ପ୍ୟାରିସ୍: ଫାଇନାଲ ଖେଳିବା ପୂର୍ବରୁ ଭିନେଶଙ୍କୁ ଖେଳିବାକୁ ଅନୁମତି ମିଳିଲା ନାହିଁ । ଭିନେଶ ଲେଖିଛନ୍ତି ‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ମୋତେ କ୍ଷମା କରିବେ, ଆପଣଙ୍କର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା । ବିଦାୟ କୁସ୍ତି ୨୦୦୧-୨୦୨୪, କ୍ଷମା କରିବେ, ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣି ରହିବି।’
ଓଜନକୁ ନେଇ ବିବାଦ ପରେ ଏଭଳି ସୋସିଆଲ ମିଡିଆରେ ଲେଖି କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍। ପ୍ୟାରିସ ଅଲମ୍ପିକରେ ଯେଉଁଭଳି ତାଙ୍କୁ ନିରାଶ ହେବାକୁ ପଡ଼ିଲା ତାକୁ ନେଇ ଭିନେଶ କୁସ୍ତିରୁ ଏଭଳି ସନ୍ନ୍ୟାସ ନେବା ଘୋଷଣା କରିଛନ୍ତି । ତାଙ୍କୁ ନେଇ ଦେଶରେ ବିତର୍କ ଜାରି ରହିଥିବା ବେଳେ ଏଭଳି ଘୋଷଣା କରି ସେ ସମସ୍ତଙ୍କୁ ଚକିତ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେଶ ତିନୋଟି ମୁକାବିଲା ଜିତି ଫାଇନାଲ୍ରେ ପହଞ୍ଚିଥିଲେ। କିନ୍ତୁ ସେମିଫାଇନାଲ ପରେ ତାଙ୍କ ଓଜନ ଦୁଇ କିଲୋ ବଢ଼ିଯାଇଥିଲା । ଅନେକ ପରିଶ୍ରମ କରିଥିଲେ ମଧ୍ୟ ଫାଇନାଲ ପୂର୍ବରୁ ତାଙ୍କ ଓଜନ ଶହେ ଗ୍ରାମ ଅଧିକ ରହିଥିଲା । ଧାର୍ଯ୍ୟ ୫୦ କିଲୋଗ୍ରାମ ସୀମାଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶଙ୍କୁ ନିରାଶ ହେବାକୁ ପଡ଼ିଲା । ଏହା ପରେ ସେ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଭିନେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି।