ନୂଆଦିଲ୍ଲୀ: ଦେଶ ବିରୋଧୀ ଶକ୍ତି ଏବେ ମୋଦି ସରକାରଙ୍କୁ ବିବାଦକୁ ଠେଲିବା ପାଇଁ ଗୋଟେ ପରେ ଗୋଟେ ନୂଆ ଷଡ଼ଯନ୍ତ୍ର ରଚୁଛନ୍ତି । ଗତ ବର୍ଷ ରିପୋର୍ଟରେ ଆଦାନୀଙ୍କର କିଛି ବଡ଼ କଂପାନିକୁ ବଦନାମ କରି ମୋଦି ସରକାରକୁ ବିବାଦ ଭିତରକୁ ଠେଲି ମଜା ନେଇଥିବା ହିଣ୍ଡନବର୍ଗ ଚଳିତ ବର୍ଷ ପୁଣି ବିଭ୍ରାନ୍ତିକରଣ ରିପୋର୍ଟ ପ୍ରସ୍ତୁତ କରିଛି । ଏହାର କାମ ହେଉଛି ଲୋକଙ୍କୁ ବିଭ୍ରାନ୍ତି କରି ଫାଇଦା ନେବା । କାହାଠୁ ଫାଇଦା ମଳିବ କିପରି ମିଳିବ ଏହି ଗୋଷ୍ଠୀଙ୍କୁ ଭଲ ଭାବେ ଜଣା ।
ଆମେରିକାର ସର୍ଟ ବିକ୍ରେତା ହିଣ୍ଡେନବର୍ଗ ରିସର୍ଚ୍ଚ ଯାହା କହିଛି ତାହା ହେଲା ଆଦାନୀ ଗ୍ରୁପ୍ର ଆର୍ଥିକ ହେରଫେର ସହ ଜଡିତ ଏକ ଅଫଶୋର ସଂସ୍ଥାରେ ସେବି ଅଧ୍ୟକ୍ଷ ମାଧବୀ ବଚ ଏବଂ ତାଙ୍କ ସ୍ୱାମୀ ଧାୱାଲ ବଚଙ୍କ ଅଂଶଧନ ରହିଛି। ହ୍ବିଲସଲବ୍ଲୁର୍ ଡକ୍ୟୁମେଣ୍ଟଗୁଡିକ ଦର୍ଶାଇ ଏହା ଦାବି କରାଯାଇଛି ଏହି ଅନୁଷ୍ଠାନଗୁଡ଼ିକ ଗୌତମଙ୍କ ବଡ ଭାଇ ବିନୋଦ ଆଦାନୀଙ୍କ ଦ୍ୱାରା ବେଆଇନ ଭାବେ ଟଙ୍କା ହଡ଼ପ କରିବା ପାଇଁ ବ୍ୟବହୃତ ନେଟୱାର୍କର ଏକ ଅଂଶ। ତାହା ମାନେ ହେଉଛି ଆଦାନୀଙ୍କ କମ୍ପାନି ସହ ସେବି ଅଧିକାରଙ୍କ ସେୟାରକୁ ନେଇ ଅଭିଯୋଗ ଲଗାଯାଇଛି ।
ହିଣ୍ଡେନବର୍ଗ ରିପୋର୍ଟ ପରେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଘେରିବେ ଏଥିରେ ନୂଆ କଥା ନାହିଁ । କିନ୍ତୁ ମୋଦି ସରକାର ଏମାନଙ୍କୁ କିପରି ଜବାବ ଦେଉଛନ୍ତି ତାହା ଦେଖିବାକୁ ପଡ଼ିବ । ଏହି ରିପୋର୍ଟରେ ଯାହା କୁହାଯାଇଛି ତାହା ଗୋଳମାଳିଆ ତଥା ବିଭ୍ରାନ୍ତିକର ରିପୋର୍ଟ ବୋଲି ସ୍ପଷ୍ଟ ଜଣାପଡୁଛି । ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି। ଏହି ଘଟଣାର ତୁରନ୍ତ ତଦନ୍ତ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି।
ରିପୋର୍ଟ ଅନୁସାରେ ଏପ୍ରିଲ୍ ୨୦୧୭ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ, ବୁଚ ଆଗୋରା ପାର୍ଟନର୍ସ ନାମକ ଏକ ଅଫଶୋର ସିଙ୍ଗାପୁର ପରାମର୍ଶଦାତା ସଂସ୍ଥାରେ ୧୦୦ ପ୍ରତିଶତ ଅଂଶଧନ ଧାରଣ କରିଥିଲେ। ୧୬ ମାର୍ଚ୍ଚ ୨୦୨୨ରେ, ସେବି ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବାର ଦୁଇ ସପ୍ତାହ ପରେ, ସେ ଚୁପଚାପ୍ ଅଂଶଧନକୁ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରିଥିଲେ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଆଦାନୀ ଗ୍ରୁପ୍ ବିରୋଧରେ ତଦନ୍ତ ଠିକଭାବେ ହୋଇନାହିଁ ।
ମୋଦିଙ୍କ ସରକାରକୁ ବଦନାମ କରିବା ପାଇଁ କଂଗ୍ରେସ ମହାସଚିବ ଜୟରାମ ରମେଶ ଆଗ ବାହାରିଛନ୍ତି । ଆଦାନୀ ଦୁର୍ନୀତିର ଅନୁସନ୍ଧାନ କରିବାକୁ ସେବିର ଅନିଚ୍ଛା କଣ ପାଇଁ । ସେବି ୨୦୧୮ରେ ବିଦେଶୀ ପାଣ୍ଠିର ଲାଭଦାୟକ ମାଲିକାନା ସମ୍ବନ୍ଧୀୟ ରିପୋର୍ଟ ଆବଶ୍ୟକତାକୁ ଦୁର୍ବଳ କରିଦେଇଛି ଏବଂ ୨୦୧୯ ରେ ସେଗୁଡିକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛି। ବିରୋଧୀମାନେ କହୁଛନ୍ତି ଗୌତମ ଆଦାନୀଙ୍କ କଂପାନି ସହ ସେବି ଅଧିକାରୀ କାହିଁକି ସଂପର୍କ ରଖିଛନ୍ତି । କେବଳ କଂଗ୍ରେସ ନୁହେଁ ଅନ୍ୟ ବିରୋଧୀ ଦଳ ସହ ଟିଏମସି ସାଂସଦ ମହୁଆ ମୋଇତ୍ର କହିଛନ୍ତି ଏହା ଅର୍ଥ ହେରଫେର ମାମଲା ହୋଇଥିବାରୁ ସିବିଆଇ ତଦନ୍ତ କରାଯାଉ । ତେବେ ବିଦେଶରେ ରହି ଦେଶକୁ ବଦନାମ କରିବା ଭାରତର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଏସବୁ ଚକ୍ରାନ୍ତ ତାହା ରାଜନୀତି ସମୀକ୍ଷକମାନେ କହୁଛନ୍ତି । ଭାରତ ଅର୍ଥନୀତିରେ ଆଗକୁ ବଢ଼ୁଥିବାରୁ ଏଥିରେ ବିବାଦ ସୃଷ୍ଟି କରି ଏଥିରୁ ରାଜନୀତୈକ ଫାଇଦା ନେବାକୁ ବିରୋଧୀମାନେ ଅପେକ୍ଷାରେ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି ।