ପୁଣେର ୨୮ ବର୍ଷୀୟ
ଶୁଟର କୁସାଲେଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି। ୫୦ ମିଟର ରାଇଫଲ ୩ ପୋଜିସନ ସୁଟିଂରେ ବ୍ରୋଞ୍ଜ
ସହ ଇତିହାସ ରଚିଛନ୍ତି ପ୍ୟାରିସରେ ସ୍ୱପ୍ନିଲ କୁସାଲେ । ୨୦୧୫ରେ କୁଏତରେ ଅନୁଷ୍ଠିତ ଏସିଆନ୍
ସୁଟିଂ ଚାମ୍ପିୟନଶିପର ଜୁନିୟର ବର୍ଗରେ ୫୦ ମିଟର ରାଇଫଲ ପ୍ରୋନ୍ ୩ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ
ସ୍ବପ୍ନିଲ କୁସାଲେ । ତୁଗଲକାବାଦରେ ଅନୁଷ୍ଠିତ ୫୯ତମ ଜାତୀୟ ଶୁଟିଂ ଚାମ୍ପିୟନଶିପ୍ ରେ ସେ ଗଗନ
ନାରଙ୍ଗ ଓ ଚେନ୍ ସିଂହଙ୍କୁ ପଛରେ ପକାଇ ୫୦ ମିଟର ରାଇଫଲ ପ୍ରୋନ୍ ପ୍ରତିଯୋଗିତାରେ ବିଜୟୀ
ହୋଇଥିଲେ। ତିରୁବନନ୍ତପୁରମରେ ଅନୁଷ୍ଠିତ ୬୧ତମ ଜାତୀୟ ଚାମ୍ପିୟନଶିପରେ ସେ ୫୦ ମିଟର ରାଇଫଲ ୩
ସ୍ଥାନରେ ସ୍ୱର୍ଣ୍ଣ ପଦକ ଜିତି ସମାନ ପ୍ରଦର୍ଶନର ପୁନରାବୃତ୍ତି କରିଥିଲେ। ଅଲିମ୍ପିକ୍ସରେ
କୁସାଲେଙ୍କ ସଫଳତା ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ ସ୍କିମ୍ (ଟପ୍ସ) ଅଧୀନରେ ପ୍ରଦାନ
କରାଯାଉଥିବା ଦୃଢ଼ ସମର୍ଥନର ପ୍ରମାଣ। ବାର୍ଷିକ ପ୍ରଶିକ୍ଷଣ ଓ ପ୍ରତିଯୋଗିତା କ୍ୟାଲେଣ୍ଡର
(ଏସିଟିସି) ଅଧୀନରେ ଗୁଳି ଓ ବନ୍ଧୁକ କ୍ରୟ,
ବ୍ୟକ୍ତିଗତ ପ୍ରଶିକ୍ଷକଙ୍କ ସହ ଘରୋଇ ପ୍ରଶିକ୍ଷଣ ଏବଂ ୧୭,୫୮,୫୫୭ ଟଙ୍କାର
ଆର୍ଥିକ ସହାୟତା, ଏବଂ
ବାର୍ଷିକ ପ୍ରଶିକ୍ଷଣ ଓ ପ୍ରତିଯୋଗିତା କ୍ୟାଲେଣ୍ଡର (ଏସିଟିସି) ଅଧୀନରେ ୧,୪୨,୬୯,୬୪୭ ଟଙ୍କାର
ସହାୟତା ପ୍ରଦାନ କରାଯାଇଥିଲା।
ଇଜିପ୍ଟର କାଇରୋଠାରେ ଚାଲିଥିବା ୨୦୨୨ ବିଶ୍ୱ ଚାମ୍ପିୟନଶିପରେ ୫୦
ମିଟର ରାଇଫଲ ୩ ସ୍ଥାନରେ ରହି ପ୍ୟାରିସ ୨୦୨୪ କୋଟା ସ୍ଥାନ ହାସଲ କରିଥିଲେ
ହାଙ୍ଗଜୋ ୨୦୨୨ ଏସୀୟ କ୍ରୀଡ଼ା (୨୦୨୩ରେ ଅନୁଷ୍ଠିତ) ରେ ପୁରୁଷ ୫୦
ମିଟର ରାଇଫଲ ଥ୍ରୀ ପୋଜିସନ୍ ଦଳରେ ସ୍ୱର୍ଣ୍ଣ ପଦକ ବିଜେତା କୁସାଲେ, ଐଶ୍ୱର୍ଯ୍ୟ
ପ୍ରତାପ ସିଂହ ତୋମାର ଓ ଅଖିଳ ଶିଓରାନଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୭୬୯ ପଏଣ୍ଟର ବିଶ୍ୱ ରେକର୍ଡ
ସୃଷ୍ଟି କରି ଟାଇଟଲ ହାସଲ କରିଛନ୍ତି।
ସ୍ୱପ୍ନିଲ କୁସାଲେଙ୍କ ଯାତ୍ରା ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତାର
ପ୍ରମାଣ । ଜଣେ ରେଳ ଟିକେଟ ନିରୀକ୍ଷକ ଭାବରେ ସ୍ୱପ୍ନିଲ ସୁଟିଂ ପ୍ରତି ତାଙ୍କର ଉତ୍ସାହ ସହିତ
ତାଙ୍କ ବୃତ୍ତିଗତ କର୍ତ୍ତବ୍ୟକୁ ସନ୍ତୁଳିତ କରନ୍ତି,
ଯାହା ଉଭୟ ପଡ଼ିଆ ଭିତରେ ଓ ବାହାରେ ଉତ୍କର୍ଷତାର ଭାବନାକୁ ପ୍ରତିଫଳିତ କରିଥାଏ । ତାଙ୍କର କଠିନ
ପରିଶ୍ରମ କୋଟି କୋଟି ଭାରତୀୟଙ୍କୁ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହିଁ । ତାଙ୍କର ସଂକଳ୍ପର ଉଲ୍ଲେଖନୀୟ ପ୍ରଭାବ କୋଟି କୋଟି ଭାରତୀୟଙ୍କ
ନିକଟରେ ସ୍ମରଣୀୟ ହୋଇ ରହିବ । ତାଙ୍କ କାହାଣୀ
ଅନେକ ଯୁବକଙ୍କୁ ଆଗାମୀ ଦିନରେ ପ୍ରେରଣା ଯୋଗାଇବ
।