ଆଇଏଏସ୍ ପଦ ହରାଇଲେ ଟ୍ରେନି ଆଇଏଏସ୍ ପୂଜା ଖେଡ଼କର । କିଛି ଦିନ ଧରି ତଦନ୍ତ ପରେ ସେ ଆଇଏଏସ୍ ପଦ
ହରାଇଛନ୍ତି। ୟୁପିଏସ ତରଫରୁ ତାଙ୍କର ଆଇଏଏସ୍ ମନୋନୟନକୁ ବାତିଲ କରି ଦିଆଯାଇଛି। ପୁଣେରେ
ଟ୍ରେନି ଆଇଏଏସ୍ ଭାବେ ଯୋଗ ଦେଇଥିବା ପୂଜା ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏଥିସହ ସେ
ତାଙ୍କ ଦିବ୍ୟାଙ୍ଗ ଓ ପଛୁଆ ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ
ହୋଇଛି। ପ୍ରମାଣପତ୍ରରେ ହେରଫେର କରି ସେ ୟୁପିଏସ୍ସି ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଥିଲେ
ବୋଲି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।
ଖାଲି ସେତିକି ନୁହେଁ ଏଥିସହ
ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷାରୁ ବଞ୍ଚିତ କରାଯାଇଛି। ଏହାର ଅର୍ଥ
ସେ ଆଉ ୟୁପିଏସ୍ସି ପରୀକ୍ଷା ଦେଇ ପାରିବେ ନାହିଁ। ନକଲି ପରିଚୟପତ୍ର ସହ ସେ ଏକାଧିକ ଥର
ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସିଏସ୍ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ୨୦୨୨
ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଉଛି। ଜୁଲାଇ ୧୮ରେ ପୂଜା ଖେଡକରଙ୍କୁ କାରଣ
ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଦିବ୍ୟାଙ୍ଗ ଓ ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥାର ଅପବ୍ୟବହାର
କରିଥିବାରୁ ଦିଲ୍ଲା ପୁଲିସ୍ର କ୍ରାଇମବ୍ରାଞ୍ଚ ମଧ୍ୟ ପୂଜାଙ୍କ ନାଁରେ ଗୋଟିଏ ମାମଲା କରିଛି।
କ୍ରାଇମବ୍ରାଞ୍ଚ ପକ୍ଷରୁ ଜଣେ ଆସିସଷ୍ଟାଣ୍ଠ କମିଶନରଙ୍କୁ ବିଭିନ୍ନ ସରକାରୀ ଅଫିସରେ ଥିବା
ଦସ୍ତାବିଜ ଗୁଡ଼ିକୁ ଯାଞ୍ଚ କରିବା ପାଇଁ କୁହାଯାଇଛି। ୨୦୨୩ ବ୍ୟାଚ୍ର ଆଇଏଏସ୍ ପୂଜାଙ୍କୁ
ପୁଣେରେ ଟ୍ରେନି ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା।