ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ
ସଚିବଙ୍କୁ ଜାମିନ ଦେବାକୁ ମନା କରିଛନ୍ତି । ସୁପ୍ରିମକୋର୍ଟ
ପ୍ରଶ୍ନ କରିଛନ୍ତି। ବୈଭବ କୁମାରଙ୍କୁ ଜାମିନ ଦିଆଯାଇପାରିବ ନାହିଁ । ସେ ଜଣେ ଗୁଣ୍ଡା ଭଳି କାମ କରିଛନ୍ତି । କୋର୍ଟ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ଏକ ଘରୋଇ ବାସସ୍ଥାନ ନୁହେଁ । ସେଠାରେ
ଜଣେ ମହିଳାଙ୍କୁ କିପରି ଆକ୍ରମଣ କରାଗଲା ତାହା ବଡ଼ ପ୍ରଶ୍ନ ଉଠିଛି । ମହିଳାଙ୍କୁ ନ୍ୟାୟ ଦେବାକୁ
ପଡ଼ିବ । କୋର୍ଟ କହିଛନ୍ତି, ଏହା
ମୁଖ୍ୟମନ୍ତ୍ରୀଙ୍କ ବାସସ୍ଥାନ କାହାର ବ୍ୟକ୍ତିଗତ ଘର ନୁହେଁ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆକ୍ରମଣ ପୂର୍ବରୁ ସ୍ବାତି ମାଲିୱାଲ ଅସୁସ୍ଥ
ଥିବା କହିଛନ୍ତି । ତଥାପି ତାଙ୍କ ଉପରେ ଆକ୍ରମଣ
କିପରି କରାଗଲା । ଏହି ମାମଲାରେ କୋର୍ଟ କହିଛନ୍ତି ଯେ ସାଧାରଣତଃ ଜାମିନ ପ୍ରଦାନ କରାଯାଇଥାଏ, ହତ୍ୟାକାରୀମାନେ
ମଧ୍ୟ ଜାମିନ ପାଇଥା’ନ୍ତି, କିନ୍ତୁ ଭବିଷ୍ୟତରେ
ଏହା ଏକ ଖରାପ ଉଦାହରଣ ରହିବ ଯେ ମୁଖ୍ୟମନ୍ତ୍ରୀଙ୍କ ଘରେ ଗୁଣ୍ଡାଗିରି ହୋଇପାରିବ । ବୈଭବ ଜଣେ
ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ମାମଲାରେ ତାଙ୍କର ପ୍ରଭାବ ରହିପାରେ । ତେଣୁ ତାଙ୍କୁ ଜାମିନ
ମିଳିପାରିବ ନାହିଁ । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ କୁମାରଙ୍କୁ ଜାମିନ ଦେବାକୁ ମନା
କରିଦେଇଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ତେବେ ସୁପ୍ରିମକୋର୍ଟଙ୍କ
ତରଫରୁ ତାଙ୍କୁ ଆରାମ ମିଳିନାହିଁ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ
ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ 13
ମେ 2024 ରେ କେଜ୍ରିୱାଲଙ୍କୁ ଭେଟିବାକୁ
ଆସିଥିବା ଆପ୍ରାଜ୍ୟସଭା
ସାଂସଦଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସ୍ବାତୀ ମାଲିୱାଲ ଅଭିଯୋଗ କରିଥିଲେ ଯେ, ବୈଭବ କୁମାର
ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କୁ ଗୋଇଠା ମାରିଥିଲେ । କେଜ୍ରିୱାଲଙ୍କ ବାସଭବନରେ
ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ମାଡ ମାରିବା ସମୟରେ ସାହାଯ୍ୟ କରିନଥିଲେ। ଏପରିକି
କେଜରିଓ୍ବାଲ ମଧ୍ୟ ଶୁଣିନଥିଲେ ।