ପ୍ୟାରିସ୍ : ପୁରୁଷ ହକିରେ ଭାରତ ଜିତିଲା ବ୍ରୋଞ୍ଜ । ସ୍ପେନକୁ ୨-୧ରେ ହରାଇ ଭାରତ ଇତିହାସ ରଚିଛି । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡ଼ାପ୍ରେମୀମାନେ ଖୁସି ମନାଇଛନ୍ତି । ଏହା ସହିତ ଲଗତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଛି । ଏହି ମ୍ୟାଚରେ ସ୍ପେନ ପ୍ରଥମ ଏକ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା ବେଳେ ପରେ ଭାରତ ଭଲ ଖେଳିଥିଲା । ସ୍ପେନ ପକ୍ଷରୁ ମିରାଲେସ ପେନାଲ୍ଟି ଷ୍ଟ୍ରୋକକୁ ଗୋଲରେ ପରିବର୍ତ୍ତନ କରିଥିଲେ । ଭାରତୀୟ ଦଳ ତା’ର ଦ୍ୱିତୀୟ କ୍ବାଟର ସ୍ପେନ୍ ବିପକ୍ଷରେ ୧-୧ ଗୋଲ୍ ରେ ବରାବର କରିଥିଲା । ଦ୍ବିତୀୟ କ୍ୱାର୍ଟର ଶେଷ ହେବା ପୂର୍ବରୁ ଭାରତୀୟ ଦଳ ଏହି ଚମତ୍କାର ଗୋଲ ସ୍କୋର କରିଥିଲା । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଏହି ଗୋଲ୍ ଦେଇ ସମସ୍ତଙ୍କୁ ଖୁସି ପ୍ରଦାନ କରିଥିଲେ। ତୃତୀୟ କ୍ବାର୍ଟରରେ କଡ଼ା ସଂଘର୍ଷ ହୋଇଥିଲା ଖେଳ । ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହି ସୁଯୋଗରେ ଭାରତ ଆଉ ଏକ ଗୋଲ ଦେଇ ୨-୧ରେ ଆଗୁଆ ହୋଇଯାଇଥିଲା । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଏହି ଗୋଲ୍ ଦେଇ ଦଳକୁ ଆଗୁଆ ଶେଷ ପର୍ଯ୍ୟନ୍ତ ରଖିଥିଲେ। ଶେଷ କ୍ବାର୍ଟରରେ ଉଭୟ ଦଳ ପରସ୍ପର ଉପରେ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ଭାରତ ଉପରେ ଗୋଲ ଦେଇପାରିନଥିଲା ସ୍ପେନ୍ । ତେବେ ମ୍ୟାଚ ଶେଷ ପର୍ଯ୍ୟନ୍ତ ଭାରତ ଏହି ଅଗ୍ରଣୀ ବଜାୟ ରଖିବାକୁ ସକ୍ଷମ ହୋଇଥିଲା ଓ ଏକ ଚମତ୍କାର ବିଜୟ ସହ ନିଜର ଅଲିମ୍ପିକ ଅଭିଯାନ ବ୍ରୋଞ୍ଜ ପଦକ ସହ ଶେଷ କରିଥିଲା ।