ସରକାରୀ ଚାକିରି । ଦରମା ସେତେ ଅଧିକ ନୁହେଁ । କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି । ଭିନ୍ନ ଭିନ୍ନ ସ୍ଥାନରେ ଏକାଧିକ ପ୍ଲଟ୍ । ଏମିତି ସବୁ ଦେଖି ଆଖି ଜଳକା ହୋଇଯିବ । 50 ରୁ ଉର୍ଦ୍ଧ୍ବ ପ୍ଲଟ ଜଳ ସମ୍ପଦ ବିଭାଗର ବାଲେଶ୍ବର ସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ରହିଛି । ବାଲେଶ୍ବର ସ୍ଥିତ ସରକାରୀ ବାସଭବନ କାର୍ଯ୍ୟାଳୟ ଓ ଜଳେଶ୍ବର ବଡ଼ବଜାର ସ୍ଥିତ ବାସଭବନରେ ଭିଜିଲାନ୍ସର
9 ଜଣିଆ ଟିମ ଚଢାଉ କରିବା ପରେ ଏସବୁ ଜାଣିଛନ୍ତି । ଟିମ ଆଜି ଭୋର ସମୟରୁ
ଚଢାଉ ଆରମ୍ଭ କରିବା ପରେ ଏସବୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ସତ୍ୟ ହୋଇଛି । ଶ୍ରୀ ପ୍ରଧାନଙ୍କ ଘର ଜଳେଶ୍ବର ହୋଇଥିବା ବେଳେ ସେ ଅଧୀକ୍ଷଣ
ଯନ୍ତ୍ରୀ ଭାବେ 2011 ମସିହାରୁ କର୍ଯ୍ୟରତ ଥିଲେ । ଦୁଇ ଦିନ ତଳେ ସରକାର ତାଙ୍କୁ ସହକାରୀ ମୁଖ୍ୟ
ଯନ୍ତ୍ରୀ ଭାବେ ମଧ୍ୟ ପଦୋନ୍ନତି ଦେଇଛନ୍ତି । କିନ୍ତୁ ତାଙ୍କର ସମ୍ପତ୍ତି ଦେଖିଲେ ଆଶ୍ଚର୍ଯ୍ୟ କରିହେଉନାହିଁ । ତାଙ୍କ ନାମରେ ଜଳେଶ୍ବର ବାଲିଆପାଳ ଓ
ବାଲେଶ୍ବର ସମେତ ବିଭିନ୍ନ ସ୍ଥାନରେ 50 ରୁ ଉର୍ଦ୍ଧ୍ବ ପ୍ଲଟ ଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଛି । ଭିଜିଲାନ୍ସ ଟିମ ଶ୍ରୀ
ପ୍ରଧାନଙ୍କ ନାମରେ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି
ସେନେଇ ଛାନଭିନ କରୁଛି । ତେବେ ସରକାର ବଦଳିବା ପରେ ଏବେ ଅନେକ ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନସ ଚଢ଼ାଉ ହେବାର ଆଶଙ୍କା ରହିଛି । ଦେଖାଯାଉ ଆଉ କେତେ ବେନାମୀ ସଂପତ୍ତି ବାହାରୁଛି ।