ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ବ୍ରୋଞ୍ଜ। ୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଅମନ ସେରାୱତଙ୍କୁ ମିଳିଛି ବ୍ରୋଞ୍ଜ ପଦକ। ପଦକ ମିଳିବା ପରେ ତାଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବିଶିଷ୍ଟ ଲୋକମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତା ସହ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି। ଅଲିମ୍ପିକ୍ସରେ ମେଡାଲ୍ ଜିତିବାରେ ଅମନ୍ ହେଉଛନ୍ତି ସପ୍ତମ ଭାରତୀୟ ରେସଲର୍। ସେମିଫାଇନାଲ ମ୍ୟାଚରେ ଜାପାନ ପ୍ରତିଯୋଗୀଙ୍କଠୁ ୦-୧୦ରେ ହାରିଥିଲେ ଅମନ ସେରାୱତ। କିନ୍ତୁ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ସେ ଗୌରବ ଆଣିଛନ୍ତି । ଫ୍ରାନ୍ସର ପ୍ୟାରିସ୍ରେ ଚାଲିଥିବା ଅଲମ୍ପିକ୍ସରେ ପୁରୁଷ ଫ୍ରି-ଷ୍ଟାଇଲ୍ ୫୭ କିଲୋ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରେସ୍ଲର୍ ଅମନ୍ ସେରାୱତ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;“ଅଧିକ ଗର୍ବର ବିଷୟ, ଆମର ରେସ୍ଲର୍ମାନଙ୍କୁ ଧନ୍ୟବାଦ ! ପ୍ୟାରିସ୍ ଅଲମ୍ପିକ୍ସରେ ପୁରୁଷ ଫ୍ରି-ଷ୍ଟାଇଲ୍ ୫୭ କିଲୋ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅମନ ସେରାୱତ୍ଙ୍କୁ ଅଭିନନ୍ଦନ। ଏହି ସଫଳତାରୁ ତାଙ୍କର କଠିନ ପରିଶ୍ରମ ଓ ସାଧନା ସମ୍ପର୍କରେ ସ୍ପଷ୍ଟ ଜଣାପଡୁଛି । ତାଙ୍କର ଏହି ଉଲ୍ଲେଖନୀୟ ସଫଳତାକୁ ନେଇ ଆଜି ସାରା ଦେଶ ବିଜୟ ଖୁସି ମନାଉଛି ।