ଉତ୍ତର ପ୍ରଦେଶର ଜଣେ
ଅଟୋ ଡ୍ରାଇଭର ଦ୍ୱାରା ମାନସିକ ଦୁର୍ବଳ ନାବାଳିକାକୁ ବଳାତ୍କାର ମାମଲାକୁ ନେଇ ଏବେ ଚର୍ଚା
ଜୋର ଧରିଛି । ଉତ୍ତରପ୍ରଦେଶର ନୈନିତାଲରେ
ଡ୍ରାଇଭର ଜଣଙ୍କ ଜଣେ ଝିଅଙ୍କୁ ନାଚ ଶିଖାଇବାକୁ ନେଉଥିବା ବେଳେ ଅଜଣାସ୍ଥାନକୁ ନେଇ ବଳାତ୍କାର
କରିଥିଲେ । ପୀଡିତାଙ୍କୁ ମଧ୍ୟ ମୁହଁ ବନ୍ଦ
ରଖିବାକୁ ଧମକ ଦେଇଥିଲେ । ତେବେ ପୀଡ଼ିତା ଭୟ ନକରି ପୋଲିସ ପାଖରେ ପହଁଚି ସବୁ କହିଥିଲେ ।
ପୋଲିସ ଏକ ମାମଲା ରୁଜୁ କରି ନାଦିମଙ୍କୁ ଗିରଫ କରିଛି। କୋଟୱାଲୀ ହାଲଡୱାନି ଅଞ୍ଚଳରେ ଅଟୋ ଡ୍ରାଇଭର ନିଜେ
ଷଡ଼ଯନ୍ତ୍ର କରି ଏପରି କରିଥିବା କହିଛି । ଏଠାରେ
ରହୁଥିବା 16 ବର୍ଷର ପୀଡିତାକୁ ଭୟ ଦେଖାଇ ଏଭଳି ହୀନ କାର୍ଯ୍ୟ କରିଥିବା ଜଣାପଡ଼ିଛି । ପୀଡ଼ିତା
ଜଣ ରାସ୍ତାରେ ଛିଡା ହୋଇ ଅଟୋକୁ ଅପେକ୍ଷା କରିଥିଲେ। ଠିକ୍ ସେତିକିବେଳେ ଡ୍ରାଇଭର ନାଦିମ ସେଠାରେ ପହଞ୍ଚିଥିଲେ। ସେ ପୀଡିତାଙ୍କୁ
ଛାଡିଦେବାକୁ କହି ଅଟୋରେ ବସାଇଥିଲେ । ତେବେ କିଛି ବାଟ ଯିବା ପରେ ଏମବି ଇଣ୍ଟର କଲେଜ ନିକଟରେ ଏକ ନିର୍ଜନ ସ୍ଥାନକୁ ନେଇ
ବଳ ପୂର୍ବକ ବଳାତ୍କାର କରିଥିଲେ । ନାବାଳିକା ଜଣକ ବିରୋଧ କଲାବେଳେ ତାଙ୍କୁ ପାଟି ବନ୍ଦ କରି
ହତ୍ୟା କରିଦେବାକୁ ଧମକ ଦେବାରୁ ସେ ଚୁପ ରହିଥିଲେ
।
ତାପରେ କିଛି ବାଟ ନେଇ
ଛାଡି ଚାଲିଯାଇଥିଲେ । ଝିଅଟି ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସବୁକିଛି କହିଲା ପରେ
ପୋଲିସରେ ଅଭିଯୋଗ ଦାଖଲ କରିଥିଲେ । ପୋଲିସ ପ୍ରମାଣ
ଯାଞ୍ଚ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ
ଦଣ୍ଡବିଧି ସଂହିତା ଧାରା 351 (2) (3), 64 (2) k, 65 (1) ଏବଂ POCSO ଆକ୍ଟର ଧାରା 3/4 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୁକ୍ତଙ୍କୁ
ଜେଲକୁ ପଠାଯାଇଛି।