ପ୍ୟାରିସ୍: ଫ୍ରାନ୍ସର ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୈାପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ନୀରଜ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ଭାରତକୁ ଗର୍ବିତ କରିବା ପାଇଁ ଅଗଣିତ ଆଥଲେଟଙ୍କୁ ପ୍ରେରଣା ଯୋଗାଇବେ । ସେ କହିଛନ୍ତି “ନୀରଜ ଚୋପ୍ରା ହେଉଛନ୍ତି ଉତ୍କର୍ଷର ଉଦାହରଣ! ସେ ନିଜ ପ୍ରତିଭାକୁ ଗତଥର ଏବଂ ଏଥର ଅଲିମ୍ପିକ୍ସରେ ଦେଖାଇଛନ୍ତି । ଭାରତ ବହୁତ ଖୁସି । ପୁଣି ଥରେ ଅଲିମ୍ପିକ୍ସରେ ସଫଳ ହୋଇଥିବାରୁ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ରାତିରେ ଖେଳାଯାଇଥିବା ଫାଇନାଲରେ ”ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଟୋକିଓରେ ଜିତିଥିବା ସ୍ବର୍ଣ୍ଣ ପଦକ ବଜାୟ ରଖିପାରିଲେ ନାହିଁ। କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ସ୍ବାଧୀନ ଭାରତର ପ୍ରଥମ ଆଥ୍ଲେଟ୍ ଭାବେ ଦୁଇ ପଦକ (ଟୋକିଓ-ସ୍ବର୍ଣ୍ଣ, ପ୍ୟାରିସ୍-ରୌପ୍ୟ) ଜିତି ଗୌରବ ରଚିଛନ୍ତି ନୀରଜ। ଗତକାଲି କ୍ରିକେଟ ଭଳି ଅଲିମ୍ପିକ୍ ଜାଭଲିନ୍ ଫାଇନାଲ୍ କିନ୍ତୁ ଭାରତ-ପାକିସ୍ତାନ ଲଢ଼େଇ ଭଳି ଦୃଶ୍ୟମାନ ହୋଇଥିଲା। ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ୍ ରେକର୍ଡ ୯୨.୯୭ ମିଟର ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ।
ନୀରଜ ଚୋପ୍ରା କହିଛନ୍ତି, ପ୍ରତିଯୋଗିତାରେ ସେ ଚମତ୍କାର ଖେଳିବା ପାଇଁ ପ୍ରୟାସ କରିଥିଲେ। ପ୍ରତ୍ୟେକ ଖେଳାଳିଙ୍କର ନିଜସ୍ବ ଦିନ ଅଛି, ଆଜି ଅର୍ଶଦଙ୍କ ଦିନ ଥିଲା। ଟୋକିଓ, ବୁଦାପେଷ୍ଟ, ଏସୀୟ ଗେମ୍ସର ନିଜସ୍ବ ଦିନ ଅଛି। ମୁଁ ମୋର ଶ୍ରେଷ୍ଠତ୍ୱ ଦେଇଥିଲି, କିନ୍ତୁ କିଛି ଜିନିଷ ଅଛି ଯାହା ଧ୍ୟାନ ଏବଂ କାର୍ଯ୍ୟ ଆବଶ୍ୟକ କରେ। ଯଦିଓ ଆମର ଜାତୀୟ ସଂଗୀତ ଆଜି ବାଜି ନ ଥିଲା, ଭବିଷ୍ୟତରେ ଏହା ନିଶ୍ଚିତ ଭାବରେ ଅନ୍ୟ ଏକ ସ୍ଥାନରେ ବଜାଯିବ। ନୀରଜଙ୍କ ମା ମଧ୍ୟ ଅର୍ଶଦଙ୍କୁ ପ୍ରଶଂସା କରିଥିଲେ ।
ଏହା ବ୍ୟତୀତ ନୀରଜ ସୁଧାର ବିଷୟରେ ମଧ୍ୟ କହିଥିଲେ। ନୀରଜ ଆହୁରି କହିଛନ୍ତି, ଯେତେବେଳେ ବି ଆମେ ଦେଶ ପାଇଁ ପଦକ ଜିତୁ, ଆମେ ସମସ୍ତେ ଖୁସି ଖାଉ। ବର୍ତ୍ତମାନ ଥ୍ରୋକୁ ସୁଧାରିବା ପାଇଁ ସମୟ ଆସିଛି। ମୋତେ ଆଘାତ ଉପରେ କାମ କରିବାକୁ ପଡ଼ିବ। ତ୍ରୁଟିଗୁଡିକର ଉନ୍ନତି କରିବି।
ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଜାଭଲିନ୍ ଇଭେଣ୍ଟରେ ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ଫାଉଲ୍ ମାରି ନିରାଶା ହୋଇଥିଲେ । ଦ୍ବିତୀୟ ପ୍ରୟାସରେ କିନ୍ତୁ ୮୯.୪୫ ମିଟରକୁ ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ। କାରଣ ଏହା ପୂର୍ବରୁ ତାଙ୍କ ପାକିସ୍ତାନ ପ୍ରତିଦ୍ବନ୍ଦ୍ବୀ ଅର୍ଶଦ ନଦୀମ୍ ତାଙ୍କ ଦ୍ବିତୀୟ ଥ୍ରୋରେ ୯୨.୯୭ ମିଟର୍ ଫିଙ୍ଗି ଶୀର୍ଷକୁ କୁଦା ମାରିସାରିଥିଲେ।
ପୂର୍ବରୁ ଅଲିମ୍ପିକ୍ସ ରେକର୍ଡ ଡେନମାର୍କର ଆଣ୍ଡିଆସ୍ ଥୋର୍କିଲସେନ୍ ୯୦.୫୭ ମିଟର ଙ୍କ ନାମରେ ଥିଲା। ଏହା ପରେ ନୀରଜ ତାଙ୍କ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଥ୍ରୋକୁ ମଧ୍ୟ ଫାଉଲ୍ରେ ଶେଷ କରିଥିଲେ। ନୀରଜଙ୍କ ସିଜନ୍ର ଶ୍ରେଷ୍ଠ (୮୯.୪୫ ମିଟର) ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନକୁ କାଏମ ରଖିବାରୁ ସେ ଶେଷ ପର୍ଯ୍ୟନ୍ତ ସୁରକ୍ଷିତ ରହିଥିଲେ।
ଟୋକିଓରେ ୮୭.୫୮ ମିଟର୍ ଫିଙ୍ଗି ସ୍ବର୍ଣ୍ଣ ଜିତିଥିଲେ ନୀରଜ। କିନ୍ତୁ ୨୦୨୨ରେ ଷ୍ଟକ୍ହୋମ୍ ଡାଏମଣ୍ଡ୍ ଲିଗ୍ରେ ୮୯.୯୪ (ବ୍ୟକ୍ତିଗତ ଶ୍ରେଷ୍ଠ) ଫିଙ୍ଗିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଦ୍ବିତୀୟ ଶ୍ରେଷ୍ଠ (୮୯.୩୪ ମିଟର୍) ପ୍ରଦର୍ଶନ ସହ ଫାଇନାଲ୍ ଆସିଥିଲେ।