ଆଜି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର
ତଦାରଖ କିମଟି ବୈଠକ ଅନୁଷ୍ଠିତ ହେବ । ଭିତର ଏବଂ ବାହାର ରତ୍ନଭଣ୍ଡାର ମରାମତି ସମେତ
ମହାପ୍ରଭୁଙ୍କ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି
ସମ୍ପର୍କରେ ଏଥିରେ ଆଲୋଚନା ହେବା ସମ୍ଭାବନା ରହିଛି । କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ବନାଥ
ରଥ ବୈଠକରେ ସଭାପତିତ୍ବ କରିବେ । ଶ୍ରୀମନ୍ଦିର
ମୁଖ୍ୟ ପ୍ରଶାସକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଭାରତୀୟ ପ୍ରତ୍ନତତ୍ତ୍ବ
ସର୍ବେକ୍ଷଣ ସଂସ୍ଥା ଅଧୀକ୍ଷକ ଏବଂ ଅନ୍ୟ ସଦସ୍ୟ ଯୋଗଦେବେ । ପରିବତ୍ତିତ ମାର୍ଗଦର୍ଶିକା ବିଷୟରେ
ଆଲୋଚନା ହେବାର ସମ୍ଭାବନା ରହିଛି । ପୁଣି କେବେ ରତ୍ନଭଣ୍ଡାର ଖୋଲାଯିବ ସେଥିନେଇ ଏହି କମିଟି ନିଷ୍ପତ୍ତି
ଗ୍ରହଣ କରିବେ । ସେହିପରି ଜାତୀୟ ଐତିହ୍ୟ ପ୍ରାଧିକରଣ ଅଧକ୍ଷ୍ୟ କିଶୋର ବାସା ଆଜି ପୁରୀ
ଗସ୍ତରେ ଆସୁଛନ୍ତି । ସେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଅନୁଧ୍ୟାନ କରିବେ ।