସିନାଙ୍କ ପତନ ପରଠାରୁ ଦେଶର ୫୨ଟି ଜିଲ୍ଲାରେ ସଂଖ୍ୟାଲଘୁଙ୍କ ଉପରେ ୨୦୫ଟି ହିଂସା ଘଟିଛି। ଏହି ହିଂସା ଘଟଣାରେ ହଜାର ହଜାର ସଂଖ୍ୟାଲଘୁ ଲୋକ ଆହତ ହୋଇଛନ୍ତି ଏବଂ ଅନେକ ଘର ନଷ୍ଟ ହୋଇଯାଇଛି। ଅନେକ ହିନ୍ଦୁ ମନ୍ଦିରକୁ ମଧ୍ୟ ଟାର୍ଗେଟ କରାଯାଇଛି। ହିନ୍ଦୁଙ୍କ ଦୋକାନର ଭଙ୍ଗାରୁଜା ଓ ଲୁଟ୍‌ପାଟ୍‌ ହୋଇଛି ।

ସେପଟେ ଶ୍ରୀ ପଣ୍ଡା କହିଛନ୍ତି, ଦୁଃଖର ଖବର ଯେ ଢ଼ାକାରେ ମନ୍ଦିର ଉପରେ ଆକ୍ରମଣ ହେଉଛି। ଆମେ ଦେଖିଛୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ କେମିତି ଅସମ୍ମାନିତ କରାଯାଇଛି। ସେଠାରେ କେମିତି ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ହୋଇପାରିବ ଓ ବସବାସ କରୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁ, ଖ୍ରୀଷ୍ଟିଆନ୍‌, ବୌଦ୍ଧଙ୍କ ଉପରେ ଯେପରି ଅତ୍ୟାଚାର ନହୁଏ, ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ବାଂଲାଦେଶରେ ଗଠନ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ବର୍ଷ ବର୍ଷ ଧରି ହଜାର ହଜାର ବାଂଲାଦେଶୀ ଭାରତରେ ବେନିୟମ ଭାବେ ରହୁଛନ୍ତି । ଆଉ ଏବେ ମଧ୍ୟ ବାଂଲାଦେଶୀମାନେ ଓଡ଼ିଶା ମୁହାଁ ନେଇ ଶ୍ରୀ ପଣ୍ଡା କହିଛନ୍ତି, ଏଇଟା କେବଳ ଓଡ଼ିଶାର ସମସ୍ୟା ନୁହେଁ। ଏହା ଭାରତର ସମସ୍ୟା। କୋଟିକୋଟି ଭାରତ ଆସିଛନ୍ତି ଓଡ଼ିଶା,ପଶ୍ଚିମବଂଗ, ଆସାମ ଭିତରେ ପ୍ରବେଶ କରି ରହୁଛନ୍ତି।  ଆସାମ , ପଶ୍ଚିମବଙ୍ଗରେ କୋଟି କୋଟି ଲୋକେ ପଶିଛନ୍ତି। ଓଡ଼ିଶାରେ ମଧ୍ୟ  ବେଆଇନ୍‌ ଭାବେ ପଶିଛନ୍ତି। ତା’ ଉପରେ ଆଲୋଚନା କରିବାର ସମୟ ଆସିଛି ।  ନିୟମ ଅନୁସାରେ କେଉଁମାନେ ଏଠାରେ ରହିବା ପାଇଁ ଯୋଗ୍ୟ ଓ କେଉଁମାନେ ଅଯୋଗ୍ୟ ତାହା ସ୍ଥିର କରିବା ଜରୁରୀ  ।

Tags: Bangladesh ProtestBANGLADESHI HINDUSGLOBAL OUTCRYModinewsodishaSheikh Hasina
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.