ପୁରୀ: ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ
ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ବୈଠକ ଶେଷ ହେବା ପରେ ଜଷ୍ଟିସ୍ ବିଶ୍ୱନାଥ ରଥ
କହିଛନ୍ତି, ଆଜି
ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ କୌଣସି ଆଲୋଚନା ହୋଇନାହିଁ। ବରଂ ଆଜି ରତ୍ନଭଣ୍ଡାର ମରାମତି
ଉପରେ ଗୁରୁତ୍ୱ ଦିଆଯାଇଛି।ସେ କହିଛନ୍ତି, ପ୍ରଥମେ
ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢ଼ାଯିବ। ମନ୍ଦିର ପ୍ରଶାସନ ରୁମ୍ ନିର୍ଦ୍ଧାରଣ
କରିସାରିଛି, ସ୍ଥାନାନ୍ତରିତ
ହେବ। ଏହା ଏସଓପିରେ ନ ଥିଲା,
ସରକାରଙ୍କୁ ଜଣାଇଛୁ।
ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ସୃଷ୍ଟି ନହେବ ଏବଂ
ଦର୍ଶନାର୍ଥୀଙ୍କ ଦର୍ଶନରେ କୌଣସି ସମସ୍ୟା ନହେବ,
ସେସବୁକୁ ଦୃଷ୍ଟିରେ ରଖି କିପରି ରତ୍ନଭଣ୍ଡାର ଭିତରର ମରାମତି କାମ ହେବ ଏହା ଉପରେ ବୈଠକରେ
ଆଲୋଚନା ହୋଇଛି। ଭଣ୍ଡାର ବାହାର ଓ ଭିତର ଭଣ୍ଡାର ମରାମତିରେ ସବୁଠୁ ଉତ୍କୃଷ୍ଟ ଓ ଉପାଦେୟ ଉପକରଣ
ବ୍ୟବହାର କରାଯିବ। ଏନେଇ ଏଏସଆଇ ଟେକ୍ନିକାଲ କମିଟି ସଦସ୍ୟମାନେ ସରକାରଙ୍କ ସହ ଆଲୋଚନା କରିବା
ପରେ କାମକୁ ତ୍ୱରାନ୍ୱିତ କରାଯିବ। ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମସ୍ତ ଉପାଦେୟ ତଥ୍ୟ ସମୟ
କ୍ରମେ ପ୍ରକାଶ କରାଯିବ। ଏନେଇ କୌଣସି ସନ୍ଦେହଜନକ ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ
ନିବେଦନ କରିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ।