ଲୋକସଭାରେ ଜାତିଗତ ଜନଗଣନାକୁ ନେଇ କଂଗ୍ରେସର ରାହୁଲ ଗାନ୍ଧୀ କହିବା
ପରେ ବିଜେପି ପକ୍ଷରୁ ସମାଲୋଚନା କରାଯାଇଥିଲା । ସଂସଦରେ ରାହୁଲ କହିଥିଲେ ବିରୋଧୀମାନେ ଜାତିଗତ
ଜନଗଣନା ପାଇଁ ନିରନ୍ତର ଦାବି କରୁଛନ୍ତି। କିନ୍ତୁ ସରକାର ଚାହୁଁନାହାଁନ୍ତି । ଏ ସମ୍ପର୍କରେ ସାଂସଦ
ଅନୁରାଗ ଠାକୁର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ ରାହୁଲ ଦେଶରେ
ଜାତିଗତ ଜନଗଣନା ଦାବି କରୁଛନ୍ତି,
କିନ୍ତୁ ତାଙ୍କର ଜାତି ଜଣା ନାହିଁ। ଅନୁରାଗ ଠାକୁରଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ
ନେତାମାନେ ବିରୋଧ କରିଥିଲ । ରାହୁଲ ଗାନ୍ଧୀ କହିଥିଲେ ଅନୁରାଗ ଠାକୁର କ୍ଷମା ମାଗନ୍ତୁ ତାହା
ସେ ଚାହୁଁନାହାନ୍ତି, କିନ୍ତୁ
ତାଙ୍କ ସରକାର ଆସିଲେ ଜାତିଗତ ଜନଗଣନା କରାଯିବ। ଅପରପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ
ଯାଦବ ଅନୁରାଗ ଠାକୁରଙ୍କ ମନ୍ତବ୍ୟକୁ ନେଇ ବିଜେପିକୁ କଠୋର ସମାଲୋଚନା କରିଥିଲେ । ସେ ସଂସଦରେ
କହିଥିଲେ ଅନୁରାଗ ଠାକୁର କାହାର ଜାତି ପଚାରି ପାରିବେ ନାହିଁ। ଏହା ପରେ ଗୃହରେ ଏକ ବଡ଼ ଧରଣର
ହଙ୍ଗାମା ହୋଇଥିଲା। ମାୟାବତୀ ଏନେଇ କହିଛନ୍ତି ସଂସଦରେ ଏହି ନେତାଙ୍କ ମଧ୍ୟରେ ହୋଇଥିବା
ବିବାଦକୁ ସେ ନାଟକ । ସଂରକ୍ଷଣ ସମ୍ପର୍କରେ ସେମାନଙ୍କ ଦଳର ଇତିହାସ କଠୋର
ଓବିସି ବିରୋଧୀ ହୋଇ ରହିଆସିଛି। ସେମାନଙ୍କ ଉପରେ ବିଶ୍ୱାସ କରିବା ଠିକ୍ ନୁହେଁ । ମାୟାବତୀ
ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଏକ୍ସରେ ଲେଖିଛନ୍ତି ଗତକାଲି ସଂସଦରେ ଶାସକ ବିଜେପି ତଥା ବିରୋଧୀ
କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଚାଲିଥିବା ବିବାଦ କେବଳ ନାଟକ। ଏହାଦ୍ବାରା ଜାତି ଓ
ଜନଗଣନା ସମ୍ବନ୍ଧରେ ଓବିସି ସମ୍ପ୍ରଦାୟକୁ ପ୍ରତାରଣା କରିବାର ଏକ ପ୍ରୟାସ କରାଯାଉଛି।