ବହୁଦିନର ପ୍ରତୀକ୍ଷା ପରେ ଦାବି ପୂରଣ ହୋଇଛି । ବିମାନସେବାରେ ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା । ଅଗଷ୍ଟ 30 ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ
ବନ୍ଦରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ଉଡ଼ାଣ କରିବା ପାଇଁ ଶେଷରେ ନିଷ୍ପତ୍ତି ହୋଇଛି । ପ୍ରତିଦିନ ଭୁବନେଶ୍ବରରୁ ଇଣ୍ଡିଗୋ
ବିମାନ ଉଡ଼ାଣ କରିବ । ପୂର୍ବାହ୍ନ 11 ଟା 15
ମିନିଟ ସମୟରେ ଭୁବନେଶ୍ବରରୁ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ କରି ଦୁର୍ଗାପୁରରେ ଅପରାହ୍ନ 12 ଟା
55 ମିନିଟରେ ପହଞ୍ଚିବ । ସେହିପରି ଦୁର୍ଗାପୁରରୁ
ଅପରାହ୍ନ 4 ଟା 35 ମିନିଟରେ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଥିବାବେଳେ ସନ୍ଧ୍ୟା 6 ଟା 15
ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବ । ଏଥିସହିତ ସପ୍ତାହ ଚାରିଦିନ ଭୁବନେଶ୍ବରରୁ ବାଗଡ଼ୋଗରା ଏବଂ ସପ୍ତାହ ତିନିଦିନ ଭୁବନେଶ୍ବରରୁ
ଗୌହାଟୀକୁ ବିମାନ ଉଡ଼ାଣ କରିବ । ଏନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି । ଏହା ଦ୍ବାରା ରାଜ୍ୟ୍ ରାଜ୍ୟ ଭିତରେ ଗମନାଗମନରେ ସୁବିଧା ହେବା ସହ ରୋଗୀ , ମହିଳାମାନେ ମଧ୍ୟ ଅଧିକ ସୁବିଧା ପାଇପାରିବେ ।