ପ୍ୟାରିସ: ଚଳିତ ଅଲମ୍ପିକରେ ଭାରତ ଭଲ ଖେଳ ଦେଖାଇପାରିନାହିଁ । ଗୋଟିଏ ବି ସ୍ବର୍ଣ୍ଣ ଭାରତ ଖାତାରେ ପଡ଼ିନାହିଁ । ଶେଷ ହେଲା ପ୍ୟାରିସ ଅଲିମ୍ପିକ୍ଦ 2024 । କିନ୍ତୁ ଭାରତକୁ ଯେଉଁ ସଫଳତା ମିଳିବା କଥା ତାହା ମିଳିପାରିନାହିଁ । ବିଭିନ୍ନ ଦେଶର ଖେଳାଳି, ପ୍ରଶଂସକ, ଅଧିକାରୀ ନିଜ ନିଜ ଦେଶକୁ ଫେରିଯାଇଛନ୍ତି । ଫାନ୍ସର ରାଷ୍ଟ୍ରମୁଖ୍ୟ ଇମାନୁଏଲ ମାକ୍ରନ୍, ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବାକ୍ଙ୍କ ଉପସ୍ଥିତିରେ ସମାପନ ସମାରୋହ ଅନୁଷ୍ଠିତ ହୋଇଛି। ପ୍ୟାରିସ୍ ଅଲିମ୍ପିକ୍ସର ଉଦ୍ଘାଟନ ସେନ୍ ନଈ ମଝିରେ ହେଇଥିଲା। ଶେଷ କିନ୍ତୁ ଷ୍ଟାଡିୟମ୍ ଭିତରେ ହୋଇଛି। ଭାରତ ପକ୍ଷରୁ ହକି ତାରକା ପିଆର ଶ୍ରୀଜେଶ ସୁଟର ମନୁ ଭାକର ଉଦଯାପନୀ ଉତ୍ସବରେ ସାମିଲ ହୋଇଥିଲେ । 2028 ମସିହାରେ ଆମେରିକାର ଲସ ଆଞେଲ୍ସରେ ଅଲିମ୍ପିକ୍ସରେ ପରବର୍ତ୍ତି ସଂସ୍କରଣ ପାଇଁ ହସ୍ତାନ୍ତର କରାଗଲା ବାଟନ । ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଜୁଲାଇ 26ରୁ ଆରମ୍ଭ ହୋଇଥିବା କ୍ରୀଡ଼ା ମହାକୁମ୍ଭ ଶେଷ ହୋଇଛି । ରାଷ୍ଟ୍ରପତି ଇମାନୁଏଲ ମାକ୍ରନ,ଅନ୍ତର୍ଜାତୀୟ ଅଲିମ୍ପିକ୍ସ କିମଟିର ଅଧ୍ୟକ୍ଷ ଥୋମାସ ବାକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । 80 ହଜାର ଦର୍ଶକଙ୍କୁ ନେଇ ଫ୍ରାନ୍ସର ଷ୍ଟେଟ ଡ଼ି ଷ୍ଟାଡ଼ିୟରେ ଆୟୋଜିତ ହୋଇଥିଲା ଏହି ଉଦଯାପନୀ ଉତ୍ସବ। ପ୍ରଥମେ ଚଳିତ ଅଲିମ୍ପିକ୍ସରେ ଫ୍ରାନ୍ସର ହିରୋ କୁହାଯାଉଥିବା ଲିୟୋନ ମସାନ ଅଲିମ୍ପିକ୍ସ ମଶାଲ ଧରି ଷ୍ଟାଡ଼ିୟମକୁ ଆସିଥିଲେ । ପରେ ଏହି କାର୍ଯ୍ୟକ୍ରମରେ ମେଡ଼ାଲ ଜିତିଥିବା ସମସ୍ତ ଦେଶର କ୍ରୀଡ଼ାବିତ ମାନେ ନିଜ ଦେଶର ଧ୍ବଜା ଧରି ସାମିଲ ହୋଇଥିଲା । ଦୁଇ ଭାରତୀୟ ସଫଳ କ୍ରୀଡ଼ାବିତ ପି ଆର ଶ୍ରୀଜେଶ ଓ ସୁଟର ମନୁ ଭାକର ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଶର ପ୍ରତିନିଧିତ୍ବ କରିବା ସହ ତ୍ରିରଙ୍ଗା ଉଡ଼ାଇଥଲେ । 17 ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ 206 ଟି ଦେଶର ପ୍ରତିନିଧିତ୍ବ କରିବା ସହ ତ୍ରିରଙ୍ଗ ଉଡ଼ାଇଥିଲେ । 17 ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ 206 ଟି ଦେଶର ମୋଟ 10 ହଜାରରୁ ଉଦ୍ଦ୍ବର କ୍ରୀଡ଼ାବିତ ସାମିଲ ହୋଇଥିଲେ ।