ରାଜ୍ୟରେ ସ୍ବାସ୍ଥ୍ୟସେବାରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଆଗାମୀ ଦିନରେ ଲୋକେ ଭଲ ସେବା ପାଇବେ । ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ବିଜେପି । ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗାମୀ ଦିନରେ କ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକରଣ କରାଯାଇ ରୋଗୀଙ୍କ ପାଇଁ
ଅଧିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି
ମୁଖ୍ୟମନ୍ତ୍ରୀ କହିଛନ୍ତି । ହସ୍ପିଟାଲରେ ରୋଗୀ ସେବାରେ ଆହୁରି ଅଧିକ ଉନ୍ନତି ଆଣିବା ତଥା
ଡ଼ାକ୍ତର ଓ ଅନ୍ୟ କର୍ମଚାରୀମାନେ ରୋଗୀଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ପରାମର୍ଶ
ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ନିର୍ଦ୍ଦେଶକ ଡ଼ା ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ
ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲ ଅସ୍ଥାୟୀ କର୍ମଚାରୀଙ୍କ ସହିତ ମଧ୍ୟ ଆଲୋଚନା
କରି ସେମାନଙ୍କ ମଜୁରୀ ସମ୍ପର୍କରେ ବୁଝିଥିଲେ । ନୂଆ ମଜୁରୀ ମିଳିବା ପରେ
ସେମାନଙ୍କ ପ୍ରାପ୍ୟ ବୃଦ୍ଧି ପାଇବ ।ରୋଗୀ ସେବା ପରି ଏକ ମହାନ କାର୍ଯ୍ୟରେ ନିଷ୍ଠାର ସହିତ
ଦାୟିତ୍ବ ତୁଲାଉ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ତେବେ ସବୁଠୁ ବଡ଼ କଥା ହେଉଛି ଜିଲ୍ଲା ସ୍ତରରେ ଏବଂ ବ୍ଲକ୍ ସ୍ତରରେ ଥିବା ଡାକ୍ତରଖାନାର ଭିତ୍ତିଭୂମିରେ କିଭଳି ଉନ୍ନତି ହେଉଛି ତାହାକୁ ଲୋକେ ଅପେକ୍ଷା କରିଛନ୍ତି । ନୂଆ ସରକାର ତାହାର ଉନ୍ନତି ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।