Saturday, May 10, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

କେରଳ ଭୂସ୍ଖଳନକୁ ନେଇ ରାଜନୀତି:  ଜୁଲାଇ ୨୩ ରେ ଏନଡିଆରଏଫର ୯ଟି ଦଳଙ୍କୁ ବିମାନ ଯୋଗେ କେରଳ ପଠାଇ ଥିଲେ କେନ୍ଦ୍ର ସରକାର

param by param
Aug 1, 2024, 06:17 pm GMT+0530
FacebookTwitterWhatsAppTelegram

କେରଳରେ ଲଗାଣ ବର୍ଷା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । ତଥାପି କେରଳ ସରକାର ସତର୍କତା ଅବଲମ୍ବନ କାହିଁକି କରିନଥିଲେ ତାହାକୁ ନେଇ ଏବେ ସାରା ଦେଶରେ ଚର୍ଚା ଲାଗିରହିଛି ।  କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ସଂସଦର ଉଭୟ ସଦନରେ କେରଳର ୱାୟନାଡ ଠାରେ ଘଟିଥିବା ଭୂସ୍ଖଳନ ଜନିତ ପରିସ୍ଥିତି ଉପରେ ଆଲୋଚନା ବେଳେ ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ସରକାରର ଉଦାହରଣ ମଧ୍ୟ ଦେଇଛନ୍ତି । ଓଡ଼ିଶା ସରକାର ଏବଂ ଗୁଜରାଟ ସରକାର ପୂର୍ବ ପ୍ରସ୍ତୁତି କରୁଥିବାରୁ ଲଗାଣ ବର୍ଷା ପରେ କ୍ଷୟକ୍ଷତି ଶୂନ ରହୁଛି । ତେବେ କେରଳ ସରକାରଙ୍କ ଉଦାସୀନତା ପାଇଁ ଶହ ଶହ ଜୀବନ ଯାଇଥିବା କୁହାଯାଉଛି । 

ଉଭୟ ଗୃହରେ ୱାୟନାଡର ଦୁଃଖଦ ଘଟଣା ଉପରେ ବକ୍ତବ୍ୟ ରଖି ଶ୍ରୀ ଅମିତ ଶାହ ସମସ୍ତ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରାକୃତିକ ବିପର୍ଯ୍ୟୟରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସେ କହିଥିଲେ ଯେ ଏହି ବିପର୍ଯ୍ୟୟ ସମୟରେ ନରେନ୍ଦ୍ର ମୋଦୀ ସରକାର କେରଳବାସୀ ଓ କେରଳ ସରକାରଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ଶ୍ରୀ ଶାହ କହିଥିଲେ ଯେ ମୋଦୀ ସରକାର ୱାୟନାଡରେ ଉଦ୍ଧାର, ରିଲିଫ ଏବଂ ଥଇଥାନ ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ୨୦୧୪ ପୂର୍ବରୁ ବିପର୍ଯ୍ୟୟ ପ୍ରତି ଭାରତର ଏକ ଉଦ୍ଧାର – କେନ୍ଦ୍ରିତ ଆଭିମୁଖ୍ୟ ଥିଲା, କିନ୍ତୁ ୨୦୧୪ ପରେ ମୋଦୀ ସରକାର ଶୂନ୍ୟ କ୍ଷୟକ୍ଷତି ଆଭିମୁଖ୍ୟ ନେଇ ଆଗେଇ ଚାଲିଛନ୍ତି । କେନ୍ଦ୍ର ପକ୍ଷରୁ ପଠା ଯାଇଥିବା ସୂଚନା ଅନୁଯାୟୀ ଲୋକଙ୍କୁ ଠିକ୍ ସମୟରେ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଥିଲେ । ଶ୍ରୀ ଶାହ କହିଥିଲେ ଯେ ଏହି ବିପର୍ଯ୍ୟୟ ସମୟରେ ଭାରତ ସରକାର ଉଦ୍ଧାର କାର୍ଯ୍ୟରେ କୌଣସି ପ୍ରକାରର ଉଦ୍ୟମ କରିବାକୁ ଛାଡ଼ି ନାହାନ୍ତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜେ କାର୍ଯ୍ୟର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ୱାୟନାଡରେ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ କ୍ରମାଗତ ଭାବେ ସଦ୍ୟତମ ସୂଚନା ନେଉଛନ୍ତି ।

ଏହା ପୂର୍ବରୁ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ବିପର୍ଯ୍ୟୟର ସାତ ଦିନ ପୂର୍ବରୁ ଜୁଲାଇ ୨୩ରେ କେନ୍ଦ୍ର ସରକାର କେରଳ ସରକାରଙ୍କୁ ଆଗୁଆ ଚେତାବନୀ ଦେଇଥିଲେ ଏବଂ ଏହା ପରେ ୨୦୨୪ ଜୁଲାଇ ୨୪ ଓ ୨୫ରେ ଆଗୁଆ ଚେତାବନୀ ମଧ୍ୟ ଦିଆଯାଇଥିଲା । ଜୁଲାଇ ୨୬ରେ କେରଳ ସରକାରଙ୍କୁ କୁହା ଯାଇଥିଲା ଯେ ୨୦ ସେଣ୍ଟିମିଟରରୁ ଅଧିକ ପ୍ରବଳ ବର୍ଷା ହେବ ଏବଂ ଭୂସ୍ଖଳନ ଯୋଗୁଁ ଧନ ଜୀବନ ହାନି ହେବାର ସମ୍ଭାବନା ରହିଛି । ସେ କହିଥିଲେ ଯେ ଯଦି ଅଭିଯୋଗ କରୁଥିବା ବ୍ୟକ୍ତିମାନେ ପ୍ରାରମ୍ଭିକ ଚେତାବନୀ ସମ୍ପର୍କରେ ଜାଣିଥାନ୍ତେ, ତେବେ ବର୍ତ୍ତମାନ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଅନେକ ରାଜ୍ୟ ସରକାର ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ବ୍ୟବହାର କରି ଶୂନ୍ୟ କିମ୍ବା ପ୍ରାୟ ଶୂନ୍ୟ ଜୀବନ ହାନି ବିପର୍ଯ୍ୟୟ ପରିଚାଳନା ରିପୋର୍ଟ କରିଛନ୍ତି । ଉଦାହରଣ ଭାବରେ ସେ ଓଡ଼ିଶା ଓ ଗୁଜରାଟର ଘଟଣାକୁ ଉପସ୍ଥାପିତ କରିଥିଲେ । ୭ ଦିନ ପୂର୍ବରୁ ଓଡ଼ିଶା ସରକାରଙ୍କୁ ବାତ୍ୟା ସତର୍କ ସୂଚନା ପଠା ଯାଇଥିବା ବେଳେ ମାତ୍ର ଜଣେ ମୃତାହତ ହୋଇଥିବା ସୂଚନା ମିଳିଛି । ସେ କହିଥିଲେ ଯେ ତିନି ଦିନ ପୂର୍ବରୁ ଗୁଜରାଟକୁ ସତର୍କ ସୂଚନା ପଠା ଯାଇଥିଲା ଏବଂ ସେଠାରେ ଗୋଟିଏ ବି ପ୍ରାଣୀ କ୍ଷତିଗ୍ରସ୍ତ ହୋଇନାହାନ୍ତି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ୨୦୧୪ ମସିହାରୁ ଭାରତ ସରକାର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଉପରେ ୨,୩୨୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ସମସ୍ତ ହିତଧାରକଙ୍କ ସହିତ ସତର୍କ ସୂଚନା ଆବଣ୍ଟନ କରାଯାଉଛି । ସେ କହିଥିଲେ ଯେ ଏକ ସପ୍ତାହ ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ପଠା ଯାଇଥାଏ ଏବଂ ୱେବସାଇଟରେ ସମସ୍ତଙ୍କ ପାଇଁ ସୂଚନା ଉପଲବ୍ଧ ଅଛି ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ୨୦୧୪ରେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ବିଶ୍ୱର ସବୁଠାରୁ ଆଧୁନିକ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ସ୍ଥାପନ ପାଇଁ କାର୍ଯ୍ୟ କରାଯାଇଛି । ସେ କହିଥିଲେ ଯେ ୭ ଦିନ ପୂର୍ବରୁ ବିପର୍ଯ୍ୟୟର ପୂର୍ବାନୁମାନ କରିବାର କ୍ଷମତା ଥିବା ଶୀର୍ଷ ୪ – ୫ଟି ଦେଶ ମଧ୍ୟରେ ଭାରତ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଅଧିକାଂଶ ଦେଶରେ ମାତ୍ର ତିନି ଦିନ ପୂର୍ବରୁ ଏଭଳି ପୂର୍ବାନୁମାନ କରିବାର କ୍ଷମତା ରହିଛି ।

ବର୍ଷା, ଝଡ଼, ବାତ୍ୟା, ଗ୍ରୀଷ୍ମ ପ୍ରବାହ, ଶୀତ ଲହରୀ, ସୁନାମି, ଭୂମିକମ୍ପ, ଭୂସ୍ଖଳନ ଏବଂ ଏପରିକି ବଜ୍ରପାତର ରିପୋର୍ଟ କରିବା ପାଇଁ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ । ଯଦି ବିରୋଧୀମାନେ ପ୍ରକୃତରେ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ବିଷୟରେ ସଚେତନ ନୁହନ୍ତି, ତେବେ ଏହା ଏକ ଉତ୍ତମ ପରିସ୍ଥିତି ନୁହେଁ, କିନ୍ତୁ ଯଦି ଏ ବିଷୟ ସେମାନଙ୍କୁ ଜଣା ଅଛି ଏବଂ ସେମାନେ ଏହା କେବଳ ରାଜନୀତି ପାଇଁ କରୁଛନ୍ତି, ତା’ହେଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଅନେକ ରାଜ୍ୟ ଏହାକୁ ବ୍ୟବହାର କରିଛନ୍ତି ଏବଂ ଅନୁକୂଳ ଫଳାଫଳ ପାଇଛନ୍ତି ।

 ଅମିତ ଶାହ କହିଥିଲେ ଯେ ତାଙ୍କ ଅନୁମୋଦନ କ୍ରମେ ବିପର୍ଯ୍ୟୟ ଆଶଙ୍କାରେ ଭାରତ ସରକାର ୨୦୨୪ ଜୁଲାଇ ୨୩ ତାରିଖରେ ୯ଟି ଏନଡିଆରଏଫ ଦଳଙ୍କୁ ହେଲିକପ୍ଟର ଯୋଗେ କେରଳକୁ ପଠାଇଥିଲେ । କେରଳ ସରକାର ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାରେ କାହିଁକି ବିଫଳ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି କେରଳ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥାନ୍ତେ, ତେବେ ଅନେକ ଜୀବନ ବଞ୍ଚି ଯାଇଥାନ୍ତା ବୋଲି କହିବା ସହିତ ସେ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ ।

 ଅମିତ ଶାହ କହିଥିଲେ ଯେ ରାଜ୍ୟଗୁଡ଼ିକ ନିଜ ଇଚ୍ଛାରେ ଏସଡିଆରଏଫରୁ ୧୦ ପ୍ରତିଶତ ପାଣ୍ଠି ପ୍ରଦାନ କରି ପାରିବେ ଏବଂ କେନ୍ଦ୍ରର ବିନା ଅନୁମୋଦନରେ ନିର୍ଦ୍ଧାରିତ ମାର୍ଗଦର୍ଶିକା ପାଳନ କରି ୧୦୦ ପ୍ରତିଶତ ଅର୍ଥ ବ୍ୟବହାର କରି ପାରିବେ । ୨୦୧୪ରୁ ୨୦୨୪ ମଧ୍ୟରେ ପଶ୍ଚିମବଙ୍ଗ ପାଇଁ ୬୨୪୪ କୋଟି ଟଙ୍କା ମଞ୍ଜୁର ହୋଇଛି । ସେଥି ମଧ୍ୟରୁ ୪,୬୧୯ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ୨୦୨୪ ଜୁଲାଇ ୨୩ ତାରିଖରେ ପଠା ଯାଇଥିବା ଏନଡିଆରଏଫର ୯ଟି ବାଟାଲିୟନ ବ୍ୟତୀତ ଗତକାଲି ଆଉ ୩ଟି ବାଟାଲିୟନ ପଠାଯାଇଛି । କେରଳ ସରକାର ଓ ଲୋକଙ୍କ ସହ ଠିଆ ହେବାର ଏହା ସମୟ ବୋଲି ସେ କହିଥିଲେ । ଏହି ସଙ୍କଟ ସମୟରେ ନରେନ୍ଦ୍ର ମୋଦୀ ସରକାର କେରଳବାସୀ ଓ ସରକାରଙ୍କ ସହ ଦୃଢ଼ତାର ସହ ଠିଆ ହେବେ ବୋଲି ଶ୍ରୀ ଶାହ ଦୋହରାଇଥିଲେ ।

Tags: news
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.