ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ
ରାଜ୍ୟ ସରକାର ଏକ ନିପତ୍ତି ଗ୍ରହଣ କରିଛନ୍ତି । ଏଣିକି ପଶ୍ଚିମବଙ୍ଗ ନୁହେିଁ । ଉତ୍ତରପ୍ରଦେଶରୁ
ଓଡ଼ିଶାକୁ ଆସିବ । ଆଜି ସେଠାରୁ କିଛି ଟ୍ରକ ଆଳୁ ଆସି ରାଜ୍ୟରେ ପହଞ୍ଚିଛି । ଆଗାମୀ ଦିନରେ ଅଧିକ
ସଂଖ୍ୟକ ଗାଡ଼ି ଆସିବ । ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର
ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଆାଳୁକୁ
ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ମନମୁଖୀ କାର୍ଯ୍ୟ କରୁଛନ୍ତି
। ଏ ଦୃଷ୍ଟିରୁ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆାଣିବାର ନିଷ୍ବତ୍ତି ନିଆଯାଇଛି । ଫଳରେ ଧୀରେ
ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁର ନିର୍ଭରଶୀଳତା ହ୍ରାସ ପାଇବ । ଉତ୍ତରପ୍ରଦେଶ ସରକାର ଏଥିପାଇଁ ସମସ୍ତ
ସହଯୋଗ ଯୋଗାଇଦେବେ ।ରାଜ୍ୟର ଏକ ପ୍ରତିନିଧି ମଣ୍ଡଳୀ ଖୁବଶୀଘ୍ର ଉତ୍ତରପ୍ରଦେଶ ଗସ୍ତ କରିବେ ।