Saturday, May 10, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ରାଜ୍ୟ

ବେଆଇନ୍‌ ଗୋରୁ ଚାଲାଣ ରୋକିବାରୁ ଖାେର୍ଧାରେ ଉତ୍ତେଜନା

Ramesh Parida by Ramesh Parida
Aug 10, 2024, 11:26 am GMT+0530
FacebookTwitterWhatsAppTelegram

ଖୋର୍ଧା: ବେଆଇନ ଗୋ-ଚାଲାଣକୁ ନେଇ ତୁମୁଳକାଣ୍ଡ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରିରେ ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି  । ବର୍ଷ ବର୍ଷ ଧରି ଖୋର୍ଧା ଜିଲ୍ଲାରେ ବେଆଇନ ଗୋଚାଲାଣ ବଢ଼ୁଛି । ଗୋଚାଲାଣକାରୀମାନେ ଉପକୂଳ ଜିଲ୍ଲାମାନଙ୍କୁ ବେଆଇନ ଭାବେ ଗୋଚାଲାଣ ପଶ୍ଚିମବଙ୍ଗକୁ କରୁଛନ୍ତି ।  ବେଆଇନ୍‌ ଗୋରୁ ଚାଲାଣଙ୍କୁ ନେଇ ବାରମ୍ଭାର ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ କି ପ୍ରଶାସନ ଦୃଷ୍ଟି ଦେଉନାହିଁ । ବେଆଇନ ଗୋଚାଲାଣକୁ ନେଇ ବେଳେ ବେଳେ ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇ ଧନଜୀବନ ନଷ୍ଟ ହେଉଛି । ଗତକାଲି ସେପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଂଚଳରେ  ।

ସାଧାରଣ ଖୋର୍ଧା ଜିଲ୍ଳାରୁ ଗୋବଂଶ ଚୋରି ହେବା ସହ ବେଆଇନ ଗୋ ଚାଲାଣ ହେଉଥିବାରୁ ଏହାକୁ ରୋକିବାକୁ ସ୍ଥାନୀୟ ଲୋକମାନେ  ଅନେକ ଦିନରୁ ଦାବି କରି ଆସୁଥିବା ବେଳେ ଗତକାଲି ବେଆଇନ ଗୋଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକ ଗୋଚାଲାଣକାରୀଙ୍କୁ ଅଟକାଇ ଥିଲେ । ଏହି ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଗୋରୁ ଚାଲାଣକୁ ବିରୋଧ କରି ଛଣଗିରିରେ  କିଛି ଲୋକ କିଛି ଗାଡିରୁ ଗୋବଂଶକୁ ଫିଟାଇଦେଇଥିଲେ । ଏହାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ମାଡ଼ପିଟ ହେବା ସହ ବାଇକ୍ ଭାଙ୍ଗିଛି । ପ୍ରତିବାଦ ସ୍ବରୂପ ଚାରିଟି ଦୋକାନରେ ମଧ୍ୟ ଅଗ୍ନି ସଂଯୋଗ କରିଦିଆଯାଇଛି। ଦିନକୁ ଦିନ ରାଜ୍ୟରେ  ଗୋ ଚାଲାଣକୁ ନେଇ ଉତ୍ତେଜନା ପ୍ରକାଶ ପାଉଛି। ପ୍ରତିବାଦ କଲେ ବେଆଇନ ଗୋ ଚାଲାଣକାରୀମାନେ ଆକ୍ରମଣ କରି ଧନଜୀବନ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଗୋ ରକ୍ଷକମାନେ ଜୀବନକୁ ବିପଦରେ ପକାଇ ଗୋ ସୁରକ୍ଷା ପାଇଁ କାମ କରୁଥିବା କହୁଛନ୍ତି । କିନ୍ତୁ ପୋଲିସ କି ପ୍ରଶାସନ ଏ ଦିଗରେ ଆଇନ ଥିଲେ ମଧ୍ୟ ଆଇନକୁ କାର୍ଯ୍ୟକାରୀ କରୁନଥିବାରୁ ଗୋ ବଂଶ ଚୋରି ବୃଦ୍ଧି ପାଉଛି ଏବଂ ଯେଉଁଠାରେ ବେଆଇନ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି ସେଠାରେ ଧନଜୀବନ ହାନି ହେବା ସହ ଅଶାନ୍ତି ସୃଷ୍ଟି ହେଉଥିବା ଧାରଣାରେ ବସିଥିବା ଲୋକେ କହିଛନ୍ତି ।

ଗୋସେବକମାନେ ଆକ୍ରମଣର ଶିକାର ହେଉଥିବାରୁ ରାସ୍ତା ରୋକ କରୁଛନ୍ତି । ଅଭିଯୋଗ କଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଗୋସେବକମାନେ ଅଭିଯୋଗ କରୁଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଗଗିରି ଗ୍ରାମରେ ଦେଖିବାକୁ ମିଳିଛି । ଗୋଚାଲାଣକୁ ବିରୋଧ କରିବାକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି । ଗୋଚାଲାଣକୁ ବିରୋଧ କରିବାକୁ ହିନ୍ଦୁ ଓ ସଂଖ୍ୟାଲଘୁ ସଂମ୍ପ୍ରଦାୟ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁସାରେ ଜଣେ ସଂଖ୍ୟାଲଘୁ ସଂମ୍ପ୍ରଦାୟ ର ବ୍ୟକ୍ତି ଓଗାଳପୁର ଗ୍ରାମରୁ ଗୋରୁଵୋଝେଇ କରି ଫେରୁଥିବା ଖବର ପାଇବା ପରେ କିଛି ସ୍ଥାନୀୟ ବ୍ୟକ୍ତି ତାହାକୁ ବିରୋଧ କରିଥିଲେ । ଏହା ପରେ ଯୁକ୍ତି ତର୍କ ହୋଇଥିଲା । ଖବର ପାଇ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳରର କର୍ମକର୍ତ୍ତା ମାନେ ଛଣଗିରି ଗାଁ ରାସ୍ତାରେ ପହଁଚି ସେମାନଙ୍କୁ ପଚାରିବାରେ ସଂଖ୍ୟାଲଘୁ ସଂମ୍ପ୍ରଦାୟ ର କେତେକ ଯୁବକ ହଠାତ ସେଠାରେ ପହଁଚି ମାଡପିଟ ଆରମ୍ଭ କରିଥିଲେ । ହିନ୍ଦୁ ସଂଗଠନର ଯୁବକମାନଙ୍କ ଗାଡ଼ି ଭାଙ୍ଗିଦେଇଥିଲେ ।

ସଂଖ୍ୟାଲଘୁ ସଂମ୍ପ୍ରଦାୟ ର ଲୋକେ ମାରଣାସ୍ତ୍ର ଧରି ମିଳିତ ଭାବରେ ଆକ୍ରମଣ କରିଥିଲେ। ଆକ୍ରମଣରେ ହିନ୍ଦୁ ସଂଗଠନର ୧୮ଟି ମୋଟର ସାଇକେଲକୁ ସଂପୂର୍ଣ୍ଣ ଭାଗିଂ ଦେଇଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଁଚିଥିଲା । ପରେ ସେମାନେ ଖସି ପଳାଇଥିଲେ । ଅଭିଯୋଗ ପରେ  ଖୋର୍ଦ୍ଧା ଏସଡିପିଓ ପହଞ୍ଚି ଥିଲେ । ଏହି ଘଟଣାର ପ୍ରତିବାଦରେ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳର ସଦସ୍ୟ ମାନେ ପ୍ରଥମେ ନୂଆ ଜଗନ୍ନାଥ ସଡକ ଛଣଗିରି ଛକ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି  ନ୍ୟାୟ ଦାବି କରିବା ସହ ହିଂସାକାଣ୍ଡ ଘଟାଇ ବାଇକ ଭାଙ୍ଗିଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।  ଉତ୍ତେଜନା ବେଳେ ଗାଡିମୋଟର ଭଙ୍ଗାଯିବା ସହ କିଛି ସ୍ଥାନୀୟ ବଜାରର ଦୋକାନ ଘରେ ଭଗାଂରୁଜା ଏବଂ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।

ହିଂସାକାଣ୍ଡ ଘଟାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହିନ୍ଦୁ ସଂଗଠନ ପକ୍ଷରୁ ଦାବି ଜୋର ଧରିଥିଲା। ସେପଟେ ସଂଖ୍ୟାଲଘୁ ଲୋକମାନେ ମଧ୍ୟ ସେମାନଙ୍କର କ୍ଷତି ହୋଇଥିବା କହିଛନ୍ତି । ହିନ୍ଦୁ ସଂଗଠନ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଠାରେ ରାସ୍ତା ଅବରୋଧ ହୋଇଥିଲା। ଶତାଧିକ ଲୋକେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ଦିର୍ଘ ୪ଘଣ୍ଟା ଧରି ଗାଡିମୋଟର ଅଟକି ରହିଥିଲା। ଘଟଣା ସ୍ଥଳରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଏସ୍ପି ଓ ଅତିରିକ୍ତ ଏସ୍ଢି ପହଞ୍ଚି ଆନ୍ଦୋଳନ ରତ ଲୋକଙ୍କ ସହିତ ଆଲୋଚନା କରି ବୁଝାଶୁଝା କରିଥିଲେ। ସଂନ୍ଧ୍ୟା ୬ଟରୁ ୧୬ନମ୍ବ ଜାତୀୟ ରାଜପଥ ୪ଘଣ୍ଟା ଧରି ଅବରୋଧ ହୋଇଥିଲା। ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାଶ ଗୋମାଫିଆ ମାନଙ୍କ ସହିତ ସମ୍ପର୍କ ରଖି ଗୋ ରକ୍ଷକ ମାନଙ୍କ ନାମରେ ମାମଲା ରୁଜୁ କରୁଥିବା ଅଭିଯୋଗ କରାଯାଇଛି । ସାମ୍ପ୍ରଦାୟିକ ମାଡପିଟ ଘଟଣାରେ ଜଣେ ଗୋରକ୍ଷକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସମସ୍ତ ମେଡ଼ିକାଲ ଖର୍ଚ୍ଚ ପ୍ରଶାସନ ବହନ କରିବାକୁ ଦାବି କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅତିରିକ୍ତ ଏସ୍ପି ପ୍ରତିଶ୍ରୁତି ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସଂପୂର୍ଣ୍ଣ ଭାବରେ ଗୋଚାଲାଣ ବନ୍ଦ କରିବାକୁ ଖୋର୍ଦ୍ଧା ବିଧାୟକ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ପୋଲିସ ଡିଜି ଘଟଣା ସ୍ଥଳରେ ପହଁଚିଥିଲେ ଦୁଇ ପକ୍ଷର ଅଭିଯୋଗ ଶୁଣିଥିଲେ । ଏହି ଘଟଣା ଉପରେ ପୋଲିସ ନଜର ରଖିଛନ୍ତି । ସ୍ଥାନୀୟ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସ ଏବଂ ପ୍ରଶାସନ ନଜର ରଖିଛି । ଆଗାମୀ ଦିନରେ ଗୋ ସୁରକ୍ଷା ପାଇଁ ଆଇନକୁ କଡ଼ାକଡ଼ି ପାଳନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Tags: newsodisha
ShareTweetSendShare

RelatedNews

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.