ରାଜ୍ୟରେ ସ୍ବାଧୀନତାର 76
ବର୍ଷ ପରେ ମୋଟ ୫୯୯୭୧ଟି ଗାଁ ମଧ୍ୟରୁ ୫୧୬୭୧ଟି
ଗାଁକୁ ପକ୍କାରାସ୍ତା ନିର୍ମାଣ କରାଯାଇଛି । ବାକି ୮୩୦୦ ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା
ନିର୍ମାଣ ହୋଇନାହିଁ । ସ୍ବାଧୀନତା ପରେ ଅନେକ ସରକାର ଆସିଛି ଏବଂ ଯାଇଛି କିନ୍ତୁ ପକ୍କା ରାସ୍ତା
ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ତେବେ ଏବେ ବିଜେପି ସରକାର ଆସିଥିବା ବେଳେ ଏହି ସବୁ
ଗାଁକୁ ପକ୍କା ରାସ୍ତା ନିର୍ମାଣ ହେବ ବୋଲି ମନ୍ତ୍ରୀ କହିଛନ୍ତି । ବିଭିନ୍ନ ଯୋଜନାରେ
ପର୍ଯ୍ୟାୟକ୍ରମେ ପକ୍କା ରାସ୍ତା ସଂଯୋଗ କରାଯିବ ବୋଲି ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି।
ବିଜେଡି ସରକାର ୨୪ବର୍ଷ
ଧରି ରାଜ୍ୟରେ କ୍ଷମତାସୀନ ଥିବା ସତ୍ତ୍ୱେ
ଗ୍ରାମାଂଚଳରେ ବିକାଶ ସମ୍ଭବପର ହୋଇପାରିନଥିବା ମନ୍ତ୍ରୀ କହିଛନ୍ତି । ଏବେବି ରାଜ୍ୟର
୮୩୦୦ଗାଁକୁ ପକ୍କା ରାସ୍ତା ନାହିଁ । ସେହିପରି ପାନୀୟ ଜଳ କଥା କହିବାକୁ ଗଲେ ମାତ୍ର ୨୦୧୪୦ଟି
ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଛି । ରାଜ୍ୟରେ ପ୍ରାୟ ୫୯୯୭୧ହଜାର
ଗାଁ ଥିବାବେଳେ ସେଥିରୁ ମାତ୍ର ୨୦୧୪୦ଟି ଗାଁରେ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ବ୍ୟବସ୍ଥା
ସମ୍ଭବପର ହୋଇପାରିଛି। ଅର୍ଥାତ୍ ୩୯୮୩୧ଟି ଗାଁକରେ ପାଇପ୍ ଯୋଗେ ପାନୀୟ ଜଳ ସୁବିଧା ନାହିଁ। ରାଜ୍ୟର
ସମସ୍ତ ଗାଁକୁ ଆସନ୍ତା ୨୦୨୫ ମସିହା ଡିସେମ୍ବର ସୁଦ୍ଧା ପାଇପ୍ ଯୋଗେ ଜଳଯୋଗାଣ କରାଯିବା ପାଇଁ
ବ୍ୟବସ୍ଥା କରାଯାଇଛି । ଏଥିରୁ କୌଣସି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ଥିବା ବିଭାଗର
ଦୃଷ୍ଟିଗୋଚର ହୋଇନାହିଁ । ପାଇପ୍ ଯୋଗେ ଜଳଯୋଗାଣ ଅଚଳ ହେବା ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ
ନିଆଯାଇ ୭୨ଘଂଟା ମଧ୍ୟରେ ମରାମତି କରାଯାଇ ପାନୀୟ ଜଳ ଯୋଗାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି
।