ପ୍ୟାରିସ୍: ଆୟର୍ଲାଣ୍ଡକୁ ୨-୦ ଗୋଲ୍ରେ ପରାଜିତ କଲା ଭାରତ, ହରମନପ୍ରୀତ ଦେଲେ
୨ ଗୋଲ । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏବଂ
ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପୁଲ୍ ‘ବି’ ମ୍ୟାଚ୍ରେ ଭାରତ
୨-୦ ଗୋଲ୍ରେ ଆୟର୍ଲାଣ୍ଡକୁ ପରାଜିତ କରିଛି। ପ୍ରଥମ କ୍ୱାର୍ଟରରେ ଏକ ଗୋଲ୍ ସ୍କୋର କରି ହରମନପ୍ରୀତ
ସିଂ ଆୟର୍ଲାଣ୍ଡ ବିପକ୍ଷରେ ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପେନାଲ୍ଟି ଷ୍ଟ୍ରୋକକୁ ଏକ
ଗୋଲ୍ରେ ପରିଣତ କରିବାରେ ହରମନପ୍ରୀତ କୌଣସି ଭୁଲ୍ କରି ନ ଥିଲେ। ଅଧିନାୟକଙ୍କ ଏହି ପ୍ରୟାସରେ
ଭାରତୀୟ ଦଳ ୧-୦ରେ ଅଗ୍ରଣୀ ହାସଲ କରିଥିଲା। କ୍ୟାପଟେନ ହରମନପ୍ରୀତ ସିଂ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରି
ଫିଲ୍ଡ ଗୋଲ୍ ଦେଇ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ଏହିପରି ଭାବରେ ଦ୍ୱିତୀୟ କ୍ୱାର୍ଟରରେ ଭାରତ
ଏହାର ଅଗ୍ରଣୀକୁ ୧-୦ରେ ବୃଦ୍ଧି କରିଥିଲା।୧୯ତମ ମିନିଟରେ ଗୋଲ୍ ସ୍କୋର କରି ହରମନପ୍ରୀତ ଭାରତକୁ
୨ ଗୋଲ୍ରେ ଅଗ୍ରଣୀ ରଖିଥିଲେ। ଆୟର୍ଲାଣ୍ଡ ଶେଷ ପର୍ଯ୍ୟନ୍ତ ପ୍ରୟାସ କରି ମଧ୍ୟ ଭାରତ
ବିପକ୍ଷରେ ଗୋଲ୍ କରିବାକୁ ସକ୍ଷମ ହୋଇ ପାରି ନ ଥିଲା। ଭାରତୀୟ ଦଳ ବର୍ତ୍ତମାନ ଦୁଇଟି ବିଜୟ
ଏବଂ ଗୋଟିଏ ଡ୍ର ସହିତ ୭ ପଏଣ୍ଟ ହାସଲ କରିଛି। ଏହା ସହିତ ଭାରତ ପୁଲ୍ ‘ବି’ର ଶୀର୍ଷରେ
ରହିଛି।