ଏହା ମଧ୍ୟରେ ଭାରତ ସ୍ବାଧୀନତା ପାଇବାର 76 ବର୍ଷ ଅତିକ୍ରାନ୍ତ ହୋଇସାରିଛି । 77 ତମ ସ୍ବାଧୀନତା ଦିବସର ମହୋତ୍ସବ ପାଳନର ଜୋରଦାର ପ୍ରସ୍ତୁତି ସାରା ଭାରତ, ଓଡ଼ିଶା ଏପରିକି ବିଦେଶରେ ମଧ୍ୟ ଚାଲିଅଛି । କିନ୍ତୁ ଅନେକ ପ୍ରଧାନମନ୍ତ୍ରୀ ହେଲେଣି ମୁଖ୍ୟମନ୍ତ୍ରୀ ହେଲେଣି ଏକକାଳୀନ ହାରାହାରି ଦେଶରେ ଲକ୍ଷେ ସରିକି ପ୍ରଫେସର, ଅର୍ଥନୈତିଜ୍ଞ, ସମାଜସେବୀ ଆଦି ଗରିବୀ, ବେରୋଜଗାରୀ, ଦାଦନ ହଟାଇବା ପାଇଁ କାମ କରୁଛନ୍ତି । କେତେ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ବିଶ୍ବମାନବମାନେ ମଧ୍ୟ ଗରିବୀ ହଟାଇବା ପାଇଁ ବହୁତ ଚେଷ୍ଟା କରିଛନ୍ତି । ପ୍ରାୟ ମୋଟ୍ ଦୁଇ ହଜାରରୁ ଅଧିକ ବିଭିନ୍ନ ପ୍ରକଳ୍ପ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଗବେଷଣାଗାରରୁ ଭୈାଗୋଳିକ ଅବସ୍ଥିତିରେ ଜନସାଧାରଣଙ୍କ ବେରୋଜଗାରୀ ହଟାଇବା ପାଇଁ ପ୍ରୟୋଗ କରାଯାଇଛି । ଏବେ ମାଗଣାରେ ଦ୍ରବ୍ୟ- ସେବା ସହ ସ୍ବଳ୍ପମୂଲ୍ୟରେ ଅନେକ ପ୍ରକାର ସାମଗ୍ରୀ, ସେବା ବିଭିନ୍ନ ସରକାରଙ୍କ ଦ୍ବାରା ଜନ ସାଧାରଣଙ୍କ ଉନ୍ନତି ପାଇଁ ପ୍ରଦାନ କରାଯାଉଅଛି । ଏପରିକି ମାନବ ସମ୍ବଳକୁ ଭାଗ ଭାଗ କରି ମହିଳା, ଶିଶୁ, ଯୁବକ, ପୈାଢ଼ ବାର୍ଧକ୍ୟ ଭାଗରେ ବିଭକ୍ତ କରି ପ୍ରୋତ୍ସାହନ ରାଶି ମାଗଣା ବା ସ୍ବଳ୍ପ ମୂଲ୍ୟରେ ଦିଆଯାଉଛି । ସେହିପରି କୃଷକମାନଙ୍କୁ ସାର, ଜଳସେଚନ, ମଂଜି ଆଦି ସାମଗ୍ରୀ ଆଦିର ବିକ୍ରି ପାଇଁ ବର୍ଧିତ ମୂଲ୍ୟ ଆଦି ଦେବାକୁ ପ୍ରତିଶ୍ରୁତି ଓ ପ୍ରତିଜ୍ଞା କରାଯାଉଛି । ବିଭିନ୍ନ ଉପାୟରେ ଦିଆଯାଉଥିବା ମାଗଣାରୁ ସ୍ବଳ୍ପମୂଲ୍ୟ ପର୍ଯ୍ୟନ୍ତ ଦ୍ରବ୍ୟ ବା ସେବା ହାରାହାରୀ ମୁଣ୍ଡପିଛା ସାଢ଼େ ଛଅ ହଜାରରୁ ବେଶୀ ନୁହେଁ । ଥରେ ଆମେ ଏଠାରେ ଭାବିବାକି ଗରିବୀ- ବେରୋଜଗାରୀ- ଦାଦନଯୁକ୍ତ ଲୋକ କାହିଁକି ହେଉଛନ୍ତି । ଏହା ଆମ ରାଜ୍ୟ ଓଡ଼ିଶା ଓ ଦେଶ ଭାରତ ବର୍ଷର ଗରିବୀ ସବୁଠାରୁ ବଡ଼ ସମସ୍ୟା ବୋଲି ସମସ୍ତେ ଅନୁଭବ କରୁଛନ୍ତି । କିନ୍ତୁ ଆଜି ଯାଏଁ କୈାଣସି ବ୍ୟକ୍ତିଙ୍କର ସାମ୍ବିଧାନିକ ପଦପଦବୀରେ ଥାଇ କୈାଣି ପ୍ରଧାନ- ମୁଖ୍ୟ ମାନଙ୍କର ଗରିବୀ ହଟାଇବାର ସ୍ବପ୍ନ ଏଯାଏଁ ଥିବା କଥା, ଉକ୍ତ ଗବେଷକ ଆବିଷ୍କାର କରିପାରିନାହାଁନ୍ତି । ତାହା ଏକ ଅନଭିଜ୍ଞ ଧୃଷ୍ଟତା ବି ହୋଇପାରେ । ଅନେକ ମହାମନିଷୀ , ଅନେକ ବିଶ୍ବମାନବ ଭାରତର ଉନ୍ନତି ପାଇଁ କିସମ କିସମ ସ୍ପପ୍ନ ଦେଖିଛନ୍ତି । ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧି ରାମ ରାଜ୍ୟର ସ୍ବପ୍ନ ଦେଖିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଗରିବୀ ହଟାଇବାର ସ୍ବପ୍ନ ବି ଦେଖିଥିଲେ । କିନ୍ତୁ ସ୍ପପ୍ନ ପୂରଣ ପୂର୍ବରୁ ଉଭୟଙ୍କୁ ଗୁଳିଚୋଟରେ ହତ୍ୟା କରାଗଲା । ସ୍ବପ୍ନ ସ୍ପପ୍ନରେ ରହିଗଲା । ପରବର୍ତ୍ତୀ ପିଢ଼ି ସେ ସ୍ବପ୍ନକୁ ପୂରଣ କରିବାକୁ ଏକ ସ୍ପପ୍ନ ମଧ୍ୟ ଦେଖିପାରିନାହାଁନ୍ତି । ଓଡ଼ିଶାରେ କଳାକାରଖାନା ବସାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁ କଳକାରଖାନାରେ ନିଯୁକ୍ତି ପ୍ରଦାନ ଦ୍ବାରା ବେରୋଜଗାରୀ ବେକାରୀ ଦୂର କରିବା ପାଇଁ ସ୍ପପ୍ନ ଦେଖିଥିଲେ । ତାଙ୍କ ସ୍ବପ୍ନକୁ ପୂରଣ କରିବାକୁ ଯାଇ ତାଙ୍କର ସ୍ବପ୍ନକୁ ଜାଣିନଥିବା ପରବର୍ତ୍ତି ପିଢ଼ି ମଧ୍ୟ ଏହା ପୂରଣ କରିପାରିନାହାଁନ୍ତି । ସେହିପରି ପୂର୍ବତନ ମଖ୍ୟମନ୍ତ୍ରୀ ଜାନକୀବାବୁ ହଜାର ଦିନରେ ହଜାର ଶିଳ୍ପ ବସାଇବାକୁ ଉଦ୍ୟମ କରି କିଛି ଅଂଶରେ ପୂରଣ କରିଥିଲେ ମଧ୍ୟ ତାଙ୍କର ଅଧୁରା ରହିଯାଇଥିବା ସ୍ପପ୍ନ ଓଡ଼ିଶାର ଚୀର ଶତ୍ରୁ ବଢ଼ି, ମରୁଡ଼ି ଓ ବାତ୍ୟା-ମହାବାତ୍ୟାର ସ୍ଥାୟୀ ପ୍ରତିକାର କରିବାକୁ ଇଚ୍ଛା କରିଥିଲେ । ଏ ସମସ୍ତ କଥା ଉପସ୍ଥାପନ କରିବାର ମୂଳ ଲକ୍ଷ୍ୟଟି ହେଉଛି ମା କୁ ସମ୍ମାନ ଓ ହାତକୁ କାମ ପୂରଣ ନହେଲେ ଗରିବୀ ବେରୋଜଗାରୀ ଦାଦନ ମୁକ୍ତ ହେବା ଅସମ୍ଭବ । ଏଣୁ ଆସନ୍ତୁ ଆମେ ସମସ୍ତେ ମିଶି ସ୍ବାଧୀନତା ଦିବସର ଶପଥ ନେବା । ଗୋଟିଏ ପଂଚାୟତରୁ ହାତକୁ ନିୟମିତ କାମ ଦେଇ ଗରିବୀ-ବେରୋଜଗାରୀ- ଦାଦନମୁକ୍ତ କରିବା । ସେହି ପଂଚାୟତର ଲୋକ ସେହି ପଂଚାୟତରେ କିପରି 18ରୁ 35 ବର୍ଷ ମଧ୍ୟରେ ଥିବା ଯୁବ ଶକ୍ତିଙ୍କ ହାତକୁ କାମଦେଇ ମାସିକ 15 ହଜାର ଟଙ୍କାରୁ 35 ହଜାର ଟଙ୍କା ଭିତରେ ବେତନ ପାଇବେ ଅତ୍ୟନ୍ତ ଭାବିବା, ବୁଝିବା ,ଲେଖିବା ଓ ଉପଯୁକ୍ତ ଅଧିକାରୀଙ୍କୁ ବୁଝାଇବା । ଯାହା ଦ୍ବାରା ଗୋଟିଏ ପଂଚାୟତରୁ ଗୋଟିଏ ଜିଲ୍ଲାପାଇଁ 30 ଜିଲ୍ଲାରୁ 30ଟି ପଂଚାୟତ ପାଇଁ ପ୍ରଥମ ପର୍ଯାୟରେ ବେରୋଜଗାରୀ ହଟାଇବା ପାଇଁ ପାଇଲଟ ପ୍ରୋଜେକ୍ଟ ମାଧ୍ୟମରେ କାର୍ଯ୍ୟ କରିବା । ଏଥିପାଇଁ ଲୋକପ୍ରିୟ ସରକାରଙ୍କୁ ବୁଝାଇବା ଯେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଏକ ସର୍ବଶ୍ରେଷ୍ଠ ବିକଳ୍ପ ଭାବେ ସଂଭବ ହୋଇପାରିବ । ଯାହା ଉକ୍ତ ଗବେଷକ ପର୍ଯ୍ୟବେକ୍ଷଣରୁ ପ୍ରାପ୍ତ ସ୍ବଳ୍ପ ଜ୍ଞାନ ମଧ୍ୟରେ ୟୁନିଭରସିଟି ପ୍ରଫେସରଙ୍କ ମାଧ୍ୟମରେ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଧରନ୍ତୁ, ଯେ କୈାଣସି ପଂଚାୟତର ଭୈାଗୋଳିକ, ପରିବେଶ ଓ ପାରିପାର୍ଶିକ ଅବସ୍ଥାକୁ ନେଇ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ କାର୍ଯ୍ୟକାରୀ କରାଯାଇପାରିବ । ତାହାକୁ ସରକାରଙ୍କ ପାଖରେ ଥିବା ଅତ୍ୟନ୍ତ 40 ସରିକି ବିଭାଗ ଓ କର୍ପୋରେସନ, ବୋର୍ଡ, ବିଧାୟକ- ସାଂସଦ ହାତପାଣ୍ଠିରେ ମୂଳ ଧନ ପାଇଁ ପାଣ୍ଠି ଯୋଗାଡ଼ କରିହେବ ଓ ଆମେ 2029 ମସିହାର ଯଥେଷ୍ଟ ପୂର୍ବରୁ ଭାରତର ଦ୍ବିତୀୟ ସ୍ବାଧୀନତା ଦିବସ ପାଳନ କରିପାରିବା । ଏଣୁ ଆମ ସମସ୍ତଙ୍କର ସ୍ପପ୍ନ ହେଉ ଦ୍ବିତୀୟ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ଗରିବୀ- ବେରୋଜଗାରୀ ଓ ଦାଦନମୁକ୍ତ ଏକ ଗ୍ରାମ ପଂଚାୟତ ଆପଣଙ୍କର ମଧ୍ୟ ହୋଇପାରେ । ଚିନ୍ତାକରନ୍ତୁ !
ଗବେଷକ ଡ. ଅଲେଖ ଚନ୍ଦ୍ର ପାତ୍ର
94374 25810