ପ୍ୟାରିସ ଅଲିମ୍ପିକ୍ସରେ ଭିନେଶଙ୍କୁ ଫାଇନାଲ ଖେଳିବାକୁ ଅନୁମତି କାହିଁକି ମିଳିଲାନି ତାକୁ ନେଇ ବିବାଦ ଲାଗି ରହିଛି । ନିୟମ ଅନୁଯାୟୀ ତାଙ୍କୁ ଖେଳିବାକୁ ଅନୁମତି ମିଳିନଥିବା ବେଳେ ଏହାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି । ବିରୋଧୀମାନେ ଏଥିପାଇଁ ସରକାରଙ୍କୁ ଘେରିଛନ୍ତି । ତେବେ ମାତ୍ର ଶହେ ଗ୍ରାମ ଅଧିକ ଓଜନ ଭିନେଶଙ୍କ ପାଇଁ ବଡ଼ ମୁଲ୍ୟ ଦେବାକୁ ପଡ଼ିଛି । ଭିନେଶଙ୍କୁ ଖେଳିବାକୁ କାହିଁକି ଅନୁମତି ମିଳିନଥିଲା ଆସନ୍ତୁ ଜାଣିବା ।
ଭିନେଶ ଫାଇନାଲ୍ ଫାଇଟ୍ ପୂର୍ବରୁ ଡିସ୍କ୍ୱାଲିଫାଏଡ୍ ଘୋଷିତ ହୋଇଥିଲେ । ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ଓଜନ ଧାର୍ୟ୍ୟ ଓଜନଠାରୁ ୧୦୦ ଗ୍ରାମ ଅଧିକ ଥିଲା । ଭାରତୀୟ ରେସଲର୍ ଭିନେଶ ଫୋଗାଟ୍ଙ୍କ ଧାର୍ୟ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯାଇଥିବା କୁହାଯାଇଥିଲା । ସେ ସାଧାରଣତଃ କିଛି ବର୍ଷ ହେବ ୫୩ କିଲୋ ଓଜନରେ ଖେଳିଥାନ୍ତି । କିନ୍ତୁ ଏଥର ସେ ୫୦ କେଜି ଫ୍ରି-ଷ୍ଟାଇଲ ରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ନିୟମ ଅନୁଯାୟୀ ଖେଳ ଦିନ ତାଙ୍କର ଓଜନ ୫୦ କିଲୋକ୍ରାମ ତଳେ ରହିବା କଥା । କିନ୍ତୁ ସେମିଫାଇନାଲ ପରେ ତାଙ୍କ ଓଜନ ୨ କିଲୋ ଅଧିକ ଥିଲା । ମଝିରେ ମାତ୍ର ଦିନେ ଥିବାରୁ ସେ ବହୁ ଚେଷ୍ଟା କରି ମଧ୍ୟ ୫୦ କିଲୋଗ୍ରାମ ଭିତରେ ରହିପାରିନଥିଲେ । ରାତି ସାରା ବ୍ୟାୟାମ କରିବା ସହ ରକ୍ତ କାଢ଼ିଥିଲେ, ଚୁଟି କାଟିଥିଲେ । ତଥାପି ଓଜନ ଶହେ ଗ୍ରାମ ଅଧିକ ଥିଲା । ଭିନେଶଙ୍କ ଓଜନ ଧାର୍ୟ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଏଥିପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ୫୦ କେଜି ଫ୍ରି-ଷ୍ଟାଇଲ ଫାଇନାଲରେ ପହଁଚିଥିଲେ ଭିନେଶ।
ସେମିଫାଇନାଲରେ କ୍ୟୁବା ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ବିପକ୍ଷ ପ୍ରତିଯୋଗୀଙ୍କୁ ଚାପରେ ରଖିଥିଲେ ଭିନେଶ। ଆଟାକିଂ ଜାରି ରଖିଥିଲେ। ଫାଷ୍ଟ ହାଫରେ ୧-୦ରେ ଆଗୁଆ ଥିବା ଭିନେଶ ସେକେଣ୍ଡ ହାଫରେ ଆଉ ୪ ପଏଣ୍ଟ ପାଇ ୫-୦ରେ ଜିତିଥିଲେ।
ତେବେ ଫାଇନାଲ୍ରେ ଆମେରିକାର ରେସଲରଙ୍କ ବିପକ୍ଷରେ ସ୍ୱର୍ଣ୍ଣ ପଦକ ପାଇଁ ଭିନେଟ୍ ମ୍ୟାଚ୍ ଖେଳି ଥାନ୍ତେ। କିନ୍ତୁ ଓଜନ ବଢ଼ିଥିବାରୁ ସେ ଏହି ମ୍ୟାଚରୁ ଡିସ୍କ୍ୱାଲିଫାଏଡ୍ ହୋଇଯାଇଛନ୍ତି। ଏପରିକି ତାଙ୍କୁ ରୌପ୍ୟ ପଦକ ମଧ୍ୟ ମିଳିଲା ନାହିଁ । ସେ ଶେଷ ସ୍ଥାନରେ ରହିଛନ୍ତି । ଅଲିମ୍ପିକ୍ସକୁ ଯାଇଥିବା ଭାରତୀୟ କଣ୍ଟିଜେଣ୍ଟର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ଦିନଶ ପାରଡିୱାଲାଙ୍କ କହିବା କଥା ଯେ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ପୂର୍ବରୁ ଭିନେଶଙ୍କ ଓଜନ ଧାର୍ୟ୍ୟ ସୀମା ଠାରୁ ୨ କେଜି ଅଧିକ ରହିଥିଲା। ଏହାକୁ ହ୍ରାସ କରିବା ପାଇଁ ସବୁ ପ୍ରକାରର ବିକଳ୍ପକୁ ବ୍ୟବହାର କରାଯାଇଥିଲା। ହେଲେ ଭିନେଶ ଅତିରିକ୍ତ ୧୦୦ ଗ୍ରାମ ଓଜନ ହ୍ରାସ କରିବାକୁ ସକ୍ଷମ ହୋଇ ପାରି ନଥିଲେ। ରାତି ତମାମ ଓଜନ ହ୍ରାସ କରିବା ପାଇଁ ସମସ୍ତେ ସବୁ ପ୍ରକାରର ଚେଷ୍ଟା କରିଥିଲେ। କିନ୍ତୁ ସବୁ କିଛି ବିଫଳ ହୋଇଥିବା ସେ କହିଛନ୍ତି।
ଏହି ଖବର ପରେ ଭିନେଶ ପୂରା ଭାଙ୍ଗି ପଡ଼ିଥିଲେ। ରାତି ତମାମ ପରିଶ୍ରମ କରିବା ପରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ସେଠାରେ ତାଙ୍କୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏନର ସଭାପତି ପିଟି ଉଷା ମଧ୍ୟ ଭେଟିଛନ୍ତି । ତେବେ କଥା ହେଉଛି ଏହାକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରି ଦୋଷୀ ଦର୍ଶାଉଛନ୍ତି । ଏଥିରେ କିଛି ସରକାରଙ୍କ ଦୋଷ ନଥିବା ବେଳେ ସୋସିଆଲ ମିଡିଆରେ କେନ୍ଦ୍ର ସରକାରଙ୍କୁ ନିନ୍ଦା କରାଯାଉଛି । ଏହାକୁ ନେଇ ନିଜେ ଭିନେଶ ରାଜନୀତି କରିବା ପାଇଁ କହିଛନ୍ତି । ସୋସିଆଲ ମିଡିଆରେ କିଛି ୟୁଜର ଭିନେଶଙ୍କ ଘଟଣାକୁ ନେଇ ମୋଦି ସରକାରଙ୍କୁ ଟ୍ରୋଲ କରୁଛନ୍ତି । ତେବେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଭିନେଶଙ୍କୁ ଚାମ୍ପିଆନ କହିଛନ୍ତି । ତେବେ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।