Wednesday, May 14, 2025
No Result
View All Result
Odisha 365

Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନାରେ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରି

ଦେଶରେ ଟୁ-ଜି ଇଥାନଲ୍ କ୍ଷମତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ

Ramesh Parida by Ramesh Parida
Aug 10, 2024, 02:12 pm GMT+0530
FacebookTwitterWhatsAppTelegram

ଜୈବ ଇନ୍ଧନ କ୍ଷେତ୍ରରେ ଭାରତକୁ ଆଗକୁ ନେବାକୁ ମୋଦି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସଂଶୋଧିତ ପ୍ରଧାନମନ୍ତ୍ରୀ ଜୀ-ବନ ଯୋଜନାକୁ ଅନୁମୋଦନ କରାଯାଇଛି । ସଂଶୋଧିତ ପ୍ରସ୍ତାବରେ ଏହି ଯୋଜନାକୁ ୫ ବର୍ଷ ଅର୍ଥାତ୍ ୨୦୨୮-୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାର ସମୟସୀମା ବୃଦ୍ଧି କରାଯାଇଛି ଏବଂ ଏହାର ପରିସରରେ ଲିଗ୍ନୋସେଲୁଲୋସିକ୍ ଫିଡଷ୍ଟକ୍ ରୁ ଉତ୍ପାଦିତ ଉନ୍ନତ ଜୈବ ଇନ୍ଧନ ଯଥା କୃଷି ଓ ଜଙ୍ଗଲ ବର୍ଜ୍ୟ, ଶିଳ୍ପ ବର୍ଜ୍ୟବସ୍ତୁ, ସିନ୍ଥେସିସ୍ (ସିନ୍) ଗ୍ୟାସ୍, ଶୈବାଳ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଛି। ‘‘ବୋଲ୍ଟ ଅନ୍’’ ପ୍ଲାଣ୍ଟ ଏବଂ ‘‘ବ୍ରାଉନଫିଲ୍ଡ ପ୍ରୋଜେକ୍ଟ’’ ମଧ୍ୟ ବର୍ତ୍ତମାନ ସେମାନଙ୍କ ଅଭିଜ୍ଞତାକୁ ଉପଯୋଗ କରିବା ଓ ନିଜ ସାମର୍ଥ୍ୟରେ ଉନ୍ନତି ଆଣିବା ପାଇଁ ଯୋଗ୍ୟ ହେବେ । ଏକାଧିକ ଜ୍ଞାନକୌଶଳ ଏବଂ ଏକାଧିକ ଫିଡଷ୍ଟକକୁ ପ୍ରୋତ୍ସାହିତ କରିବା ପାଇଁ, ବର୍ତ୍ତମାନ ଏହି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ଅଭିନବତା ରହିଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ପ୍ରାଥମିକତା ଦିଆଯିବ ।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସେମାନଙ୍କ କୃଷି ବର୍ଜ୍ୟ ସାମଗ୍ରୀ ପାଇଁ ଲାଭଦାୟକ ଆୟ ପ୍ରଦାନ କରିବା, ପରିବେଶ ପ୍ରଦୂଷଣର ମୁକାବିଲା କରିବା, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଭାରତର ଇନ୍ଧନ ସୁରକ୍ଷା ଓ ଆତ୍ମନିର୍ଭରଶୀଳତାରେ ଯୋଗଦାନ କରିବା । ଏହା ଉନ୍ନତ ଜୈବ ଇନ୍ଧନ ପ୍ରଯୁକ୍ତିଗତ ବିକାଶକୁ ସମର୍ଥନ କରିବା ସହିତ ମେକ୍ ଇନ୍ ଇଣ୍ଡିଆ ମିଶନକୁ ପ୍ରୋତ୍ସାହିତ କରେ । ଏହା ୨୦୭୦ ସୁଦ୍ଧା ଶୁଦ୍ଧ-ଶୂନ୍ୟ ଜିଏଚଜି ନିର୍ଗମନ ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନା ମାଧ୍ୟମରେ ଉନ୍ନତ ଜୈବ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଏକ ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳ ଶକ୍ତି କ୍ଷେତ୍ର ପ୍ରତି ରହିଥିବା ସମର୍ପଣକୁ ପ୍ରତିଫଳିତ କରେ ।

ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ପ୍ରୋତ୍ସାହିତ କରୁଛନ୍ତି ଯେଉଁଥିରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମସି) ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିଥାନ୍ତି । ଇବିପି କାର୍ଯ୍ୟକ୍ରମ ଅଧୀନରେ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ୨୦୧୩-୧୪ରେ ପେଟ୍ରୋଲ ସହିତ ଇଥାନଲ୍ ର ମିଶ୍ରଣ ୩୮ କୋଟି ଲିଟର ଥିବା ବେଳେ ୨୦୨୨-୨୩ରେ ଏହା ୫୦୦ କୋଟି ଲିଟରରୁ ଅଧିକକୁ ବୃଦ୍ଧି ପାଇଛି। ୨୦୨୪ ଜୁଲାଇ ମାସରେ ମିଶ୍ରଣ ପ୍ରତିଶତ ୧୫.୮୩% ଛୁଇଁଛି ଏବଂ ଚଳିତ ଇଏସୱାଇ ୨୦୨୩-୨୪ରେ ସମୁଦାୟ ମିଶ୍ରଣ ପ୍ରତିଶତ ୧୩% ଅତିକ୍ରମ କରିଛି।

୨୦୨୫-୨୬ ଶେଷ ସୁଦ୍ଧା ୨୦% ମିଶ୍ରଣ ଲକ୍ଷ୍ୟ ହାସଲ କରିବାକୁ ଓଏମସି ଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି। ଆକଳନ ମୁତାବକ, ୨୦% ମିଶ୍ରଣ ହାସଲ କରିବା ପାଇଁ ଇଏସୱାଇ ୨୦୨୫-୨୬ ରେ ୧୧୦୦ କୋଟି ଲିଟରରୁ ଅଧିକ ଇଥାନଲ୍ ଆବଶ୍ୟକ ହେବ । ଏଥିପାଇଁ ମିଶ୍ରଣ ଆବଶ୍ୟକତା ପୂରଣ କରିବା ଏବଂ ଅନ୍ୟାନ୍ୟ ବ୍ୟବହାର (ପୋଟେବଲ, ରାସାୟନିକ, ଔଷଧ ଇତ୍ୟାଦି) ପାଇଁ ୧୭୫୦ କୋଟି ଲିଟର ଇଥାନଲ୍ ଡିଷ୍ଟିଲେସନ୍ କ୍ଷମତା ସ୍ଥାପନ କରିବା ଆବଶ୍ୟକ ।

ଇଥାନଲ ମିଶ୍ରଣ ଲକ୍ଷ୍ୟ ପୂରଣ କରିବା ପାଇଁ ସରକାର ଦ୍ୱିତୀୟ ପିଢ଼ିର (୨ଜି) ଇଥାନଲ (ଉନ୍ନତ ଜୈବ ଇନ୍ଧନ) ଭଳି ବିକଳ୍ପ ଉତ୍ସ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଅତ୍ୟାଧୁନିକ ଜୈବ ଇନ୍ଧନ ଜ୍ଞାନକୌଶଳ ବ୍ୟବହାର କରି ଅତିରିକ୍ତ ବାୟୋମାସ୍ /କୃଷି ବର୍ଜ୍ୟବସ୍ତୁ ଯେଉଁଥିରେ ସେଲୁଲୋଜିକ୍ ଏବଂ ଲିଗ୍ନୋସେଲୁଲୋସିକ୍ ଅଂଶ, ଶିଳ୍ପ ବର୍ଜ୍ୟବସ୍ତୁ ଇତ୍ୟାଦି ରହିଛି ତାହାକୁ ଇଥାନଲରେ ରୂପାନ୍ତରିତ କରାଯାଇପାରିବ ।

ଦେଶରେ ଟୁ-ଜି ଇଥାନଲ୍ କ୍ଷମତାକୁ ପ୍ରୋତ୍ସାହିତ କରିବା ଏବଂ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଟୁ-ଜି ବାୟୋ-ଇଥାନଲ ପ୍ରକଳ୍ପକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ୦୭.୦୩.୨୦୧୯ରେ ‘‘ପ୍ରଧାନମନ୍ତ୍ରୀ ଜୀ-ବନ୍ (ଜୟବ ଇନ୍ଧନ- ଭାତବରଣ ଅନୁକୂଳ ନିବାସ) ଯୋଜନା’’ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ShareTweetSendShare

RelatedNews

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ
Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.